ନ କର୍ମଣାମନାରମ୍ଭାନ୍ନୈଷ୍କର୍ମ୍ୟଂ ପୁରୁୁଷୋଽଶ୍ନୁତେ ।
ନ ଚ ସଂନ୍ୟସନାଦେବ ସିଦ୍ଧିଂ ସମଧିଗଚ୍ଛତି ।।୪।।
ନ- ବ୍ୟତୀତ; କର୍ମଣାମ୍ - କର୍ତ୍ତବ୍ୟ କର୍ମର; ଅନାରମ୍ଭାତ୍ - ଅନୁଷ୍ଠାନ ନ କଲେ; ନୈଷ୍କର୍ମ୍ୟ - ପ୍ରତିକ୍ରିୟାରୁ ମୁକ୍ତ; ପୁରୁଷ- ବ୍ୟକ୍ତି; ଅଶ୍ନୁତେ- ପ୍ରାପ୍ତହୁଏ; ନ - ନୁହେଁ ; ଚ- ମଧ୍ୟ; ସଂନ୍ୟସନାତ୍ - ତ୍ୟାଗ ବା ସନ୍ନ୍ୟାସ ଦ୍ୱାରା; ଏବ - କେବଳ ; ସିଦ୍ଧିି - ସିଦ୍ଧି ବା ସଫଳତା; ସମଧିଗଚ୍ଛତି- ପ୍ରାପ୍ତି ହୁଏ ।
BG 3.4: ଜଣେ କେବଳ କର୍ମତ୍ୟାଗ ଦ୍ୱାରା କର୍ମର ପ୍ରତିକ୍ରିୟାରୁ ମୁକ୍ତି ଲାଭ କରିପାରନ୍ତି ନାହିଁ ଅଥବା କେବଳ ସଂସାର ତ୍ୟାଗ ଦ୍ୱାରା ଜଣେ ଦିବ୍ୟଜ୍ଞାନ ପ୍ରାପ୍ତ କରିପାରିବେ ନାହିଁ ।
ଏହି ଶ୍ଲୋକର ପ୍ରଥମ ପଂକ୍ତି କର୍ମଯୋଗୀ (କର୍ମ ମାର୍ଗର ଅନୁସରଣକାରୀ) ଏବଂ ଦ୍ୱିତୀୟ ପଂକ୍ତି ସାଂଖ୍ୟଯୋଗୀ (ଜ୍ଞାନ ମାର୍ଗର ଅନୁସରଣକାରୀ)ଙ୍କ ପାଇଁ ଉଦ୍ଦିଷ୍ଟ ।
ଶ୍ଲୋକର ପ୍ରଥମ ଧାଡିରେ ଶ୍ରୀକୃଷ୍ଣ କହୁଛନ୍ତି ଯେ, କେବଳ କର୍ମ ତ୍ୟାଗ କରିବା ଦ୍ୱାରା, କର୍ମ ଜନିତ ପ୍ରତିକ୍ରିିୟାରୁ ମୁକ୍ତି ମିଳେ ନାହିଁ; ମନ ଫଳ ଯୁକ୍ତ ଚିନ୍ତାରେ ଲାଗିି ରହିଥାଏ ଏବଂ ଯେହେତୁ ମାନସିକ କର୍ମ ବି ଗୋଟିଏ ପ୍ରକାର କର୍ମ ଅଟେ, ଶାରୀରିକ କର୍ମ ପରି ଏହା ମଧ୍ୟ ମନକୁ କର୍ମ ପ୍ରତିକ୍ରିୟାରେ ବାନ୍ଧିରଖେ । ଜଣେ ବାସ୍ତବିକ କର୍ମଯୋଗୀ, କର୍ମଫଳରେ ଆସକ୍ତି ନରଖି, କର୍ମ କରିବା ଉଚିତ୍ । ସେଥିପାଇଁ ବୁଦ୍ଧିକୁ ଜ୍ଞାନ ଦ୍ୱାରା ଋଦ୍ଧିମନ୍ତ କରିବା ଆବଶ୍ୟକ । ସୁତରାଂ, କର୍ମଯୋଗରେ ସଫଳତା ହାସଲ କରିବା ପାଇଁ ମଧ୍ୟ ଆଧ୍ୟାତ୍ମିକ ଜ୍ଞାନର.ଆବଶ୍ୟକତା ରହିଛି ।
ଦ୍ୱିତୀୟ ପଂକ୍ତିରେ ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ, ସାଂଖ୍ୟଯୋଗୀ, କେବଳ ସଂସାର ତ୍ୟାଗ କରି ସନ୍ୟାସୀ ହୋଇଗଲେ ଜ୍ଞାନ ପ୍ରାପ୍ତି କରିପାରିବେ ନାହିଁ । ଜଣେ ଇନ୍ଦ୍ରିୟ ଭୋଗ ବସ୍ତୁର ତ୍ୟାଗ କରିପାରେ କିନ୍ତୁ ପ୍ରକୃତ ଜ୍ଞାନ ଉଦୟ ସେ ପର୍ଯ୍ୟନ୍ତ ହେବ ନାହିଁ, ଯେତେବେଳ ଯାଏଁ ମନ ଅଶୁଦ୍ଧ ରହିଛି । ପୂର୍ବ ଚିନନ୍ତକୁ ଦୋହରାଇବା ମନର ଏକ ସ୍ୱଭାବ ଅଟେ । ଏହି ପରି ବାରମ୍ବାର ଚିନ୍ତନ ମନରେ ଏକ ମାର୍ଗ ସୃଷ୍ଟି କରେ, ଯଦ୍ୱାରା ନୂତନ ଭାବନା ସେହି ମାର୍ଗରେ ଆମର ଅନିଚ୍ଛାସତ୍ତ୍ୱେ ପ୍ରବାହିତ ହେବାରେ ଲାଗେ । ପୂର୍ବ ଅଭ୍ୟାସ ବଶତଃ, ମାୟିକ ଚିନ୍ତନ ଦ୍ୱାରା କଳୁଷିତ ମନ ଆଶଙ୍କା, ମାନସିକ ଚାପ, ଭୟ, ଘୃଣା, ଇର୍ଷା, ବନ୍ଧନ ଏବଂ ମାୟିକ ଆବେଗର ପରିସର ଭୁକ୍ତ ଅନ୍ୟ ସମସ୍ତ ଦିଗରେ ଧାବମାନ ହୋଇଥାଏ । ଅତଏବ, ଶୁଦ୍ଧ ଜ୍ଞାନ ଅଶୁଦ୍ଧ ହୃଦୟରେ କେବଳ କର୍ମତ୍ୟାଗ ଦ୍ୱାର ସଂଚାରିତ ହୁଏ ନାହିଁ । ଏହା ଅନୁରୁପ କର୍ମ ସହିତ କରାଯିବା ଉଚିତ ଯେଉଁଥିରେ ମନ ଏବଂ ବୁୁଦ୍ଧି ଶୁଦ୍ଧ ହୋଇଥାଏ । ସୁତରାଂ, ସାଂଖ୍ୟଯୋଗର ସଫଳତା ପାଇଁ ମଧ୍ୟ କର୍ମର ଆବଶ୍ୟକତା ରହିଛି ।
ଏପରି କୁହାଯାଏ ଯେ, ସିଦ୍ଧାନ୍ତଜ୍ଞାନ ବିନା ଭକ୍ତି ଭାବ ପ୍ରବଣତା ଅଟେ ଏବଂ ଭକ୍ତି ବିନା ସିଦ୍ଧାନ୍ତଜ୍ଞାନ କେବଳ ବୈଦ୍ଧିକ ଅନୁମାନ ଅଟେ । କର୍ମ ଏବଂ ଜ୍ଞାନ ଉଭୟର ଆବଶ୍ୟକତା କର୍ମଯୋଗ ଏବଂ ସାଂଖ୍ୟଯୋଗରେ ରହିଅଛି । କେବଳ ଏହାର ଅନୁପାତରେ ପ୍ରଭେଦ ରହିଥାଏ, ଯାହାକି ଦୁଇଟି ମାର୍ଗକୁ ପୃଥକ କରେ ।
ନ କର୍ମଣାମନାରମ୍ଭାନ୍ନୈଷ୍କର୍ମ୍ୟଂ ପୁରୁୁଷୋଽଶ୍ନୁତେ ।
ନ ଚ ସଂନ୍ୟସନାଦେବ ସିଦ୍ଧିଂ ସମଧିଗଚ୍ଛତି ।।୪।।
ଜଣେ କେବଳ କର୍ମତ୍ୟାଗ ଦ୍ୱାରା କର୍ମର ପ୍ରତିକ୍ରିୟାରୁ ମୁକ୍ତି ଲାଭ କରିପାରନ୍ତି ନାହିଁ ଅଥବା କେବଳ ସଂସାର ତ୍ୟାଗ ଦ୍ୱାରା ଜଣେ ଦିବ୍ୟଜ୍ଞାନ ପ୍ରାପ୍ତ କରିପାରିବେ ନାହିଁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily