ଅପାନେ ଜୁହ୍ୱତି ପ୍ରାଣଂ ପ୍ରାଣେଽପାନଂ ତଥାପରେ ।
ପ୍ରାଣାପାନଗତୀ ରୁଦ୍ଧ୍ୱା ପ୍ରାଣାୟାମପରାୟଣାଃ ।।୨୯।।
ଅପରେ ନିୟତାହାରାଃ ପ୍ରାଣାନ୍ପ୍ରାଣେଷୁ ଜୁହ୍ୱତି ।
ସର୍ବେଽପ୍ୟେତେ ଯଜ୍ଞବିଦୋ ଯଜ୍ଞକ୍ଷପିତକଳ୍ମଷାଃ ।।୩୦।।
ଅପାନେ- ପ୍ରଶ୍ୱାସ; ଜୁହ୍ୱତି- ଅର୍ପଣ କରେ; ପ୍ରାଣଂ- ପ୍ରାଣବାୟୁ; ପ୍ରାଣେ- ନିଃଶ୍ୱାସରେ; ଅପାନଂ-ପ୍ରଶ୍ୱାସ; ତଥା-ମଧ୍ୟ; ଅପରେ-ଅନ୍ୟମାନେ; ପ୍ରାଣ -ନିଃଶ୍ୱାସର; ଅପାନ- ପ୍ରଶ୍ୱାସ; ଗତୀ-ଗତି; ରୁଦ୍ଧ୍ୱା- ରୁଦ୍ଧକରି; ପ୍ରାଣାୟାମ-ପ୍ରାଣାୟମ; ପରାୟଣାଃ- ପରାୟଣ; ଅପରେ- ଅନ୍ୟମାନେ; ନିୟତ-ସଂଯତ କରି; ଆହାରଃ- ଆହାର; ପ୍ରାଣାନ୍- ପ୍ରାଣବାୟୁ; ପ୍ରାଣେଷୁ- ପ୍ରାଣଶକ୍ତିରେ; ଜୁହ୍ୱତି-ଅର୍ପଣ କରେ; ସର୍ବେ- ସମସ୍ତେ; ଅପି - ଯଦିଓ; ଏତେ - ଏସବୁ; ଯଜ୍ଞବିଦଃ - ଯଜ୍ଞକ୍ରିୟା ସମ୍ବନ୍ଧରେ ଅଭିଜ୍ଞ; ଯଜ୍ଞ-କ୍ଷପିତ - ଯଜ୍ଞ ଅନୁଷ୍ଠାନ ଦ୍ୱାରା ଶୁଦ୍ଧ; କଳ୍ମଷାଃ - ପାପକର୍ମର ପ୍ରତିକ୍ରିୟା ।
BG 4.29-30: ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି । କେତେକ ଅତି କଠୋର ଭାବେ ପ୍ରାଣାୟାମ କରିଥାନ୍ତି ଏବଂ ନିଶ୍ୱାସ ଓ ପ୍ରଶ୍ୱାସକୁ ରୁଦ୍ଧ କରି, ପ୍ରାଣଶକ୍ତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣଭାବେ ତତ୍ପର ରହନ୍ତି । ଆଉ କେତେଜଣ ଅଛନ୍ତି ଯେଉଁମାନେ ତାଙ୍କର ଆହାରକୁ ହ୍ରାସ କରି ଶ୍ୱାସରୁ ପ୍ରାଣଶକ୍ତିକୁ ଯଜ୍ଞରୂପରେ ଅର୍ପଣ କରନ୍ତି । ଯଜ୍ଞ ସମ୍ବନ୍ଧରେ ଜାଣିଥିବା ବ୍ୟକ୍ତି ମାନେ ଏହିପରି କରିବା ଦ୍ୱାରା ତାଙ୍କର କଳୁଷିତ ଅନ୍ତଃକରଣକୁ ଶୁଦ୍ଧ କରିଥାନ୍ତି ।
କେତେକ ବ୍ୟକ୍ତି ପ୍ରାଣାୟାମର ଅଭ୍ୟାସ କରିଥାନ୍ତି, ଯାହାକୁ ସାଧାରଣତଃ “ଶ୍ୱାସ ପ୍ରକ୍ରିୟାର ନିୟନ୍ତ୍ରଣ” କୁହାଯାଇଥାଏ । ଏଥିରେ ଅନ୍ତର୍ଭୁକ୍ତ ପ୍ରଣାଳୀ ସବୁହେଲା:
ପୂରକ-ଶ୍ୱାସ ଫୁସ୍ଫୁସ୍ ଭିତରକୁ ନେବା ।
ରେଚକ - ଶ୍ୱାସ ଫୁସ୍ଫୁସ୍ରୁ ବାହାରକୁୁ ଛାଡ଼ିବା ।
ଅନ୍ତର କୁମ୍ଭକ- ଶ୍ୱାସ ଗ୍ରହଣ କରି ତାହାକୁ ରୋକିବା । ଏହି ରୁଦ୍ଧ ଅବସ୍ଥାରେ ବର୍ହିମୁଖୀ ଶ୍ୱାସ ଅନ୍ତର୍ମୁଖୀ ଶ୍ୱାସରେ ରୁଦ୍ଧ ହୋଇଯାଏ ।
ବାହ୍ୟ କୁମ୍ଭକ- ଶ୍ୱାସ ତ୍ୟାଗ କରିବା ପରେ ଫୁସ୍ଫୁସ୍କୁ ଖାଲି ରଖିବା । ଏହି ରୁଦ୍ଧ ଅବସ୍ଥାରେ ଅନ୍ତର୍ମୁଖୀ ଶ୍ୱାସ ବର୍ହିମୁଖୀ ଶ୍ୱାସରେ ରୁଦ୍ଧ ହୋଇଥାଏ ।
ଉଭୟ ପ୍ରକାର କୁମ୍ଭକ ଉଚ୍ଚଶ୍ରେଣୀର ପ୍ରକ୍ରିୟା ଅଟେ, କିନ୍ତୁ ଏସବୁ ଦକ୍ଷ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ, ଅନ୍ୟଥା ଏହା କ୍ଷତି କରିପାରେ । ଯେଉଁ ଯୋଗୀମାନେ ପ୍ରାଣାୟାମ କରିବା ପାଇଁ ଆଗ୍ରହୀ, ସେମାନେ ତାଙ୍କର ଶ୍ୱାସ ନିୟନ୍ତ୍ରଣ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରିବା ସହ ମନକୁ କେନ୍ଦ୍ରିତ କରନ୍ତି ଏବଂ ବଶୀଭୂତ ମନକୁ ଯଜ୍ଞରୂପରେ ଭଗବାନଙ୍କୁ ଅର୍ପଣ କରନ୍ତି ।
ପ୍ରାଣର ଅଭିପ୍ରାୟ କେବଳ ଶ୍ୱାସକ୍ରିୟା ନୁହେଁ; ଏହା ଏକ ସୂକ୍ଷ୍ମ ଜୀବନଶକ୍ତି ଯାହା ଶ୍ୱାସ ରୂପରେ ବିଭିନ୍ନ ସଜୀବ ଓ ନିର୍ଜୀବ ବସ୍ତୁରେ ବ୍ୟାପ୍ତ ହୋଇଥାଏ । ବେଦ ଶରୀର ମଧ୍ୟରେ ପାଞ୍ଚ ପ୍ରକାର ପ୍ରାଣର ବର୍ଣ୍ଣନା କରିଛି- ପ୍ରାଣ, ଅପାନ, ବ୍ୟାନ, ସମାନ, ଉଦାନ - ଯାହା ବିଭିନ୍ନ ଶାରୀରିକ କ୍ରିୟାର ନିୟନ୍ତ୍ରଣରେ ସାହାଯ୍ୟ କରେ । ଏହା ମଧ୍ୟରୁ ସମାନ ପାଚନ ପ୍ରକ୍ରିୟା ସମ୍ପନ୍ନ୍ କରାଇଥାଏ । କେତେକ ବ୍ୟକ୍ତି ଉପବାସ କରିବାକୁ ଆଗ୍ରହୀ ଥାନ୍ତି । ଖାଦ୍ୟ ବ୍ୟକ୍ତିର ସ୍ୱଭାବ ଏବଂ ବ୍ୟବହାରକୁ ପ୍ରଭାବିତ କରିଥାଏ, ଏହି ବିଶ୍ୱାସରେ ସେମାନେ ଆହାରକୁ ନିୟନ୍ତ୍ରିତ କରିଥାନ୍ତି । ପୁରାତନ କାଳରୁ ଏହି ବିଧି ଭାରତରେ ଏକ ଆଧ୍ୟାତ୍ମିକ କୌଶଳ ଭାବରେ ଆଚରଣ କରାଯାଉଛି ଏବଂ ଏଠାରେ ଏହାକୁ ଯଜ୍ଞ ରୂପରେ ଅଭିହିତ କରାଯାଉଛି । ଯେତେବେଳେ ଖାଦ୍ୟ ହ୍ରାସ କରାଯାଏ, ଇନ୍ଦ୍ରିୟଗୁଡ଼ିକ ଦୁର୍ବଳ ହୋଇଯାନ୍ତି ଏବଂ ପାଚନ କରାଉଥିବା ସମାନ ବାୟୁ ଶକ୍ତିହୀନ ହୋଇପଡ଼େ । କେତେକ ବ୍ୟକ୍ତି ଏହି ପ୍ରକାରରେ ଯଜ୍ଞ କରିଥାନ୍ତି ।
ମନୁଷ୍ୟମାନେ ଏହିପରି ବିଭିନ୍ନ ପ୍ରକାର ସଂଯମର ଆଚରଣ ନିଜର ଶୁଦ୍ଧିକରଣ ଉଦ୍ଦେଶ୍ୟରେ କରିଥାନ୍ତି । ଇନ୍ଦ୍ରିୟମାନଙ୍କର କାମନା, ଅନ୍ତଃକରଣ ଅଶୁଦ୍ଧ ହେବାର କାରଣ ଅଟେ । ଏହିସବୁ ସଂଯମର ଉଦ୍ଦେଶ୍ୟ ହେଲା, ସାଂସାରିକ ବସ୍ତୁରେ ସୁଖ ଖୋଜୁଥିବା ଇନ୍ଦ୍ରିୟ ଓ ମନର ସହଜାତ ପ୍ରବୃତ୍ତିକୁ ହ୍ରାସ କରିବା । ଯେତେବେଳେ ଏହିପରି ସଂଯମ ଭଗବାନଙ୍କର ଯଜ୍ଞ ରୂପରେ କରାଯାଏ, ଏହା ହୃଦୟକୁ ଶୁଦ୍ଧ କରିଥାଏ (ଆଗରୁ ଯେପରି କୁହାଯାଇଛି, ‘ହୃଦୟ’ ଶବ୍ଦଟି ମନ ଓ ବୁଦ୍ଧିର ଆଭ୍ୟନ୍ତରୀଣ ଯନ୍ତ୍ର ଭାବରେ ବ୍ୟବହୃତ ହୋଇଥାଏ ।)
ଅପାନେ ଜୁହ୍ୱତି ପ୍ରାଣଂ ପ୍ରାଣେଽପାନଂ ତଥାପରେ ।
ପ୍ରାଣାପାନଗତୀ ରୁଦ୍ଧ୍ୱା ପ୍ରାଣାୟାମପରାୟଣାଃ ।।୨୯।।
ଅପରେ ନିୟତାହାରାଃ ପ୍ରାଣାନ୍ପ୍ରାଣେଷୁ ଜୁହ୍ୱତି ।
ସର୍ବେଽପ୍ୟେତେ ଯଜ୍ଞବିଦୋ ଯଜ୍ଞକ୍ଷପିତକଳ୍ମଷାଃ ।।୩୦।।
ଅନ୍ୟ କେତେଜଣ ଅଛନ୍ତି ଯେଉଁମାନେ ନିଶ୍ୱାସକୁ ପ୍ରଶ୍ୱାସରେ ଅର୍ପଣ କରନ୍ତି ଏବଂ ଅନ୍ୟ କେତେକ ପ୍ରଶ୍ୱାସକୁ ନିଶ୍ୱାସରେ ଅର୍ପଣ କରନ୍ତି । କେତେକ ଅତି କଠୋର ଭାବେ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily