କର୍ମଣ୍ୟକର୍ମ ଯଃ ପଶ୍ୟେଦକର୍ମଣି ଚ କର୍ମ ଯଃ ।
ସ ବୁଦ୍ଧିମାନ୍ମନୁଷ୍ୟେଷୁ ସ ଯୁକ୍ତଃ କୃତ୍ସ୍ନକର୍ମକୃତ୍ ।।୧୮।।
କର୍ମଣି- କର୍ମରେ; ଅକର୍ମ- ଅକର୍ମ; ଯଃ-ଯିଏ; ପଶ୍ୟେତ୍- ଦେଖେ; ଅକର୍ମଣି-ଅକର୍ମରେ; ଚ-ମଧ୍ୟ; କର୍ମ-କର୍ମ; ଯଃ-ଯିଏ; ସଃ-ସେ; ବୁଦ୍ଧିମାନ୍- ବୁଦ୍ଧିମାନ ଅଟେ; ମନୁଷ୍ୟେଷୁ- ମନୁଷ୍ୟ ମଧ୍ୟରେ; ସଃ-ସେମାନେ; ଯୁକ୍ତଃ- ଯୋଗୀ; କୃତ୍ସ୍ନ-କର୍ମ-କୃତ୍- ସମସ୍ତ ପ୍ରକାର କର୍ମରେ ନିଯୁକ୍ତ ଥାଆନ୍ତି ।
BG 4.18: ଯେଉଁମାନେ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ କର୍ମ ଦେଖି ପାରନ୍ତି, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଜ୍ଞ ଅଟନ୍ତି । ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ, ସେମାନେ ଯୋଗୀ ତଥା ତାଙ୍କ କର୍ମର ନିୟନ୍ତ୍ରକ ଅଟନ୍ତି ।
କର୍ମରେ ଅକର୍ମ - ଏହି ପ୍ରକାର ଅକର୍ମରେ, ବ୍ୟକ୍ତି ନିଜ ସାମାଜିକ କର୍ତ୍ତବ୍ୟକୁ ଏକ ବୋଝ ସଦୃଶ ଚିନ୍ତା କରିଥାଏ ଏବଂ ଆଳସ୍ୟଯୁକ୍ତ ହୋଇ ତାହା ତ୍ୟାଗ କରିଥାଏ । କିନ୍ତୁ ବାହ୍ୟତଃ କର୍ମ ତ୍ୟାଗ କରିଥିଲେ ମଧ୍ୟ ତାଙ୍କର ମନ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁର ଚିନ୍ତନ କରିଚାଲିଥାଏ । ଏପରି ବ୍ୟକ୍ତିମାନେ ବାହାରକୁ ନିଷ୍କ୍ରିୟ ଦେଖାଯାଆନ୍ତି, କିନ୍ତୁ ତାଙ୍କର ଆଳସ୍ୟଯୁକ୍ତ ନିଷ୍କ୍ରିୟତା ବାସ୍ତବରେ ପାପପୂର୍ଣ୍ଣ କର୍ମ ଅଟେ । ଯେତେବେଳେ ଅର୍ଜୁନ ନିଜର ଯୁଦ୍ଧ-ରୂପୀ କର୍ତ୍ତବ୍ୟ ତ୍ୟାଗ କରିବାକୁ ଇଚ୍ଛା କରିଥିଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ବୁଝାଇଥିଲେ ଯେ ତାହା ପାପ ଅଟେ ଏବଂ ସେପରି ଅକର୍ମ ପାଇଁ ତାଙ୍କୁ ନର୍କଗାମୀ ହେବାକୁ ପଡିପାରେ ।
ଅକର୍ମରେ କର୍ମ - ଅନ୍ୟ ଏକ ପ୍ରକାର ଅକର୍ମ ଅଛି ଯାହା କର୍ମଯୋଗୀମାନେ କରିଥାନ୍ତି । ସେମାନେ ଫଳର କୌଣସି ଆଶା ନ ରଖି, କର୍ମ ଫଳକୁ ଭଗବାନଙ୍କଠାରେ ଅର୍ପଣ କରି ତାଙ୍କର ସାମାଜିକ ଦାୟିତ୍ୱ ତୁଲାଇଥାନ୍ତି । ସେଥିପାଇଁ ସମସ୍ତ ପ୍ରକାର କର୍ମ କରି ମଧ୍ୟ ସେମାନେ କର୍ମର ପ୍ରତିକ୍ରିୟାରେ ଛନ୍ଦି ହୁଅନ୍ତି ନାହିଁ; ଯେହେତୁ ଏହା ନିଜ ସୁଖ ପାଇଁ କରାଯାଇ ନ ଥାଏ । ଭାରତ ଇତିହାସରେ ଧ୍ରୁବ, ପ୍ରହ୍ଲାଦ, ଯୁଧିଷ୍ଠିର, ପୃଥୁ ଓ ଅମ୍ବରିଶ ଆଦି ଅନେକ ଯଶସ୍ୱୀ ରାଜା ଥିଲେ, ଯେଉଁମାନେ ପୂର୍ଣ୍ଣ ନିଷ୍ଠାର ସହିତ ତାଙ୍କର ରାଜକୀୟ କର୍ତ୍ତବ୍ୟ ପାଳନ କରିଥିଲେ । କିନ୍ତୁ ଯେହେତୁ ସେମାନଙ୍କର ମନ ଭୌତିକ କାମନାଯୁକ୍ତ ନ ଥିଲା, ତାଙ୍କର କର୍ମକୁ ଅକର୍ମ କୁହାଯାଉଥିଲା । ଅକର୍ମର ଅନ୍ୟ ଏକ ନାମ କର୍ମଯୋଗ, ଯାହା ପୂର୍ବବର୍ତ୍ତୀ ଦୁଇଟି ଅଧ୍ୟାୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରାଯାଇଛି ।
କର୍ମଣ୍ୟକର୍ମ ଯଃ ପଶ୍ୟେଦକର୍ମଣି ଚ କର୍ମ ଯଃ ।
ସ ବୁଦ୍ଧିମାନ୍ମନୁଷ୍ୟେଷୁ ସ ଯୁକ୍ତଃ କୃତ୍ସ୍ନକର୍ମକୃତ୍ ।।୧୮।।
ଯେଉଁମାନେ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ କର୍ମ ଦେଖି ପାରନ୍ତି, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଜ୍ଞ ଅଟନ୍ତି । ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily