ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନମାତ୍ମନା ।
ଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍ ।। ୪୩ ।।
ଏବଂ- ଏହିପରି; ବୁଦ୍ଧେଃ - ବୁଦ୍ଧିର; ପରଂ - ଉନ୍ନତ; ବୁଦ୍ଧ୍ୱା - ଏପରି ଜାଣି; ସଂସ୍ତଭ୍ୟ- କ୍ଷାନ୍ତ କର; ଆତ୍ମାନମ୍ -(ଇନ୍ଦ୍ରିୟ, ମନ, ବୁଦ୍ଧି); ଆତ୍ମନା - ଆତ୍ମା ଦ୍ୱାରା; ଜହି - ଜୟକର; ଶତ୍ରୁମ୍ - ଶତ୍ରୁ; ମହାବାହୋ- ହେ ମହାବାହୁ; କାମ ରୂପଂ - କାମନା ରୂପୀ; ଦୁରାସଦମ୍ - ଦୁର୍ଦ୍ଧର୍ଷ ।
BG 3.43: ହେ ବୀର ଅର୍ଜୁନ ! ଆତ୍ମାକୁ ମାୟିକ ବୁଦ୍ଧିଠାରୁ ଶ୍ରେଷ୍ଠ ଭାବେ ହୃଦୟଙ୍ଗମ କର । ନିଜକୁୁ (ଇନ୍ଦ୍ରିୟ-ମନ-ବୁଦ୍ଧିକୁ) ନିଜ ଦ୍ୱାରା (ଆତ୍ମାର ଉଚ୍ଚତର ଶକ୍ତି ଦ୍ୱାରା) ପ୍ରଶମିତ କର ଏବଂ କାମନା ରୂପକ ଏହି ଦୁର୍ଦ୍ଦଶ ଶତ୍ରୁକୁ ଦମନ କର ।
ଉପସଂହାରରେ ଶ୍ରୀକୃଷ୍ଣ ଜୋର ଦେଉଛନ୍ତି ଯେ, ଆତ୍ମଜ୍ଞାନ ବଳରେ କାମନା ରୂପକ ଏହି ଶତ୍ରୁକୁ ଆମେ ନାଶ କରିବା ଉଚିତ୍ । ଯେହେତୁ ଆତ୍ମା ଭଗବାନଙ୍କର ଅଂଶ ଅଟେ, ଏହା ଦିବ୍ୟ ଗୁଣ ଯୁକ୍ତ ଅଟେ । ତେଣୁ ସେ ଖୋଜୁଥିବା ଦିବ୍ୟ ଆନନ୍ଦ କେବଳ ଦିବ୍ୟ ବସ୍ତୁ ଠାରୁ ହିଁ ମିଳିବ, ଅଥଚ ସଂସାରର ସମସ୍ତ ବସ୍ତୁ ମାୟିକ ଅଟେ । ଭୌତିକ ବସ୍ତୁ କଦାପି ଆତ୍ମାର ଏହି ସହଜାତ ଲାଳସାକୁ ସନ୍ତୁଷ୍ଟ କରିପାରିବ ନାହିଁ, ତେଣୁ ସେହି ସବୁ ବସ୍ତୁର କାମନା କରିବା ବୃଥା ଅଟେ । ଆମେ ବୁଦ୍ଧିକୁୁ ଏହି ପ୍ରକାରର ବିଚାରରେ ଅଭ୍ୟସ୍ତ କରିବା ଆବଶ୍ୟକ । ତା ପରେ ସେହି ବୁଦ୍ଧି ଦ୍ୱାରା ଆମେ ମନ ଓ ଇନ୍ଦ୍ରିୟଙ୍କୁ ବଶ କରିପାରିବା ।
ଏହାକୁ କଠୋପନିଷରେ, ଏକ ରଥର ଉପମା ମାଧ୍ୟମରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।
ଆତ୍ମାନଗବଂ ରଥିନାଂ ବିଦ୍ଧି ଶରୀରଂ ରଥମେବ ତୁ
ବୁଦ୍ଧିଂ ତୁ ସାରଥିଂ ବିଦ୍ଧି ମନଃ ପ୍ରଗ୍ରହମେବ ଚ ।
ଇନ୍ଦ୍ରିୟାଣି ହୟାନାହୁର୍ବିଷୟାନସ୍ତେଷୁ ଗୋଚରାନ୍
ଆତ୍ମେନ୍ଦ୍ରିୟ ମନୋଯୁକ୍ତମ୍ ଭୋକ୍ତେତ୍ୟାହୁର୍ମନୀଷିଣାଃ ।ା (୧.୩, ୩-୪)
ଉପନିଷଦ କହୁଛି, ଗୋଟିଏ ରଥ ଅଛି, ଯାହାକୁ ପାଞ୍ଚଟି ଘୋଡା ଟାଣୁଛନ୍ତି । ଘୋଡାଙ୍କ ମୁହଁରେ ଲଗାମ ବନ୍ଧା ହୋଇଛି, ଲଗାମ୍ଟିକୁ ସାରଥି ଧରିଛନ୍ତି ଏବଂ ରଥରେ ଜଣେ ଯାତ୍ରୀ ବସିଛନ୍ତି । ସାଧାରଣତଃ, ଯାତ୍ରୀଜଣକ ସାରଥିଙ୍କୁ ନିର୍ଦ୍ଦେଶ ଦେଇଥାଆନ୍ତି, ସେହି ଅନୁସାରେ ସାରଥି ଲଗାମ ଟାଣି ଘୋଡା ମାନଙ୍କୁ ସଠିକ୍ ମାର୍ଗରେ ନେଇଥାଆନ୍ତି । କିନ୍ତୁ,ଏହିି କ୍ଷେତ୍ରରେ, ଯାତ୍ରୀ ଜଣଙ୍କ ନିଦ୍ରିତ ଅବସ୍ଥାରେ ଅଛନ୍ତି, ସେଥିପାଇଁ ଘୋଡାମାନେ ଏଣେ ତେଣେ ଧାଇଁବାରେ ଲାଗିଛନ୍ତି ।
ଏହି ଉପମାରେ, ରଥ ଶରୀର ଅଟେ । ଘୋଡାମାନେ ପାଞ୍ଚ ଜ୍ଞାନେନ୍ଦ୍ରିୟ ଅଟନ୍ତି, ଘୋଡା ମୁଁହରେ ବନ୍ଧା ହୋଇଥିବା ଲଗାମ ମନ ଅଟେ, ବୁଦ୍ଧି ସାରଥି ଅଟେ ଏବଂ ପଛରେ ବସିଥିବା ଯାତ୍ରୀ ଶରୀରସ୍ଥ ଆତ୍ମା ଅଟନ୍ତି । ଇନ୍ଦ୍ରିୟ ଗୁଡିକ (ଘୋଡାସବୁ) ଆନନ୍ଦଦାୟକ ଭୋଗ୍ୟ ବସ୍ତୁ ଇଚ୍ଛା କରୁଛନ୍ତି । ମନ (ଲଗାମ) ଇନ୍ଦ୍ରିୟ (ଘୋଡା) ମାନଙ୍କୁ ନିୟନ୍ତ୍ରଣ କରୁନାହିଁ । ବୁଦ୍ଧି (ସାରଥି) ମନର (ଲଗାମର) ଗତିକୁ ସ୍ୱେଚ୍ଛାରେ ଚାଳିତ ହେବାକୁ ଦେଉଛି । ଏହିପରି ମାୟିକ ବନ୍ଧନ ଯୁକ୍ତ ଅବସ୍ଥାରେ ଭ୍ରମିତ ଆତ୍ମା ବୁଦ୍ଧିକୁ ସଠିକ୍ ରାସ୍ତାରେ ଯିବା ପାଇଁ ନିର୍ଦ୍ଦେଶ ଦେଇ ପାରୁନାହିଁ । ରଥ କୁଆଡେ ଯିବ, ତାହାର ନିର୍ଣ୍ଣୟ ଇନ୍ଦ୍ରିୟମାନେ କରୁଛନ୍ତି । ଆତ୍ମା ଇନ୍ଦ୍ରିୟ ଜନିତ ସୁଖକୁ ନିଜର ସୁଖ ରୂପେ ଅନୁଭବ କରୁଛି କିନ୍ତୁ ସେହି ସୁଖ ତାକୁ ସନ୍ତୁଷ୍ଟ କରିପାରୁ ନାହିଁ । ଏହି ରଥରେ ବସି, ଆତ୍ମା(ଯାତ୍ରୀ) ଅନାଦି କାଳରୁ ଭୌତିକ ଜଗତରେ ଘୂରି ବୁଲୁଛି ।
ତଥାପି, ଆତ୍ମା ଯଦି ଜାଗ୍ରତ ହୋଇ ଉଚ୍ଚତର ସୋପାନରେ ସ୍ଥିତ ହୁଏ ଏବଂ ନେତୃତ୍ୱ ନେବାକୁ ସ୍ଥିର କରେ, ତେବେ ସେ ବୁଦ୍ଧିକୁୁ ସଠିକ୍ ଦିଗରେ ନେଇଯାଇ ପାରିବ । ତାପରେ ବୁଦ୍ଧି ନିମ୍ନ ସୋପାନରେ ଅବସ୍ଥିତ ମନ ଓ ଇନ୍ଦ୍ରିୟକୁ ଶାସନ କରିବ ତଥା ରଥଟିି ଚିରନ୍ତନ କଲ୍ୟାଣର ମାର୍ଗରେ ଠିକ୍ ରୂପରେ ଗତି କରିବ । ଏହିପରି ଭାବରେ ଉଚ୍ଚତର “ମୁଁ’’ (ଆତ୍ମା)ନିଜକୁ ନିମ୍ନତର ‘ମୁଁ’ (ଇନ୍ଦ୍ରିୟ, ମନ ଓ ବୁଦ୍ଧି) କୁ ନିୟନ୍ତ୍ରଣ କରିବା ଦିଗରେ ଉପଯୋଗ କରିବା ଆବଶ୍ୟକ ।
ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନମାତ୍ମନା ।
ଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍ ।। ୪୩ ।।
ହେ ବୀର ଅର୍ଜୁନ ! ଆତ୍ମାକୁ ମାୟିକ ବୁଦ୍ଧିଠାରୁ ଶ୍ରେଷ୍ଠ ଭାବେ ହୃଦୟଙ୍ଗମ କର । ନିଜକୁୁ (ଇନ୍ଦ୍ରିୟ-ମନ-ବୁଦ୍ଧିକୁ) ନିଜ ଦ୍ୱାରା (ଆତ୍ମାର ଉଚ୍ଚତର ଶକ୍ତି ଦ୍ୱାରା) …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily