ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମଫଳେ ସ୍ପୃହା ।
ଇତି ମାଂ ଯୋଽଭିଜାନାତି କର୍ମଭିର୍ନ ସ ବଧ୍ୟତେ ।।୧୪।।
ନ- ନାହିଁ; ମାଂ -ମୋତେ; କର୍ମାଣି - କର୍ମ; ଲିମ୍ପନ୍ତି -ଦୂଷିତ କରନ୍ତି; ନ -ନାହିଁ; ମେ -ମୋର; କର୍ମଫଳେ -କର୍ମଫଳରେ; ସ୍ପହା -ଆଗ୍ରହ; ଇତି -ଏହିପରି; ମାଂ- ମୋତେ; ଯଃ -ଯିଏ; ଅଭିଜାନାତି -ଜାଣନ୍ତି; କର୍ମଭିଃ -କର୍ମଫଳ; ନ -ନୁହେଁ; ସ -ସେ; ବଧ୍ୟତେ -ଆସକ୍ତ ହୁଅନ୍ତି ନାହିଁ ।
BG 4.14: କୌଣସି କର୍ମ ମୋତେ ପ୍ରଭାବିତ କରେ ନାହିଁ, କୌଣସି କର୍ମଫଳ ପ୍ରତି ମୋର ସ୍ପୃହା ନାହିଁ । ଯେଉଁମାନେ ମୋତେ ଏହି ରୂପରେ ଜାଣନ୍ତି, ସେମାନେ କର୍ମଫଳର ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ ।
ଭଗବାନ ସର୍ବଥା ଶୁଦ୍ଧ ଅଟନ୍ତି । ସେ ଯାହାବି କରନ୍ତି ତାହା ଶୁଦ୍ଧ ଓ ପବିତ୍ର ହୋଇଯାଏ । ରାମାୟଣ କହେ:
ସମରଥ କହୁଁ ନହିଁ ଦୋଷୁ ଗୋସାଈଁ, ରବି ପାବକ ସୁରସରି କୀ ନାଈଁ ।
“ଶୁଦ୍ଧ ବ୍ୟକ୍ତିତ୍ୱ କୌଣସି ଅଶୁଦ୍ଧ ସ୍ଥିତି ବା ବସ୍ତୁର ସମ୍ପର୍କରେ ଆସିଲେ ମଧ୍ୟ ଅଶୁଦ୍ଧ ହୁଅନ୍ତି ନାହିଁ । ଯେପରିକି ସୂର୍ଯ୍ୟ, ଅଗ୍ନି ଓ ଗଙ୍ଗା । ପରିଶ୍ରାରେ ପୂର୍ଣ୍ଣ ଗୋଟିଏ ଗାତ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ସୂର୍ଯ୍ୟ ଅଶୁଦ୍ଧ ହୁଅନ୍ତି ନାହିଁ । ସୂର୍ଯ୍ୟ ତାଙ୍କର ଶୁଦ୍ଧତା ରକ୍ଷା କରିବା ସହିତ ଆବର୍ଜନାପୂର୍ଣ୍ଣ ଖାଲକୁ ମଧ୍ୟ ଶୁଦ୍ଧ କରିଦିଅନ୍ତି । ସେହିପରି ଅଗ୍ନିରେ କୌଣସି ଅଶୁଦ୍ଧ ବସ୍ତୁ ଅର୍ପଣ କଲେ ମଧ୍ୟ ଅଗ୍ନି ନିଜର ଶୁଦ୍ଧତା ବଜାୟ ରଖେ । ଅଗ୍ନି ପବିତ୍ର ଏବଂ ଯାହାବି ଏଥିରେ ସମର୍ପିତ ହୁଏ ଶୁଦ୍ଧ ହୋଇଯାଏ । ଗଙ୍ଗାରେ ଅନେକ ନର୍ଦ୍ଦମାର ଜଳ ମିଶିଥାଏ, କିନ୍ତୁ ତାହା ଗଙ୍ଗାକୁ ନର୍ଦ୍ଦମାରେ ପରିଣତ କରେ ନାହିଁ । ଗଙ୍ଗା ନଦୀ ଅପବିତ୍ର ନର୍ଦ୍ଦମାକୁ ପବିତ୍ର ଗଙ୍ଗାରେ ପରିଣତ କରିଦିଏ । ସେହିପରି ଭଗବାନ ଯେଉଁସବୁ କର୍ମ କରନ୍ତି, ତଦ୍ୱାରା ସ୍ୱୟଂ ଅପବିତ୍ର ହୁଅନ୍ତି ନାହିଁ ।
ବ୍ୟକ୍ତି ଯେତେବେଳେ ଫଳ ଭୋଗର କାମନା ନେଇ କର୍ମ କରିଥାଏ, ସେହି କର୍ମ ତାକୁ କର୍ମ ବନ୍ଧନରେ ପକାଇଥାଏ । କିନ୍ତୁ ଭଗବାନଙ୍କ କର୍ମରେ ନିଜସ୍ୱ ସ୍ୱାର୍ଥ ନିହିତ ନ ଥାଏ, ତାଙ୍କର ପ୍ରତ୍ୟେକ କର୍ମ ଜୀବ ପ୍ରତି କୃପା ଉଦ୍ଦେଶ୍ୟରେ ହୋଇଥାଏ । ସେଥିପାଇଁ, ଯଦିଓ ସେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂସାରର ପରିଚାଳନା କରିଥାନ୍ତି ଏବଂ ବିଭିନ୍ନ କର୍ମରେ ଲିପ୍ତ ରହନ୍ତି, ତଥାପି ସେ କର୍ମଫଳ ଦ୍ୱାରା କଳଙ୍କିତ ହୁଅନ୍ତି ନାହିଁ । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ କର୍ମର କର୍ମଫଳରୁ ସେ ଊର୍ଦ୍ଧ୍ୱରେ ସ୍ଥିତ ରହନ୍ତି ।
ବ୍ରହ୍ମନିଷ୍ଠ ମହାପୁରୁଷମାନେ ମଧ୍ୟ ମାୟାଶକ୍ତିର ଊର୍ଦ୍ଧ୍ୱରେ ରହନ୍ତି । ଯେହେତୁ ସେମାନଙ୍କର ପ୍ରତ୍ୟେକ କର୍ମ ଭଗବାନଙ୍କ ପ୍ରତି ପ୍ରେମ ଦ୍ୱାରା ସମ୍ପନ୍ନ ହୋଇଥାଏ, କର୍ମର କର୍ମଫଳ ଜନିତ ପ୍ରତିକ୍ରିୟାରେ ସେମାନେ ବାନ୍ଧି ହୁଅନ୍ତି ନାହିଁ । ଶ୍ରୀମଦ୍ ଭଗବତମ୍ କହେ:
ଯତ୍ ପାଦ ପଙ୍କଜ ପରାଗ ନିଷେବ ତୃପ୍ତା
ଯୋଗ ପ୍ରଭାବ ବିଧୁତାଖିଲ କର୍ମ ବନ୍ଧାଃ
ସ୍ୱୈରଂ ଚରନ୍ତି ମୁନୟୋଽପି ନ ନହ୍ୟମାନାସ୍
ତସ୍ୟେଚ୍ଛୟାତ୍ତତ୍ତବପୁଷଃ କୁତ ଏବ ବନ୍ଧଃ । (୧୦.୩୩.୩୪)
“ଯେଉଁ ଭକ୍ତମାନେ ଭଗବାନଙ୍କ ପାଦପଦ୍ମ ପରାଗର ସେବା କରି ତୃପ୍ତ ରହିଥାଆନ୍ତି, ସାଂସାରିକ କର୍ମ ସେମାନଙ୍କୁ କୌଣସି ପ୍ରକାରେ ଦୋଷଯୁକ୍ତ କରିପାରେ ନାହିଁ । ସେହିପରି ଯେଉଁମାନେ ଯୋଗ ଶକ୍ତି ଦ୍ୱାରା କର୍ମବନ୍ଧନରୁ ମୁକ୍ତ ହୋଇ ଯାଇଥାଆନ୍ତି, ସେହି ଜ୍ଞାନୀ ଯୋଗୀମାନଙ୍କୁ ମଧ୍ୟ କର୍ମ ଦୂଷିତ କରିପାରେ ନାହିଁ । ସେପରି କ୍ଷେତ୍ରରେ, ଭଗବାନ, ଯିଏ ସ୍ୱେଚ୍ଛାରେ ଦିବ୍ୟ ରୂପ ଧାରଣ କରନ୍ତି, ବନ୍ଧନଯୁକ୍ତ ହେବାର ପ୍ରଶ୍ନ ହିଁ ଉଠେନାହିଁ ।”
ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମଫଳେ ସ୍ପୃହା ।
ଇତି ମାଂ ଯୋଽଭିଜାନାତି କର୍ମଭିର୍ନ ସ ବଧ୍ୟତେ ।।୧୪।।
କୌଣସି କର୍ମ ମୋତେ ପ୍ରଭାବିତ କରେ ନାହିଁ, କୌଣସି କର୍ମଫଳ ପ୍ରତି ମୋର ସ୍ପୃହା ନାହିଁ । ଯେଉଁମାନେ ମୋତେ ଏହି ରୂପରେ ଜାଣନ୍ତି, ସେମାନେ କର୍ମଫଳର …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily