ଯେ ତ୍ୱେତଦଭ୍ୟସୂୟନ୍ତୋ ନାନୁତିଷ୍ଠନ୍ତି ମେ ମତମ୍ ।
ସର୍ବଜ୍ଞାନବିମୂଢାଂସ୍ତାନ୍ବିଦ୍ଧି ନଷ୍ଟାନଚେତସଃ ।। ୩୨ ।।
ଯେ - ଯେଉଁ ମାନେ; ତୁ - କିନ୍ତୁ; ଏତତ୍ - ଏହି; ଅଭ୍ୟସୂୟନ୍ତଃ - ଈର୍ଷାଯୋଗୁଁ; ନ - କରିନ୍ତି ନାହିଁ; ଅନୁତିଷ୍ଠନ୍ତି - ଅନୁସରଣ; ମେ - ମୋର; ମତମ୍ - ଉପଦେଶ; ସର୍ବଜ୍ଞାନ - ସମସ୍ତ ପ୍ରକାର ଜ୍ଞାନ; ବିମୂଢାନ୍ - ସମ୍ପୂର୍ଣ୍ଣ ରୂପେ ଭ୍ରାନ୍ତ; ତାନ୍- ସେମାନଙ୍କୁ; ବିଦ୍ଧି - ଭଲରୂପେ ଜାଣିରଖ; ନଷ୍ଟାନ୍ - ନଷ୍ଟ; ଅଚେତସଃ - ବିଚାରଣ ଶକ୍ତିରହିତ ।
BG 3.32: ଯେଉଁମାନେ ଜ୍ଞାନହୀନ ଏବଂ ବିଚାର ଶକ୍ତି ବିହୀନ ହୋଇଥିବା କାରଣରୁ ମୋର ଉପଦେଶରେ ତ୍ରୁଟି ଦର୍ଶନ କରିଥାଆନ୍ତି, ସେମାନେ ଏହି ସିଜ୍ଞାନ୍ତର ଅବମାନନା କରି, ନିଜର ଅଧଃପତନ କରିଥାଆନ୍ତି ।
ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିବା ଉପଦେଶ ନିର୍ଭୁଲ ତଥା ଆମର ଚିରନ୍ତନ କଲ୍ୟାଣ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଅନେକାନେକ ଦୋଷରେ ଯୁକ୍ତ ଆମର ମାୟିକ ବୁଦ୍ଧି, ଏହି ଉପଦେଶର ଭବ୍ୟତାକୁ ହୃଦୟଙ୍ଗମ କରି ନ ପାରି ତହିଁରୁ ଲାଭ ଆଦାୟ କରିପାରେ ନାହିଁ । ଯଦି ଆମେ ତାହା କରିପାରନ୍ତେ, ତେବେ ଆମ୍ଭମାନଙ୍କ ପରି କ୍ଷୁଦ୍ର ଜୀବ ଏବଂ ପରମ ପୁରୁଷ ଭଗବାନଙ୍କର ଦିବ୍ୟ ବ୍ୟକ୍ତିତ୍ୱ ମଧ୍ୟରେ ପାର୍ଥକ୍ୟ କ’ଣ ରହନ୍ତା ? ସୁତରାଂ, ଶ୍ରୀମଦ୍ଭଗବଦ୍ ଗୀତାର ଦିବ୍ୟଜ୍ଞାନକୁ ଗ୍ରହଣ କରିବା ପାଇଁ ବିଶ୍ୱାସ ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ । ଆମର ବୁଦ୍ଧି ଯେତେବେଳେ ତାହାକୁ ବୁଝିବାକୁ ଅକ୍ଷମ ହୁଏ, ସେତେବେଳେ ସେଥିରେ ତ୍ରୁଟୀ ଦର୍ଶନ କରିବା ପରିବର୍ତ୍ତେ, ଆମେ ନିଜର ବୁଦ୍ଧିକୁ ଭଗବାନଙ୍କଠାରେ ସମର୍ପିତ କରିଦେବା ଆବଶ୍ୟକ । - “ଏହି ଉପଦେଶ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରଦାନ କରାଯାଇଛି, ତେଣୁ ଏହା ନିଶ୍ଚିତ ଭାବରେ ସତ୍ୟ ଅଟେ । ବର୍ତ୍ତମାନ ମୁଁ ଏହାକୁ ବୁଝିପାରୁ ନାହିଁ, ତଥାପି ମୁଁ ଏହାକୁ ଗ୍ରହଣ କରି ସାଧନା କରିବି । ସାଧନା ଦ୍ୱାରା ଆଧ୍ୟାତ୍ମିକ ଉନ୍ନତି କରିପାରିଲେ ଭବିଷ୍ୟତରେ ମୁଁ ଏହାକୁ ବୁଝିପାରିବି ।” ଏହି ମନେଭାବକୁ ଶ୍ରଦ୍ଧା ବା ବିଶ୍ୱାସ କୁହାଯାଏ ।
ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରଦ୍ଧାର ସଂଜ୍ଞା ନିରୂପଣ କରିବାକୁ ଯାଇ କହନ୍ତି : ଗୁରୁ ବେଦାନ୍ତ ବାକ୍ୟେଷୁ ଦୃଢୋ ବିଶ୍ୱାସଃ ଶ୍ରଦ୍ଧା । “ଗୁରୁ ଏବଂ ଶାସ୍ତ୍ର ବଚନରେ ଦୃଢ ବିଶାସ ଶ୍ରଦ୍ଧା ଅଟେ । ” ଚୈତନ୍ୟ ମହାପ୍ରଭୂ ଏହି ଅନୁରୁପ ବର୍ଣ୍ଣନା କରିଛନ୍ତି - ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ ସୁଦୃଢ ନିଶ୍ଟୟ (ଚୈତନ୍ୟ ଚରିତାମୃତ, ମଧ୍ୟ ଲୀଳା ୨.୬୨) “ଶ୍ରଦ୍ଧା ଶବ୍ଦର ଅର୍ଥ ହେଲା ଭଗବାନ ଓ ଗୁରୁଙ୍କ ଉପରେ ଦୃଢ ବିଶ୍ୱାସ ।” ବ୍ରିଟିଶ୍ କବି, ଆଲଫ୍ରେଡ୍ ଟେନିସନ କହନ୍ତି, “ଯେଉଁଠାରେ ଆମେ ପ୍ରମାଣ କରିପାରିବା ନାହିଁ, କେବଳ ବିଶ୍ୱାସ ଦ୍ୱାରା ଆମକୁ ମାନିବାକୁ ପଡିବ ।” ଅତଏବ, ଶ୍ରଦ୍ଧାର ଅର୍ଥ ଗୀତାର ବୋଧଗମ୍ୟ ବିଷୟକୁ ଆନ୍ତରିକତାର ସହିତ ଗ୍ରହଣ କରିବା ଏବଂ ଗୁଢ ବିଷୟକୁ ମଧ୍ୟ ଏହି ଆଶାରେ ଗ୍ରହଣ କରିବା ଯେ ଭବିଷ୍ୟତରେ ଏହା ଆମର ବୋଧଗମ୍ୟ ହେବ ।
କିନ୍ତୁ ମାୟିକ ବୁଦ୍ଧିଯୁକ୍ତ ମନୁଷ୍ୟର ଏକ ସର୍ବକାଳୀନ ଦୋଷ ହେଉଛି ତାର ଅହଂକାର । ଏହି ଅହଂକାର ଯୋଗୁଁ ଆମର ବୁଦ୍ଧି ଯାହା ବର୍ତ୍ତମାନ ବୁଝିପାରେ ନାହିଁ, ତାହାକୁ ଭୂଲ କହି ପ୍ରତ୍ୟାଖ୍ୟାନ କରିଦିଏ । ଯଦିଓ ସର୍ବଜ୍ଞ ଶ୍ରୀକୃଷ୍ଣଙ୍କର ଉପଦେଶାବଳୀ ଜୀବର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ, ତଥାପି ଲୋକେ ସେଥିରେ ଦୋଷ ଦର୍ଶନ କରିଥାଆନ୍ତି, ଯଥା - “ଭଗବାନ କାହିଁକି ସବକିଛିୁ ତାଙ୍କୁ ଅର୍ପଣ କରିବାକୁ କହୁଛନ୍ତି ? ସେ କ’ଣ ଲୋଭୀ? ଜଣେ ଅହଂକାରୀ ପୁରୁଷ ଭାବରେ ସେ କ’ଣ ଅର୍ଜୁନଙ୍କୁ ତାଙ୍କର ପୂଜା କରିବାକୁ କହୁଛନ୍ତି ?” ଶ୍ରୀକୃଷ୍ଣ ଏହି ପରି ବ୍ୟକ୍ତିଙ୍କୁ ଅଚେତସଃ ବା “ବିଚାରଶକ୍ତିହୀନ” କହୁଛନ୍ତି କାରଣ ସେମାନେ ପବିତ ଓ ଅପବିତ୍ର, ସଦାଚାରୀ ଓ ଦୁରାଚାରୀ, ସ୍ରଷ୍ଟା ଓ ସୃଷ୍ଟି, ପରମ ସେବ୍ୟ ଓ ସେବକ ମଧ୍ୟରେ ପ୍ରଭେଦ କରିପାରିନ୍ତି ନାହିଁ । ଏହିପରି ବ୍ୟକ୍ତିମାନେ ସେମାନଙ୍କର ଅଧଃପତନକୁ ନିଜେ ଡାକି ଆଣନ୍ତି,” କାରଣ ସେମାନେ ଚିରନ୍ତନ କଲ୍ୟାଣର ମାର୍ଗ ତ୍ୟାଗ କରି ଜନ୍ମ ମୃତ୍ୟୁର ଚକ୍ରରେ ଘୂରି ବୁଲୁଥାଆନ୍ତି ।
ଯେ ତ୍ୱେତଦଭ୍ୟସୂୟନ୍ତୋ ନାନୁତିଷ୍ଠନ୍ତି ମେ ମତମ୍ ।
ସର୍ବଜ୍ଞାନବିମୂଢାଂସ୍ତାନ୍ବିଦ୍ଧି ନଷ୍ଟାନଚେତସଃ ।। ୩୨ ।।
ଯେଉଁମାନେ ଜ୍ଞାନହୀନ ଏବଂ ବିଚାର ଶକ୍ତି ବିହୀନ ହୋଇଥିବା କାରଣରୁ ମୋର ଉପଦେଶରେ ତ୍ରୁଟି ଦର୍ଶନ କରିଥାଆନ୍ତି, ସେମାନେ ଏହି ସିଜ୍ଞାନ୍ତର ଅବମାନନା କରି, ନିଜର ଅଧଃପତନ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily