ସ ଏବାୟଂ ମୟା ତେଽଦ୍ୟ ଯୋଗଃ ପ୍ରୋକ୍ତଃ ପୁରାତନଃ ।
ଭକ୍ତୋଽସି ମେ ସଖା ଚେତି ରହସ୍ୟଂ ହ୍ୟେତଦୁତ୍ତମମ୍ ।।୩।।
ସଃ - ସେହି ପୁରାତନ; ଏବ -ନିଶ୍ଚିତଭାବେ; ଅୟଂ -ଏହି; ମୟା-ମୋ’ଦ୍ୱାରା; ତେ -ତୁମକୁ; ଅଦ୍ୟ - ଆଜି; ଯୋଗଃ - ଯୋଗବିଜ୍ଞାନ; ପ୍ରୋକ୍ତଃ - କୁହାଯାଇଥିବା; ପୁରାତନଃ -ପ୍ରାଚୀନ; ଭକ୍ତଃ - ଭକ୍ତ; ଅସି- ତୁମେ ଅଟ; ମେ -ମୋର; ସଖା-ବନ୍ଧୁ; ଚ-ଏବଂ; ଇତି-ତେଣୁ; ରହସ୍ୟଂ -ଗୁପ୍ତ; ହି-ନିଶ୍ଚିତଭାବେ; ଏତତ୍- ଏହି; ଉତ୍ତମମ୍ -ଦିବ୍ୟ ।
BG 4.3: ମୁଁ ସେହି ପ୍ରାଚୀନ, ଅତ୍ୟନ୍ତ ଗୁପ୍ତ ଯୋଗର ବିଜ୍ଞାନ ଆଜି ତୁମ ସମ୍ମୁଖରେ ପ୍ରକାଶ କରୁଛି, କାରଣ ତୁମେ ମୋର ସଖା ତଥା ଭକ୍ତ ଅଟ ଏବଂ ତୁମେ ଏହି ଅଲୌକିକ ଜ୍ଞାନକୁ ବୁଝିପାରିବ ।
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଯେଉଁ ପ୍ରାଚୀନ ବିଦ୍ୟା ସେ ଆଜି ତାଙ୍କ ସମ୍ମୁଖରେ ପ୍ରକଟ କରୁଛନ୍ତି, ତାହା ଏକ ଅସାଧାରଣ ଗୁପ୍ତ ବିଷୟ ଅଟେ । ସଂସାରରେ ଗୋପନୀୟତା ଦୁଇଟି କାରଣରୁ ରଖାଯାଇଥାଏ; ସ୍ୱାର୍ଥପର ଭାବରେ ସତ୍ୟକୁ ନିଜ ଭିତରେ ରଖିବା ପାଇଁ କିମ୍ବା ଜ୍ଞାନର ଦୁରୁପଯୋଗ ରୋକିବା ପାଇଁ । ତେବେ ସେପରି କୌଣସି କାରଣରୁ ଏହି ଯୋଗର ବିଜ୍ଞାନ ଗୋପନ ରହି ନ ଥିଲା, ବରଂ ଏହାକୁ ବୁଝିବା ପାଇଁ ଏକ ଯୋଗ୍ୟତା ଆବଶ୍ୟକ କରୁଥିଲା । ଭକ୍ତିକୁ ହିଁ ଏହାର ଯୋଗ୍ୟତା ଭାବରେ ଏହି ଶ୍ଲୋକରେ ବର୍ଣ୍ଣନା କରାଯାଇଛି । ଭଗବଦ୍ ଗୀତାର ଗଭୀର ଜ୍ଞାନ ବୁଝିବା ପାଇଁ କେବଳ ଶିକ୍ଷାଗତ ଯୋଗ୍ୟତା ବା ସଂସ୍କୃତ ଭାଷାଜ୍ଞାନ ଯଥେଷ୍ଟ ନ୍ୁହେଁ, ସେଥିପାଇଁ ଭକ୍ତି ଆବଶ୍ୟକ, ଯାହା ଭଗବାନଙ୍କ ପ୍ରତି ବିମୁଖତା ନଷ୍ଟକରେ ଏବଂ ତାଙ୍କର କ୍ଷୁଦ୍ର ଅଂଶ ଓ ସେବକ ରୂପେ ନିଜର ବିନମ୍ର ସ୍ଥିତି ସ୍ୱୀକାର କରିବାକୁ ସକ୍ଷମ କରେ ।
ଅର୍ଜୁନ ଏହି ଜ୍ଞାନ ଗ୍ରହଣ କରିବା ପାଇଁ ଯୋଗ୍ୟ ଶିଷ୍ୟଥିଲେ, କାରଣ ସେ ଭଗବାନଙ୍କର ଭକ୍ତ ଥିଲେ । ଭଗବାନଙ୍କ ପ୍ରତି ଭକ୍ତି, ପାଞ୍ଚଗୋଟି କ୍ରମ ବର୍ଦ୍ଧମାନ ମନୋଭାବରେ କରାଯାଇପାରେ: ୧. ଶାନ୍ତଭାବ: ଭଗବାନଙ୍କୁ ଆମର ରାଜା ଭାବରେ ସମ୍ମାନ ଦେବା,୨. ଦାସ୍ୟ ଭାବ: ଭଗବାନଙ୍କୁ ଆମର ସ୍ୱାମୀ ମନେକରି ତାଙ୍କ ପ୍ରତି ଦାସତାର ଭାବନା ରଖିବା ୩. ସଖ୍ୟ ଭାବ: ଭଗବାନଙ୍କୁ ନିଜର ସଖା ଭାବରେ ଗ୍ରହଣ କରିବା, ୪. ବାତ୍ସଲ୍ୟ ଭାବ: ଭଗବାନଙ୍କୁ ନିଜର ସନ୍ତାନ ଭାବିବା, ୫. ମାଧୁର୍ଯ୍ୟ ଭାବ: ଭଗବାନଙ୍କୁ ନିଜର ପ୍ରିୟତମ ମନେକରି ତାଙ୍କର ଉପାସନା କରିବା । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ସଖ୍ୟ ଭାବରେ ଭକ୍ତି କରୁଥିଲେ, ତେଣୁ ଶ୍ରୀକୃଷ୍ଣ ତାଙ୍କୁ ନିଜର ବନ୍ଧୁ ତଥା ଭକ୍ତ ଭାବରେ ଏହି କଥା କହୁଛନ୍ତି ।
ହୃଦୟ ଭକ୍ତିଯୁକ୍ତ ହୋଇ ନ ଥିଲେ ବ୍ୟକ୍ତି ଭଗବଦ୍ ଗୀତାର ସନ୍ଦେଶ ହୃଦୟଙ୍ଗମ କରିପାରିବ ନାହିଁ । ଭଗବାନଙ୍କ ପ୍ରତି ଭକ୍ତି ରହିତ ଜ୍ଞାନୀ, ଯୋଗୀ, ତପସ୍ୱୀ ଆଦିଙ୍କ ଦ୍ୱାରା ରଚିତ ଭଗବଦ୍ ଗୀତାର ଭାଷ୍ୟକୁ, ଏହି ଶ୍ଲୋକ ଅବୈଧ ଘୋଷଣା କରୁଛି । ଏହି ଶ୍ଲୋକ ଅନୁସାରେ, ସେମାନେ ଯେହେତୁ ଭକ୍ତ ନୁହଁନ୍ତି, ଅର୍ଜୁନଙ୍କୁ ସମ୍ମୁଖରେ ଉପସ୍ଥାପିତ କରାଯାଉଥିବା ଗୁଢ଼ତମ ବିଜ୍ଞାନକୁ ସେମାନେ ହୃଦୟଙ୍ଗମ କରିପାରିବେ ନାହିଁ, ଏବଂ ସେଥିପାଇଁ ସେମାନେ ଲେଖିଥିବା ଭାଷ୍ୟ ସବୁ ଭ୍ରମଯୁକ୍ତ ଅଥବା ଅସମ୍ପୂର୍ଣ୍ଣ ଅଟେ ।
ସ ଏବାୟଂ ମୟା ତେଽଦ୍ୟ ଯୋଗଃ ପ୍ରୋକ୍ତଃ ପୁରାତନଃ ।
ଭକ୍ତୋଽସି ମେ ସଖା ଚେତି ରହସ୍ୟଂ ହ୍ୟେତଦୁତ୍ତମମ୍ ।।୩।।
ମୁଁ ସେହି ପ୍ରାଚୀନ, ଅତ୍ୟନ୍ତ ଗୁପ୍ତ ଯୋଗର ବିଜ୍ଞାନ ଆଜି ତୁମ ସମ୍ମୁଖରେ ପ୍ରକାଶ କରୁଛି, କାରଣ ତୁମେ ମୋର ସଖା ତଥା ଭକ୍ତ ଅଟ ଏବଂ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily