କର୍ମେନ୍ଦ୍ରିୟାଣି ସଂଯମ୍ୟ ଯ ଆସ୍ତେ ମନସା ସ୍ମରନ୍ ।
ଇନ୍ଦ୍ରିୟାର୍ଥାନ୍ ବିମୂଢାତ୍ମା ମିଥ୍ୟାଚାରଃ ସ ଉଚ୍ୟତେ ।।୬।।
କର୍ମ ଇନ୍ଦ୍ରିୟାଣି- ପାଞ୍ଚଟି କର୍ମେନ୍ଦ୍ରିୟ; ସଂଯମ୍ୟ - ଦମନକରି; ଯଃ-ଯିଏ; ଆସ୍ତେ- ରହେ; ମନସା- ମନରେ; ସ୍ମରନ୍-ସ୍ମରଣ କରି; ଇନ୍ଦ୍ରିୟ ଅର୍ଥାନ୍ - ଇନ୍ଦ୍ରିୟଭେଗ୍ୟ ବିଷୟ ବସ୍ତୁ; ବିମୂଢାତ୍ମା-ମୁଢ ବା ମୁର୍ଖଲୋକ; ମିଥ୍ୟାଚାରଃ- ପ୍ରତାରକ ବା ଛଳନାକାରୀ; ସଃ-ସେ; ଉଚ୍ୟତେ- କୁହାଯାଏ ।
BG 3.6: ଯେଉଁ ବ୍ୟକ୍ତି କର୍ମେନ୍ଦ୍ରିୟ ମାନଙ୍କୁ ଦମନ କରିଥାନ୍ତି, କିନ୍ତୁ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ଗୁଡିକ ପ୍ରତି ଲାଳସା ରଖିଥାନ୍ତି, ସେମାନେ ନିଜକୁ ପ୍ରତାରଣା କରିଥାଆନ୍ତି ଏବଂ ସେମାନଙ୍କୁ ଶଠ ବ୍ୟକ୍ତି କୁହାଯିବ ।
ଅନେକ ସମୟରେ ଲୋକେ ସନ୍ୟାସ ଜୀବନ ପ୍ରତି ଆକୃଷ୍ଟ ହୋଇ ତାଙ୍କର ସାଂସାରିକ କର୍ମ ତ୍ୟାଗ କରିଥାନ୍ତି କିନ୍ତୁ ପରେ ଜଣାପଡେ ଯେ, ଏହି ତ୍ୟାଗ ଅନୁରୂପୀ ସେମାନଙ୍କର ମନ ଓ ବୁଦ୍ଧି ସଂସାରିକ ଭୋଗ ବସ୍ତୁ ଠାରୁ ଦୂରେଇ ଯାଇ ନାହିଁ । ଏହା ଏକ ବିରୋଧାତ୍ମକ ପରିସ୍ଥିତି ସୃଷ୍ଟି କରିଥାଏ, ଯେଉଁଠି ଜଣେ ବାହ୍ୟରୂପରେ ଧାର୍ମିକତା ପ୍ରଦର୍ଶନ କଲେ ମଧ୍ୟ ଅନ୍ତରରେ ଗୋଟିଏ ନିକୃଷ୍ଟ ମନୋଭାବ ଓ ଉଦ୍ଦେଶ୍ୟ ଯୁକ୍ତ ଜୀବନ ଯାପନ କରେ । ତେଣୁ ଏକ ମିଥ୍ୟା ସନ୍ୟାସ ଜୀବନ ଯାପନ କରିବା ଅପେକ୍ଷା ଜଣେ କର୍ମଯୋଗୀ ଭାବରେ ସଂସାରରେ ସଂଘର୍ଷର ସମ୍ମୁଖୀନ ହେବା ଶ୍ରେୟସ୍କର ଅଟେ । ସଂସାରର ସମସ୍ୟାଠାରୁ ସମୟ ପୂର୍ବରୁ ଦୂରେଇ ଯାଇ ସନ୍ୟାସ ଗ୍ରହଣ କରିବା, ଆତ୍ମାର ଉତ୍ଥାନ ନିମନ୍ତେ ଉପଯୁକ୍ତ ନୁହେଁ । ସନ୍ଥ କବୀର ବ୍ୟଙ୍ଗାତ୍ମକ ଭାବରେ କହୁଛନ୍ତି -
ମନ ନ ରଙ୍ଗାୟେ ହୋ ରଙ୍ଗାୟେ ଯୋଗୀ କପଡା ।
ଜଟୱା ବଢାଏ ଯୋଗୀ ଧୁନିୟା ରମୌଲେ, ଦହିୟା ବଢାଏ ଯୋଗୀ ବନି ଗୟେ ବକରା ।
“ହେ ଯୋଗୀ! ତୁମେ ସନ୍ୟାସର ଗେରୁଆ ବସ୍ତ୍ର ପରିଧାନ କରିଛ କିନ୍ତୁ ମନକୁ ବୈରାଗ୍ୟର ରଙ୍ଗରେ ରଙ୍ଗେଇବାରେ ଅବହେଳା କରିଛ । ତୁମେ ଲମ୍ବା ଜଟା ବଢାଇଛ ଏବଂ ଶରୀରରେ ପାଉଁଶ ବୋଳି ହୋଇଅଛ (ବୈରାଗ୍ୟ ଚିହ୍ନ ସ୍ୱରୂପ) କିନ୍ତୁ ଅନ୍ତରରେ ଭକ୍ତି ନ ଥାଇ ତୁମେ ଯେଉଁ ଦାଢୀ ବଢାଇଛ, ତାହା ଦ୍ୱାରା ତୁମେ ଗୋଟିଏ ଛେଳି ସଦୃଶ ଦେଖାଯାଉଛ ।”ଶ୍ରୀକୃଷ୍ଣ ଏହି ଶ୍ଳୋକରେ କହୁଛନ୍ତି, ଯେଉଁମାନେ ବାହ୍ୟ ରୂପରେ ଇନ୍ଦ୍ରିୟ ବିଷୟ ପ୍ରତି ବୈରାଗ୍ୟ ପ୍ରଦର୍ଶନ କରି ମାନସିକ ସ୍ତରରେ ସେଥିରେ ଆସକ୍ତ ରହିଥାଆନ୍ତି, ସେମାନେ ଶଠ ଅଟନ୍ତି ଏବଂ ସେମାନେ ନିଜକୁ ହିଁ ଠକିି ଥାଆନ୍ତି ।
ଏହି ପ୍ରସଙ୍ଗରେ ପୁରାଣରେ ଗୋଟିଏ ସୁନ୍ଦର କାହାଣୀ ରହିଛି । ତବ୍ରିତ ଓ ସୁବ୍ରିତ ନାମକ ଦୁୁଇ ଭାଇ ଦିନେ ଘରୁ ଚାଲି ଚାଲି ମନ୍ଦିରକୁ ଭାଗବତ ପୁରାଣ ଶୁଣିବାକୁ ଯାଉଥିଲେ । ରାସ୍ତାରେ ପ୍ରବଳ ବୃଷ୍ଟି ହେବାରୁ ସମାନେ ନିକଟସ୍ଥ ଏକ ଘରକୁ ଆଶ୍ରୟ ନେବାକୁ ଗଲେ କିନ୍ତୁ ସେମାନେ ଆଶ୍ଚର୍ଯ୍ୟ ହେଲେ ଯେ, ତାହା ଏକ ବେଶ୍ୟାଳୟ ଥିଲା ଏବଂ ସେଠାରେ ହୀନବର୍ଗର ରମଣୀମାନେ ସେମାନଙ୍କର ଅତିଥିମାନଙ୍କର ମନୋରଞ୍ଜନ ପାଇଁ ନୃତ୍ୟ କରୁଥିଲେ । ବଡଭାଇ ତବ୍ରିତଙ୍କୁ ତାହା ଭଲ ନ ଲାଗିବାରୁ ସେ ବାହାରକୁ ବାହାରି ମନ୍ଦିର ଅଭିମୁଖରେ ବର୍ଷାରେ ଅଗ୍ରସର ହେବାରେ ଲାଗିଲେ । ସାନ ଭାଇ ସୁବ୍ରିତ ଭାବିଲେ ବର୍ଷାରୁ ରକ୍ଷା ପାଇବାକୁ ଏଠାରେ କିଛି ସମୟ ବସିଗଲେ କିଛି କ୍ଷତି ନାହିଁ ।
ମନ୍ଦିରରେ ପହଞ୍ôଚ ତବ୍ରିତ ପ୍ରବଚନ ଶୁଣିବାକୁ ବସିଲେ କିନ୍ତୁ ମନେ ମନେ ସେ ଦୁଃଖିତ ହୋଇ ଚିନ୍ତା କରିବାରେ ଲାଗିଲେ, “ଏହା କେତେ ନୀରସ ଅଟେ । ମୁଁ ଗୋଟିଏ ମସ୍ତବଡ ଭୁଲ କରିଦେଲି । ବେଶ୍ୟାଳୟରେ ବସିଥିଲେ ଭଲ ହୋଇଥାଆନ୍ତା । ମୋ ଭାଇ ସେଠାରେ ଅମୋଦ ପ୍ରମୋଦ ଉପଭୋଗ କରୁଥିବ । ” ଅନ୍ୟପକ୍ଷରେ ସୁବ୍ରିିତ ଚିନ୍ତା କରିବାରେ ଲାଗିଲେ, “ମୁଁ ଏହି ପାପର ଗୃହରେ କାହିଁକି ରହିଲି? ମୋ ଭାଇ କେତେ ପବିତ୍ର, ସେ ଭାଗବତ ଜ୍ଞାନରେ ଆବଗାହନ କରୁଥିବେ । ମୁଁ ମଧ୍ୟ ବର୍ଷାକୁ ଖାତିର ନ କରି ସେଠାରେ ପହଞ୍ôଚ ପାରି ଥାଆନ୍ତି । ମୋର ଶରୀର ଲବଣ ପିତୁଳା ନୁହେଁ ଯେ ବର୍ଷାରେ ତରଳି ଯିବ ।”
ବର୍ଷା ବନ୍ଦ ହେବା ପରେ ଉଭୟେ ପରସ୍ପର ଦିଗରେ ଅଗ୍ରସର ହେବାକୁ ଲାଗିଲେ । ଯେଉଁ ମୁହୁର୍ତ୍ତରେ ସେମାନେ ପରସ୍ପରକୁ ଭେଟିିଲେ, ସେଇ ସମୟରେ ବଜ୍ରପାତ ହୋଇ ଉଭୟଙ୍କର ଘଟଣା ସ୍ଥଳରେ ହିଁ ମୁତ୍ୟୁ ଘଟିଲା । ଯମଦୂତମାନେ ତବ୍ରିତକୁ ନର୍କକୁ ନେଇଯିବାକୁ ଆସିଲେ । ତବ୍ରିତ ଅଭିଯୋଗ କଲେ, “ଆପଣମାନେ ବୋଧହୁଏ ଭୂଲ କରୁଛନ୍ତି । ମୁଁ ତବ୍ରିତ ଅଟେ, କିଛି ସମୟ ପୂର୍ବରୁ ମୋ ଭାଇ ବେଶ୍ୟାଳୟରେ ବସିଥିଲା, ଆପଣ ତାଙ୍କୁ ନର୍କକୁ ନେବା ଉଚିତ୍” । ଯମଦୂତମାନେ ଉତ୍ତର ଦେଲେ, ଆମେ କୌଣସି ଭୁଲ କରୁନାହିଁ । ସେ ସେଠାରେ ବର୍ଷାରୁ ରକ୍ଷା ପାଇବା ପାଇଁ ବସିଥିଲେ ସତ, କିନ୍ତୁ ତାଙ୍କର ମନ ଭାଗବତ ପ୍ରବଚନ ଶୁଣିବାକୁ ବ୍ୟାକୁଳିତ ଥିଲା । ଅନ୍ୟ ପକ୍ଷରେ, ଆପଣ ପ୍ରବଚନ ଶୁଣିବାକୁ ବସିଥିଲେ ଅଥଚ ଆପଣଙ୍କର ମନ ବେଶ୍ୟାଳୟକୁ ଯିବାକୁ ବ୍ୟଗ୍ର ଥିଲା । ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଯାହା କହିଛନ୍ତି, ତବ୍ରିିତ୍ ତାହାହିଁ କରୁଥିଲା । ସେ ବାହ୍ୟରୂପରେ ଇନ୍ଦ୍ରିୟ-ବିଷୟକୁ ତ୍ୟାଗ କରିଥିଲେ ମଧ୍ୟ ମନ ମଧ୍ୟରେ ତାହାର ଚିନ୍ତନ କରୁଥିଲା । ଏହା ସଠିକ୍ ବୈରାଗ୍ୟ ନୁହେଁ । ପରବର୍ତ୍ତି ଶ୍ଲୋକରେ ବାସ୍ତବ ବୈରାଗ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି ।
କର୍ମେନ୍ଦ୍ରିୟାଣି ସଂଯମ୍ୟ ଯ ଆସ୍ତେ ମନସା ସ୍ମରନ୍ ।
ଇନ୍ଦ୍ରିୟାର୍ଥାନ୍ ବିମୂଢାତ୍ମା ମିଥ୍ୟାଚାରଃ ସ ଉଚ୍ୟତେ ।।୬।।
ଯେଉଁ ବ୍ୟକ୍ତି କର୍ମେନ୍ଦ୍ରିୟ ମାନଙ୍କୁ ଦମନ କରିଥାନ୍ତି, କିନ୍ତୁ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ଗୁଡିକ ପ୍ରତି ଲାଳସା ରଖିଥାନ୍ତି, ସେମାନେ ନିଜକୁ ପ୍ରତାରଣା କରିଥାଆନ୍ତି ଏବଂ ସେମାନଙ୍କୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily