ଶ୍ରଦ୍ଧାବାନ୍ ଲଭତେ ଜ୍ଞାନଂ ତ୍ତ୍ପରଃ ସଂଯତେନ୍ଦ୍ରିୟଃ ।
ଜ୍ଞାନଂ ଲବ୍ଧ୍ୱା ପରାଂ ଶାନ୍ତିମଚିରେଣାଧିଗଚ୍ଛତି ।।୩୯।।
ଶ୍ରଦ୍ଧାବାନ୍ - ଜଣେ ଶ୍ରଦ୍ଧାବାନ ପୁରୁଷ; ଲଭତେ - ଲାଭ କରେ; ଜ୍ଞାନଂ- ଜ୍ଞାନ; ତତ୍ପରଃ- ଏଥିପ୍ରତି ଅତ୍ୟନ୍ତ ଆସକ୍ତ; ସଂଯତ - ସଂଯତ; ଇନ୍ଦ୍ରିୟଃ -ଇନ୍ଦ୍ରିୟଗୁଡିକ; ଜ୍ଞାନଂ -ଜ୍ଞାନ; ଲବ୍ଧ୍ୱା -ଲାଭକରି, ପରାଂ-ପରମ, ଶାନ୍ତିଂ- ଶାନ୍ତି, ଅଚିରେଣ-ଖୁବ୍ ଶୀଘ୍ର; ଅଧିଗଚ୍ଛତି - ପ୍ରାପ୍ତ ହୁଏ ।
BG 4.39: ଯେଉଁ ବ୍ୟକ୍ତି ଗଭୀର ଶ୍ରଦ୍ଧାବାନ ଅଟନ୍ତି ଏବଂ ମନ ଓ ଇନ୍ଦ୍ରିୟକୁ ଦମନ କରିବାର ଅଭ୍ୟାସ କରିଥାଆନ୍ତି, ସେ ଦିବ୍ୟଜ୍ଞାନ ପ୍ରାପ୍ତ କରନ୍ତି । ଏହିପରି ପରମାର୍ଥିକ ଜ୍ଞାନ ଦ୍ୱାରା, ସେମାନେ ଅଚିରେ ଚିରନ୍ତନ ଶାନ୍ତି ଲାଭ କରନ୍ତି ।
ଶ୍ରୀକୃଷ୍ଣ ବର୍ତ୍ତମାନ, ଜ୍ଞାନର ପରିପ୍ରେକ୍ଷୀରେ, ଶ୍ରଦ୍ଧାର ପରିଭାଷା ଉପସ୍ଥାପନ କରୁଛନ୍ତି । ସବୁ ଆଧ୍ୟାତ୍ମିକ ସତ୍ୟ ହଠାତ୍ ବୋଧଗମ୍ୟ ହୁଏ ନାହିଁ; ତନ୍ମଧ୍ୟରୁ କେତେକ, ଆଧ୍ୟାତ୍ମିକ ମାର୍ଗରେ ଯଥେଷ୍ଟ ଅଗଗ୍ରତି କଲା ପରେ ହିଁ ହୃଦୟଙ୍ଗମ ହୋଇଥାଏ । ଯଦି ଆମେ କେବଳ ବର୍ତ୍ତମାନ ପ୍ରମାଣ କରୁପାରୁଥିବା ବା ବୁଝିପାରୁଥିବା ବିଷୟକୁ ହିଁ ଗ୍ରହଣ କରିବା, ତା’ହେଲେ ଆମେ ଉଚ୍ଚ ଆଧ୍ୟାତ୍ମିକ ରହସ୍ୟରୁ ବଞ୍ôଚତ ହେବା । ଶ୍ରଦ୍ଧା ଆମକୁ ବର୍ତ୍ତମାନ ବୁଝିପାରୁନଥିବା ବିଷୟକୁ ଗ୍ରହଣ କରିବାରେ ସାହାଯ୍ୟ କରେ । ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରଦ୍ଧାର ପରିଭାଷା କରିବାକୁ ଯାଇ କହନ୍ତି:
ଗୁରୁ ବେଦାନ୍ତ ବାକ୍ୟେଷୁ ଦୃଢ଼ୋ ବିଶ୍ୱାସଃ ଶ୍ରଦ୍ଧା
“ଶ୍ରଦ୍ଧାର ଅର୍ଥ ଗୁରୁ ଏବଂ ଶାସ୍ତ୍ରବାଣୀରେ ପ୍ରଗାଢ଼ ବିଶ୍ୱାସ” । ଯେତେବେଳେ ଏପରି ବିଶ୍ୱାସ କୌଣସି ଅସତ୍ ବ୍ୟକ୍ତିଙ୍କ ପ୍ରତି କରାଯାଏ, ତାହାର ପରିଣାମ ଭୟଙ୍କର ହୋଇଥାଏ, କିନ୍ତୁ ଯେତେବେଳେ ତାହା ଜଣେ ସଦ୍ଗୁରୁଙ୍କ ଠାରେ କରାଯାଏ, ତାହା ଚିର କଲ୍ୟାଣର ମାର୍ଗ ପ୍ରଶସ୍ତ କରିଥାଏ ।
ଯାହାବି ହେଉ, ଅନ୍ଧବିଶ୍ୱାସ ବାଞ୍ôଛତ ନୁହେଁ । କୌଣସି ଗୁରୁଙ୍କ ଉପରେ ବିଶ୍ୱାସ କରିବା ପୂର୍ବରୁ ଆମେ ଆମର ବିବେକ ଦ୍ୱାରା ବିବେଚନା କରିବା ଉଚିତ ଯେ ସେ ବ୍ରହ୍ମଜ୍ଞାନ ପ୍ରାପ୍ତ କରିଛନ୍ତି ତଥା ବେଦ ଅନୁଯାୟୀ ଶିକ୍ଷା ପ୍ରଦାନ କରୁଛନ୍ତି । ଥରେ ଏହା ନିଶ୍ଚିତ କରି ନେବା ପରେ, ଆମେ ଗୁରୁଙ୍କଠାରେ ଦୃଢ଼ ବିଶ୍ୱାସ କରିବାକୁ ପ୍ରୟାସ କରିବା ଉଚିତ ଏବଂ ତାଙ୍କ ନିର୍ଦ୍ଦେଶରେ ଭଗବାନଙ୍କର ଶରଣାଗତ ହେବା ଆବଶ୍ୟକ । ଶ୍ୱେତାଶ୍ୱତର ଉପନିଷଦ କହେ:
ଯସ୍ୟ ଦେବେ ପରା ଭକ୍ତିଃ ଯଥା ଦେବେ ତଥା ଗୁରୌ
ତସ୍ୟୈତେ କଥିତା ହ୍ୟର୍ଥାଃ ପ୍ରକାଶନ୍ତେ ମହାତ୍ମନଃ (୬.୨୩)
“ଯେଉଁ ବ୍ୟକ୍ତି ଗୁରୁ ଏବଂ ଭଗବାନଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ କରେ, ତାଙ୍କ ହୃଦୟରେ ସମସ୍ତ ବୈଦିକ ଜ୍ଞାନର ସାର ପ୍ରକାଶିତ ହୁଏ ।”
ଶ୍ରଦ୍ଧାବାନ୍ ଲଭତେ ଜ୍ଞାନଂ ତ୍ତ୍ପରଃ ସଂଯତେନ୍ଦ୍ରିୟଃ ।
ଜ୍ଞାନଂ ଲବ୍ଧ୍ୱା ପରାଂ ଶାନ୍ତିମଚିରେଣାଧିଗଚ୍ଛତି ।।୩୯।।
ଯେଉଁ ବ୍ୟକ୍ତି ଗଭୀର ଶ୍ରଦ୍ଧାବାନ ଅଟନ୍ତି ଏବଂ ମନ ଓ ଇନ୍ଦ୍ରିୟକୁ ଦମନ କରିବାର ଅଭ୍ୟାସ କରିଥାଆନ୍ତି, ସେ ଦିବ୍ୟଜ୍ଞାନ ପ୍ରାପ୍ତ କରନ୍ତି । ଏହିପରି ପରମାର୍ଥିକ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily