ଇନ୍ଦ୍ରିୟାଣି ମନୋ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ ।
ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ୍ୟ ଦେହିନମ୍ ।। ୪୦ ।।
ଇନ୍ଦ୍ରିୟାଣି - ଇନ୍ଦ୍ରିୟଗୁଡିକ; ମନଃ-ମନ; ବୁଦ୍ଧିଃ- ବୁଦ୍ଧି; ଅସ୍ୟ- ଏହାର; ଅଧିଷ୍ଠାନମ୍ - ବସତିସ୍ଥାନ; ଉଚ୍ୟତେ- କୁହାଯାଏ; ଏତୈଃ- ଏମାନଙ୍କ ଦ୍ୱାରା; ବିମୋହୟତି- ମୋହିତ କରେ; ଏଷଃ - ଏହା; ଜ୍ଞାନମ୍- ଜ୍ଞାନ; ଆବୃତ୍ୟ - ଆବୃତକରି; ଦେହିନମ୍- ଶରୀରଧାରୀ ଆତ୍ମା ।
BG 3.40: ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁୁ କାମନାର ପ୍ରଜଜନ ଭୂମି ରୂପେ ଆଖ୍ୟାୟିତ କରାଯାଇ ଥାଏ । ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି, ଶରୀରସ୍ଥ ଆତ୍ମାକୁ ଭ୍ରମିତ କରିଥାଏ ।
କାମନାର ନିବାସ ସ୍ଥାନକୁ ଦର୍ଶାଇ ଶ୍ରୀକୃଷ୍ଣ ବର୍ତ୍ତମାନ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ତାହାର ଉପାୟ ବର୍ଣ୍ଣନା କରୁଛନ୍ତି । ଶତ୍ରୁକୁ ଦମନ କରିବା ପାଇଁ ସର୍ବପ୍ରଥମେ ତା’ର ଦୁର୍ଗକୁ ଠାବ କରିବାକୁ ପଡିଥାଏ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଇନ୍ଦ୍ରିୟ, ମନ ଓ ବୁଦ୍ଧି ସେହି ସ୍ଥାନ ଅଟନ୍ତି, ଯେଉଁଠାରେ ରହି କାମନା ଆତ୍ମା ଉପରେ ତା’ର ଆଧିପତ୍ୟ ବିସ୍ତାର କରିଥାଏ । କାମନାରେ ବଶୀଭୂତ ହୋଇ ଇନ୍ଦ୍ରିୟମାନେ ବିଷୟର କାମନା କରିଥାଆନ୍ତି । ଇନ୍ଦ୍ରିୟମାନେ ମନକୁ ମୋହିତ କରିଦିଅନ୍ତି, ମନ ବୁଦ୍ଧିକୁ ଭ୍ରମିତ କରିଦିଏ,ଏବଂ ବୁଦ୍ଧି ନିଜର ବିଚାର ଶକ୍ତି ହରାଇବସେ । ବୁଦ୍ଧି ଯେତେବେଳେ ଆବୃତ ହୋଇଯାଏ, ଜୀବ ନିଜକୁ କାମନାର ଦାସ ମନେ କରିବାରେ ଲାଗେ ଏବଂ ତାହାର ପୂର୍ତ୍ତି ନିମନ୍ତେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ । ଇନ୍ଦ୍ରିୟ-ମନ-ବୁଦ୍ଧି, ଏହି ତିନୋଟି ଉପକରଣ ସ୍ୱତଃ ଖରାପ ନୁହଁନ୍ତି । ଭଗବତ-ପ୍ରାପ୍ତି କରିବା ପାଇଁ ଏଗୁଡିକ ଆମକୁ ଦିଆ ଯାଇଅଛି । କିନ୍ତୁ ଆମେ ସେମାନଙ୍କୁ କାମନା-ବାସନାର ଅକ୍ତିୟାରରେ ରହିବାକୁ ଖୋଲା ଛାଡି ଦେଇଛୁ । ବର୍ତ୍ତମାନ ଆମେ ସେହି ଇନ୍ଦ୍ରିୟ-ମନ-ବୁଦ୍ଧିକୁ ବ୍ୟବହାର କରି ନିଜର କଲ୍ୟାଣ ସାଧନ କରିବା । ପରବର୍ତ୍ତି ଶ୍ଲୋକମାନଙ୍କରେ ଶ୍ରୀକୃଷ୍ଣ ଏହା କିପରି କରାଯାଇ ପାରିବ, ତାହା ସ୍ପଷ୍ଟ କରୁଛନ୍ତି ।
ଇନ୍ଦ୍ରିୟାଣି ମନୋ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ ।
ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ୍ୟ ଦେହିନମ୍ ।। ୪୦ ।।
ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁୁ କାମନାର ପ୍ରଜଜନ ଭୂମି ରୂପେ ଆଖ୍ୟାୟିତ କରାଯାଇ ଥାଏ । ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି, ଶରୀରସ୍ଥ ଆତ୍ମାକୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily