କିଂ କର୍ମ କିମ୍କର୍ମେତି କବୟୋଽପ୍ୟତ୍ର ମୋହିତାଃ ।
ତତ୍ ତେ କର୍ମ ପ୍ରବକ୍ଷ୍ୟାମି ଯଜ୍ଜ୍ଞାତ୍ୱା ମୋକ୍ଷସେଽଶୁଭାତ୍ ।।୧୬।।
କିଂ -କ’ଣ; କର୍ମ-କର୍ମ; କିଂ -କ’ଣ; ଅକର୍ମ - ଅକର୍ମ; ଇତି - ଏହିପରି; କବୟଃ - ଜ୍ଞାନୀମାନେ; ଅପି -ମଧ୍ୟ; ଅତ୍ର -ଏଥିରେ; ମୋହିତାଃ - ମୋହିତ; ତତ୍ -ତାହା; ତେ -ତୁମକୁ; କର୍ମ -କର୍ମ; ପ୍ରବକ୍ଷ୍ୟାମି - ମୁଁ ଭଲ ଭାବେ ବର୍ଣ୍ଣନା କରିବି; ଯତ୍- ଯାହା; ଜ୍ଞାତ୍ୱା -ଜାଣି; ମୋକ୍ଷସେ - ମୁକ୍ତ ହେବ; ଅଶୁଭାତ୍- ଦୁର୍ଭାଗ୍ୟରୁ (ଅଶୁଭରୁ) ।
BG 4.16: କର୍ମ କ’ଣ ଓ ଅକର୍ମ କ’ଣ? ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଏହାର ପ୍ରତିପାଦନ କରିବାକ୍ୁ ଯାଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ମୁଁ ବର୍ତ୍ତମାନ କର୍ମର ରହସ୍ୟ ବର୍ଣ୍ଣନା କରିବି, ଯାହାକୁ ଜାଣି ତୁମେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବ ।
ଧର୍ମର ନିୟମ ମାନସିକ ଚିନ୍ତନ ଦ୍ୱାରା ସ୍ଥିର କରାଯାଇ ପାରିବ ନାହିଁ । ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ଶାସ୍ତ୍ର ଓ ମହାପୁରୁଷମାନଙ୍କ ଦ୍ୱାରା ପ୍ରଦତ୍ତ ପରସ୍ପର ବିରୋଧି ତର୍କର ଗୋରଖଧନ୍ଦାରେ ପଡି ବିଭ୍ରାନ୍ତ ହୋଇ ଯାଆନ୍ତି । ଉଦାହରଣ ସ୍ୱରୂପ, ବେଦ ଅହିଂସାର ଉପେଦଶ ଦିଏ । ସେହି ଅନୁସାରେ ମହାଭାରତରେ, ଅର୍ଜୁନ ହିଂସା ତ୍ୟାଗକରି ଅହିଂସାର ମାର୍ଗ ଅନୁସରଣ କରିବାକୁ ଚାହୁଁଛନ୍ତି କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ହିଂସା କରିବା ଏଠାରେ ତାଙ୍କର କର୍ତ୍ତବ୍ୟ ଅଟେ । ଯଦି ପରିସ୍ଥିତି ଅନୁସାରେ କର୍ତ୍ତବ୍ୟ ବଦଳିଥାଏ, ତେବେ ନିଜର କର୍ତ୍ତବ୍ୟ ସ୍ଥିର କରିବା ଏକ ଜଟିଳ ବିଷୟ ଅଟେ । ମୃତ୍ୟୁର ଦେବତା, ଯମରାଜ କହୁଛନ୍ତି:
ଧର୍ମଂ ତୁ ସାକ୍ଷାଦ୍ ଭଗବତ୍ ପ୍ରଣୀତଂ ନ ବୈ ବିଦୁର୍ ଋଷୟୋ ନାପି ଦେବଃ (ଶ୍ରୀମଦ୍ ଭାଗବତମ୍ ୬.୩.୧୯)
“ଠିକ୍ କର୍ମ କ’ଣ ଏବଂ ଭୁଲ କର୍ମ କ’ଣ? ଏହାର ନିର୍ଦ୍ଧାରଣ କରିବା, ମୁନି ଋଷି ତଥା ସ୍ୱର୍ଗର ଦେବତା ମାନଙ୍କ ପକ୍ଷରେ ମଧ୍ୟ କଷ୍ଟକର ଅଟେ ।” ଭଗବାନ ନିଜେ ଧର୍ମ ସୃଷ୍ଟି କରିଛନ୍ତି ଏବଂ କେବଳ ସେ ହିଁ ଏହାର ପ୍ରକୃତ ଜ୍ଞାତା ଅଟନ୍ତି ।” ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ସେ ବର୍ତ୍ତମାନ କର୍ମ ଓ ଅକର୍ମର ଗୁଢ଼ ବିଜ୍ଞାନ ପ୍ରକାଶ କରିବାକୁ ଯାଉଛନ୍ତି ଯାହା ଦ୍ୱାରା ସେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବେ ।
କିଂ କର୍ମ କିମ୍କର୍ମେତି କବୟୋଽପ୍ୟତ୍ର ମୋହିତାଃ ।
ତତ୍ ତେ କର୍ମ ପ୍ରବକ୍ଷ୍ୟାମି ଯଜ୍ଜ୍ଞାତ୍ୱା ମୋକ୍ଷସେଽଶୁଭାତ୍ ।।୧୬।।
କର୍ମ କ’ଣ ଓ ଅକର୍ମ କ’ଣ? ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଏହାର ପ୍ରତିପାଦନ କରିବାକ୍ୁ ଯାଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ମୁଁ ବର୍ତ୍ତମାନ କର୍ମର ରହସ୍ୟ ବର୍ଣ୍ଣନା …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily