ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋ ହ୍ୟକର୍ମଣଃ ।
ଶରୀରଯାତ୍ରାପି ଚ ତେ ନ ପ୍ରସିଦ୍ଧୈଦକର୍ମଣଃ ।।୮।।
ନିୟତଂ- ନିରନ୍ତର; କୁରୁ - କର; କର୍ମ- କର୍ତ୍ତବ୍ୟ(କର୍ମ); ତ୍ୱଂ-ତୁମେ; କର୍ମ- କର୍ମ; ଜ୍ୟାୟଃ- ଉତ୍ତମ; ହି- ଅପେକ୍ଷା; ଅକର୍ମଣଃ- କର୍ମ ନ କରିିବା; ଶରୀର- ଶାରୀରିକ; ଯାତ୍ରା- ରକ୍ଷା; ଅପିି- ଏପିିରି; ଚ- ମଧ୍ୟ; ତେ - ତୁମର; ନ ପ୍ରସିଦ୍ଧ୍ୟେତ୍- ସମ୍ଭବ ନୁହେଁ; ଅକର୍ମଣଃ- କର୍ମ ବିନା ।
BG 3.8: ଏହିପରି ଭାବରେ ତୁମେ ନିଜର ବେଦ ବିହିତ କର୍ମ କରିବା ଉଚିତ୍, ଯେହେତୁ କର୍ମ ଅକର୍ମଣ୍ୟତା ଠାରୁ ଶ୍ରେଷ୍ଠ ଅଟେ । କର୍ମତ୍ୟାଗ କରିବା ଦ୍ୱାରା ତୁମର ଶରୀର ପୋଷଣ ମଧ୍ୟ ଅସମ୍ଭବ ହୋଇପଡିବ ।
ଯେର୍ଯ୍ୟନ୍ତ ମନ-ବୁଦ୍ଧି ଈଶ୍ୱରୀୟ ଚେତନାରେ ଉଦ୍ବୁଦ୍ଧ ନ ହୋଇଛି, କର୍ତ୍ତବ୍ୟ ପାଳନର ମନୋଭାବ ନେଇ ଶାରୀରିକ କର୍ମ କରିବା ଅନ୍ତଃକରଣ ଶୁଦ୍ଧି ନିମନ୍ତେ ଲାଭଦାୟକ ହୋଇଥାଏ । ସୁତରାଂ, ବେଦ ମନୁଷ୍ୟର ମନ ଏବଂ ଇନ୍ଦ୍ରିୟମାନଙ୍କୁ ଶୃଙ୍ଖଳିତ କରିବା ପାଇଁ କର୍ମର ବିଧାନ କରିଛି । ବାସ୍ତବରେ, ଆଳସ୍ୟକୁୁ ଆଧ୍ୟାତ୍ମିକ ପଥର ସବୁଠାରୁ ବଡ ସମସ୍ୟା ଭାବରେ ଅଭିହିତ କରାଯାଇ ଥାଏ :
ଆଲସ୍ୟ ହି ମନୁଷ୍ୟାଣାମ୍ ଶରୀରସ୍ଥୋ ମହାନ୍ ରିପୁଃ ।
ନାସ୍ତ୍ୟୁଦ୍ୟମସମୋ ବନ୍ଧୁଃ କୃତ୍ୱା ୟଂ ନାବସୀଦତି । ।
ଆଳସ୍ୟ ମନୁଷ୍ୟର ସବୁଠାରୁ ବଡ ଶତ୍ରୁ ଅଟେ ଏବଂ ଏହା ତାହାର ଶରୀରରେ ନିବାସ କରୁଥିବା କାରଣରୁ ଅତ୍ୟଧିକ କ୍ଷତିକାରକ ଅଟେ । କର୍ମ ତାହାର ସର୍ବାଧିକ ନିର୍ଭରଯୋଗ୍ୟ ବନ୍ଧୁ ଏବଂ ପତନରୁ ରକ୍ଷା କରିବା ପାଇଁ ଏହା କବଚ ଅଟେ । ଏପରିକି ଖାଇବା, ଗାଧୋଇବା, ସ୍ୱାସ୍ଥ୍ୟ ରକ୍ଷା କରିବା ଆଦି ମୌଳିକ ଶାରୀରିକ କ୍ରିୟାରେ ମଧ୍ୟ କର୍ମର ଆବଶ୍ୟକତା ରହିଥାଏ । ଏହି ଆବଶ୍ୟକୀୟ କର୍ମ ଗୁଡିକୁ ନିତ୍ୟକର୍ମ କୁହାଯାଏ । ଶରୀର ରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଏହି ସବୁ ସାମାନ୍ୟ କର୍ମର ଉପେକ୍ଷା କରିବା ପ୍ରଗତିର ସଙ୍କେତ ନୁହେଁ ବରଂ ଆଳସ୍ୟର ଲକ୍ଷଣ ଅଟେ ଯାହା ଉଭୟ ଦେହ ଓ ମନକୁ ଦୁର୍ବଳ ଏବଂ ରୁଗ୍ଣ କରିଦେଇ ଥାଏ । ଅନ୍ୟ ପକ୍ଷରେ, ଗୋଟିଏ ସଯତ୍ନ ବର୍ଦ୍ଧିତ ପରିପୃଷ୍ଠ ଶରୀର ଆଧ୍ୟାତ୍ମିକ ପଥର ନିର୍ଭର ଯୋଗ୍ୟ ସହାୟକ ଅଟେ । ଅତଏବ, ନିଷ୍କ୍ରିୟ ଅବସ୍ଥା ଭୌତିକ ଅଥବା ଆଧ୍ୟାତ୍ମିକ କୌଣସି ପ୍ରକାରର ପ୍ରଗତିରେ ସହାୟକ ସିଦ୍ଧ ହୋଇ ନ ଥାଏ । ଆମ ନିଜ ଆତ୍ମାର ଉତ୍ଥାନ ପାଇଁ ଆମେ କର୍ତ୍ତବ୍ୟ ପାଳନ କରିବା ଉଚିତ୍, ଯାହା ଆମର ମନ ଓ ବୁଦ୍ଧିକୁ ଉନ୍ନତ ଓ ଶୁଦ୍ଧ କରିବ ।
ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋ ହ୍ୟକର୍ମଣଃ ।
ଶରୀରଯାତ୍ରାପି ଚ ତେ ନ ପ୍ରସିଦ୍ଧୈଦକର୍ମଣଃ ।।୮।।
ଏହିପରି ଭାବରେ ତୁମେ ନିଜର ବେଦ ବିହିତ କର୍ମ କରିବା ଉଚିତ୍, ଯେହେତୁ କର୍ମ ଅକର୍ମଣ୍ୟତା ଠାରୁ ଶ୍ରେଷ୍ଠ ଅଟେ । କର୍ମତ୍ୟାଗ କରିବା ଦ୍ୱାରା ତୁମର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily