ଏବଂ ଜ୍ଞାତ୍ୱା କୃତଂ କର୍ମ ପୂର୍ବୈରପି ମୁମୁକ୍ଷୁଭିଃ ।
କୁରୁ କର୍ମେ÷ବ ତସ୍ମାତ୍ତ୍ୱଂ ପୂର୍ବୈଃ ପୂର୍ବତରଂ କୃତମ୍ ।।୧୫।।
ଏବଂ- ଏହିପରି; ଜ୍ଞାତ୍ୱା-ଜାଣି; କୃତଂ-କୃତ; କର୍ମ-କର୍ମ; ପୂର୍ବେ÷ଃ-ପୂର୍ବ ଯୁଗର; ଅପି -ଯଦିଓ; ମୁମୁକ୍ଷୁଭିଃ -ମୋକ୍ଷକାମୀମାନେ; କୁରୁ-କରିବା ଉଚିତ୍; କର୍ମ-କର୍ତ୍ତବ୍ୟ; ଏବ-ନିଶ୍ଚିତଭାବେ; ତସ୍ମାତ୍-ତେଣୁ; ତ୍ୱଂ-ତୁମେ; ପୂର୍ବୈଃ- ପୂର୍ବ ମହାଜନମାନଙ୍କ ଦ୍ୱାରା; ପୂର୍ବତରଂ-ପ୍ରାଚୀନ ଯୁଗରେ; କୃତଂ-ଯେପରି କରିଯାଇଛନ୍ତି ।
BG 4.15: ପ୍ରାଚୀନ କାଳରେ ମୁକ୍ତିକାମୀ ମହାପୁରୁଷମାନେ ଏହି ସତ୍ୟକୁ ଜାଣି ତଦନୁସାରେ କର୍ମ କରୁଥିଲେ । ଅତଏବ ସେହି ପ୍ରାଚୀନ ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରି ତୁମେ ମଧ୍ୟ ତୁମର କର୍ତ୍ତବ୍ୟ କରିବା ଉଚିତ ।
ଯେଉଁ ମହାପୁରୁଷମାନେ ଭଗବାନଙ୍କୁ ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି, ସେମାନେ ଭୌତିକ ଲାଭ ଉଦ୍ଦେଶ୍ୟରେ କର୍ମ କରନ୍ତି ନାହିଁ । ତେବେ ସେମାନେ ସାଂସାରିକ କର୍ମ କରନ୍ତି କାହିଁକି? ତା’ର କାରଣ ଏହା ଯେ ସେମାନେ ଭଗବାନଙ୍କର ସେବା କରିବାକୁ ଚାହାଁନ୍ତି ଏବଂ ତାଙ୍କ ଖୁସି ପାଇଁ ସେମାନେ କର୍ମ କରିବାକୁ ପ୍ରେରିତ ହୁଅନ୍ତି । ପୂର୍ବ ଶ୍ଲୋକର ଜ୍ଞାନ ତାଙ୍କୁ ଏହି ଆଶ୍ୱାସନା ଦିଏ ଯେ ଭକ୍ତିଯୁକ୍ତ କଲ୍ୟାଣକାରୀ କର୍ମ ସେମାନଙ୍କୁ ବନ୍ଧନରେ ପକାଇବ ନାହିଁ । ଭଗବାନଙ୍କ ପ୍ରତି ବିମୁଖ ହୋଇ ଭୌତିକ ଜଗତରେ କଷ୍ଟଭୋଗ କରୁଥିବା ଜୀବାତ୍ମା ମାନଙ୍କୁ ଦେଖି ତାଙ୍କର ହୃଦୟ ତରଳି ଯାଏ ଏବଂ ସେମାନଙ୍କର ଆଧ୍ୟାତ୍ମିକ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସେମାନେ ପ୍ରେରିତ ହୋଇଥାନ୍ତି । ଏକଦା ବୁଦ୍ଧଦେବ କହିଥିଲେ, “ଭଗବତ ପ୍ରାପ୍ତି ପରେ ତୁମ ସମ୍ମୁଖରେ ଦୁଇଟି ବିକଳ୍ପ ଥାଏ- ତୁମେ କିଛି କରି ନ ପାର, ବା ଅନ୍ୟର ଭଗବତ୍ ପ୍ରାପ୍ତି କରାଇବାରେ ସାହାଯ୍ୟ କରିପାର ।”
ତେଣୁ ଯେଉଁ ମହାପୁରୁଷ ମାନଙ୍କର ନିଜର ସ୍ୱାର୍ଥପୂର୍ତ୍ତି ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ କରିବାର ନ ଥାଏ, ସେମାନେ ଭଗବତ୍ ପ୍ରୀତ୍ୟର୍ଥ କର୍ମରେ ପ୍ରବୃତ୍ତ ହୁଅନ୍ତି । ଭକ୍ତି ଯୁକ୍ତ କର୍ମ ଭଗବାନଙ୍କର କୃପା ଆକର୍ଷିତ କରିଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହିପରି କରିବାକୁ କହୁଛନ୍ତି । ଅର୍ଜୁନଙ୍କୁ ବନ୍ଧନରେ ପକାଉ ନ ଥିବା କର୍ମ କରିବାକୁ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ କର୍ମର ଦର୍ଶନ ବ୍ୟାଖ୍ୟ କରିବାକୁ ଯାଉଛନ୍ତି ।
ଏବଂ ଜ୍ଞାତ୍ୱା କୃତଂ କର୍ମ ପୂର୍ବୈରପି ମୁମୁକ୍ଷୁଭିଃ ।
କୁରୁ କର୍ମେ÷ବ ତସ୍ମାତ୍ତ୍ୱଂ ପୂର୍ବୈଃ ପୂର୍ବତରଂ କୃତମ୍ ।।୧୫।।
ପ୍ରାଚୀନ କାଳରେ ମୁକ୍ତିକାମୀ ମହାପୁରୁଷମାନେ ଏହି ସତ୍ୟକୁ ଜାଣି ତଦନୁସାରେ କର୍ମ କରୁଥିଲେ । ଅତଏବ ସେହି ପ୍ରାଚୀନ ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରି ତୁମେ ମଧ୍ୟ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily