ତସ୍ମାତ୍ତ୍ୱମିନ୍ଦ୍ରିୟାଣ୍ୟାଦୌ ନିୟମ୍ୟ ଭରତର୍ଷଭ ।
ପାପ୍ମାନଂ ପ୍ରଜହି ହ୍ୟେନଂ ଜ୍ଞାନବିଜ୍ଞାନନାଶନମ୍ ।। ୪୧ ।।
ତସ୍ମାତ୍ - ତେଣୁ; ତ୍ୱମ୍- ତୁମେ; ଇନ୍ଦ୍ରିୟାଣି-ଇନ୍ଦ୍ରିୟଗୁଡିକୁ; ଆଦୌ- ପ୍ରାରମ୍ଭରୁ - ନିୟମ୍ୟ - ସଂୟତ କରି; ଭରତର୍ଷଭ- ହେ ଭରତଶ୍ରେଷ୍ଠ; ପାପ୍ମାନଂ - ପାପୀମାନେ; ପ୍ରଜହି- ନାଶକରେ; ହି - ନିଶ୍ଟିତ ଭାବେ; ଏନଂ- ଏହାକୁ;; ଜ୍ଞାନ - ଜ୍ଞାନ; ବିଜ୍ଞାନ - ବିଜ୍ଞାନ; ନାଶନମ୍- ନାଶକାରୀ ।
BG 3.41: ତେଣୁ ହେ ଭରତ ଶ୍ରେଷ୍ଠ ! ସର୍ବ ପ୍ରଥମେ ତୁମେ ଇନ୍ଦ୍ରିୟମାନଙ୍କୁ ନିଜର ନିୟନ୍ତ୍ରଣାଧୀନ କରି କାମନା ରୂପୀ ଶତ୍ରୁକୁ ନାଶ କର, କାରଣ ତାହା ପାପର ପ୍ରତୀକ ଅଟେ ଏବଂ ଜ୍ଞାନ ଓ ବୁଦ୍ଧିକୁ ନଷ୍ଟ କରିଦେଇଥାଏ ।
ବର୍ତ୍ତମାନ ଶ୍ରୀକୃଷ୍ଣ, ସମସ୍ତ ଅନିଷ୍ଟର ମୂଳ କାରଣ ତଥା ମାନବ ଚେତନା ନିମନ୍ତେ ସର୍ବତୋ ଭାବରେ ହାନିକାରକ, କାମନାକୁ କିପରି ନିୟନ୍ତ୍ରଣ କରାଯିବ ତାହା ବର୍ଣ୍ଣନା କରୁଛନ୍ତି । କାମନାର ନିବାସସ୍ଥାନକୁ ଚିହ୍ନଟ କରିବା ପରେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁୁ କହୁଛନ୍ତି ଯେ, ପ୍ରଥମେ ଇନ୍ଦ୍ରିୟ ମାନଙ୍କର ଲାଳସାକୁ ନିୟନ୍ତ୍ରଣ କର । ସେମାନଙ୍କୁ ଉଦ୍ରେକ ହେବାର ସୁଯୋଗ ଦେବା ଆମ ଦୁଃଖର କାରଣ ଅଟେ, ଏବଂ ସେମାନଙ୍କୁ ଦୂର କରିବା ସୁଖ ପ୍ରାପ୍ତିର ମାର୍ଗ ଅଟେ ।
ଗୋଟିଏ ଉଦାହରଣ ମାଧ୍ୟମରେ ବିଚାର କରନ୍ତୁ । ରମେଶ ଓ ଦିନେଶ ଦୁଇଜଣ ସହପାଠି ହଷ୍ଟେଲର ଗୋଟିଏ କୋଠରୀରେ ରହନ୍ତି । ଦିନେ ରାତି ୧୦ଟାରେ ରମେଶର ସିଗାରେଟ ପିଇବାକୁ ଇଚ୍ଛା ହେଲା । ସେ କହିଲା, “ମୋର ସିଗାରେଟ୍ ପିଇବାକୁ ଇଚ୍ଛା ହେଉଛି ।” ଦିନେଶ କହିଲା “ବହୁତ ରାତି ହେଲାଣି । ସିଗାରେଟ୍ କଥା ଭୂଲିିଯାଅ ଏବଂ ଶୋଇପଡ ।” ରମେଶ କହିଲା, “ନା ନା, ମୁଁ ସିଗାରେଟ୍ ନ ପିଇବା ପର୍ଯ୍ୟନ୍ତ ଶୋଇପାରିବି ନାହିଁ ।” ଦିନେଶ ଶୋଇ ପଡିଲା, କିନ୍ତୁ ରମେଶ ସିଗାରେଟ୍ ସନ୍ଧାନରେ ବାହାରକୁ ଗଲା । ନିକଟସ୍ଥ ସବୁ ଦୋକାନ ବନ୍ଦ ଥିଲା । ଶେଷରେ ପ୍ରାୟ ଦୁଇ ଘଣ୍ଟା ପରେ ସେ ସିଗାରେଟ୍ ନେଇ ହଷ୍ଟେଲ୍କୁ ଫେରିଲା ଓ ସିଗାରେଟ୍ ପାନ କଲା ।
ସକାଳେ ଦିନେଶ ପଚାରିଲା “ରମେଶ, କାଲି ରାତି କେତେବେଳେ ଶୋଇଲୁ ?” “ମଧ୍ୟରାତ୍ରୀରେ” ରମେଶ ଉତ୍ତର ଦେଲା । “ତା’ର ଅର୍ଥ ତୁମେ ଦୁଇ ଘଣ୍ଟ ପର୍ଯ୍ୟନ୍ତ ସିଗାରେଟ୍ ପାଇଁ ବ୍ୟାକୁଳ ରହିଲ ଏବଂ ଶେଷରେ ଯେତେବେଳେ ଧୂମପାନ କରି ସାରିଲ, ରାତି ଦଶଟା ବେଳେ ତୁମେ ଯେଉଁ ସ୍ଥିତିରେ ଥିଲ ସେହି ଅବସ୍ଥାକୁ ଫେରି ଆସିଲ ।” ରମେଶ ପଚାରିଲା “ତୁମେ କ’ଣ କହିବାକୁ ଚୁହୁଁଛ ?” ଦିନେଶ କହିଲା “ଦେଖ! ରାତି ଦଶଟା ପର୍ଯ୍ୟନ୍ତ ତୁମର ସିଗାରେଟ ଟାଣିବାର ଇଚ୍ଛା ନ ଥିଲା ଏବଂ ତୁମେ ଶାନ୍ତିରେ ଥିଲ । ତାପରେ ତୁମେ ନିଜେ ତାହାର କାମନା କଲ । ରାତି ଦଶଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସିଗାରେଟ୍ ପାଇଁ ତୁମେ ଅଶାନ୍ତ ରହିଲ । ଶେଷରେ ତୁମେ ଯେତେବେଳେ ଧୂମପାନ କଲ, ତୁମେ ସୃଷ୍ଟି କରିଥିବା କାମନାଟି ସମାପ୍ତ ହୋଇଗଲା ଏବଂ ତୁମେ ଶୋଇପଡିଲ । ଅନ୍ୟ ପକ୍ଷରେ, ମୁଁ କୌଣସି କାମନା ଉତ୍ପନ୍ନ କଲି ନାହିଁ ଏବଂ ଦଶଟା ବେଳେ ହିଁ ଶାନ୍ତିରେ ଶୋଇ ପଡିଲି ।”
ଏହି ପରି ଭାବରେ, ଆମେ ଶରୀର-ଇନ୍ଦ୍ରିୟ ଦ୍ୱାରା ବସ୍ତୁ ପ୍ରତି କାମନା ସୃଷ୍ଟି କରି ସେମାନଙ୍କ ପାଇଁ ବ୍ୟସ୍ତ ହୋଇପଡୁ । ତାପରେ ଆମେ ଯେତେବେଳେ ଇପ୍ସିତି ବସ୍ତୁଟି ପାଇଯାଉ, ଆମେ ସୃଷ୍ଟି କରିଥିବା କାମନାରୂପୀ ରୋଗଟି ଉପଶମ ହୋଇଯାଏ ଏବଂ ତାହାକୁ ଆମେ ଆନନ୍ଦ ବୋଲି ଭାବିଥାଉ । କିନ୍ତୁ ଆମେ ଯଦି ନିଜକୁ ଆତ୍ମା ମନେ କରିବା ଏବଂ ଆତ୍ମାର ସୁଖକୁ ଆମର ବାସ୍ତବ ଲକ୍ଷ୍ୟ ଭାବରେ ଅଙ୍ଗୀକାର କରିବା, ତେବେ ସାଂସାରିକ କାମନା ଗୁଡିକୁ ତ୍ୟାଗ କରିବା ଆମ ପାଇଁ ସହଜସାଧ୍ୟ ହୋଇଯିବ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ, ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରି ସେଥିରେ ନିବାସ କରୁଥିବା କାମନାକୁ ବିନାଶ କରିବାକୁୁ କହୁଛନ୍ତି । ଏହାକୁ ହାସଲ କରିବା ପାଇଁ ଭଗବାନ ଆମକୁ ଦେଇଥିବା ଉଚ୍ଚତର ବୌଦ୍ଧକ ଶକ୍ତିର ବ୍ୟବହାର କରିବାକୁ ପଡିବ, ଯାହା ପରବର୍ତ୍ତୀ ଶ୍ଲୋକରେ ବର୍ଣ୍ଣିତ ହୋଇଛି ।
ତସ୍ମାତ୍ତ୍ୱମିନ୍ଦ୍ରିୟାଣ୍ୟାଦୌ ନିୟମ୍ୟ ଭରତର୍ଷଭ ।
ପାପ୍ମାନଂ ପ୍ରଜହି ହ୍ୟେନଂ ଜ୍ଞାନବିଜ୍ଞାନନାଶନମ୍ ।। ୪୧ ।।
ତେଣୁ ହେ ଭରତ ଶ୍ରେଷ୍ଠ ! ସର୍ବ ପ୍ରଥମେ ତୁମେ ଇନ୍ଦ୍ରିୟମାନଙ୍କୁ ନିଜର ନିୟନ୍ତ୍ରଣାଧୀନ କରି କାମନା ରୂପୀ ଶତ୍ରୁକୁ ନାଶ କର, କାରଣ ତାହା ପାପର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily