ଅଜୋଽପି ସନ୍ନବ୍ୟୟାତ୍ମା ଭୂତାନାମୀଶ୍ୱରୋଽପି ସନ୍ ।
ପ୍ରକୃତିଂ ସ୍ୱାମଧିଷ୍ଠାୟ ସମ୍ଭବାମ୍ୟାତ୍ମମାୟୟା ।।୬।।
ଅଜଃ ଅଜ (ଯାହାର ଜନ୍ମନାହିଁ); ଅପି- ଯଦିଓ; ସନ୍ - ହୋଇଥିବାରୁ; ଅବ୍ୟୟ ଆତ୍ମା- ଅବିନାଶୀ ସ୍ୱରୂପ ; ଭୂତାନାମ୍ -ସମସ୍ତ ଜୀବ; ଈଶ୍ୱରଃ - ପରମେଶ୍ୱର; ଅପି - ଯଦିଓ; ସନ୍ -ହୋଇଥିବାରୁ; ପ୍ରକୃତିଂ - ସ୍ୱରୂପ; ସ୍ୱାମ୍ - ମୋର; ଅଧିଷ୍ଠାୟ - ଅଧିଷ୍ଠିତ ହୋଇ; ସମ୍ଭବାମି - ମୁଁ ଅବତୀର୍ଣ୍ଣ ହୁଏ; ଆତ୍ମମାୟୟା - ମୋର ଯୋଗମାୟା ଶକ୍ତି ସାହାଯ୍ୟରେ ।
BG 4.6: ଯଦିଓ ମୁଁ ଅଜନ୍ମା, ସମସ୍ତ ପ୍ରାଣୀଙ୍କର ଅଧୀଶ୍ୱର ଏବଂ ଅବିନାଶୀ ଗୁଣ ସମ୍ପନ୍ନ ଅଟେ, ତଥାପି ମୁଁ ମୋର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସଂସାରରେ ଆବିର୍ଭାବ ହୋଇଥାଏ ।
ଅନେକ ବ୍ୟକ୍ତି ଭଗବାନ ସାକାର ରୂପ ଧାରଣ କରିବା ବିଷୟକୁ ଅବିଶ୍ୱାସ କରନ୍ତି । ସେମାନେ ସର୍ବବ୍ୟାପକ, ଅଶରୀରୀ ଏବଂ ଅତିସୂକ୍ଷ୍ମ ଗୁଣଯୁକ୍ତ ନିରାକାର ବ୍ରହ୍ମଙ୍କୁ ଅଧିକ ସହଜରେ ଗ୍ରହଣ କରିଥାନ୍ତି । ନିଶ୍ଚିତରୂପେ ଭଗବାନ ଅଶରୀରୀ ଓ ନିରାକାର ଅଟନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ସାକାର ରୂପ ଗ୍ରହଣ କରିପାରିବେ ନାହିଁ । ଯେହେତୁ ଭଗବାନ ସର୍ବଶକ୍ତିମାନ ଅଟନ୍ତି, ତାଙ୍କର କ୍ଷମତା ଅଛି ଯେ ସେ ଯେତେବେଳେ ଚାହିଁବେ ସାକାର ରୂପ ଧାରଣ କରିପାରିବେ । ଯଦି ଜଣେ ଯୁକ୍ତି କରନ୍ତି ଯେ, ଭଗବାନ ସାକାର ରୂପ ନେଇପାରିବେନି, ତା ଅର୍ଥ ସେ ଭଗବାନଙ୍କୁ ସର୍ବଶକ୍ତିମାନ ଭାବେ ଗ୍ରହଣ କରୁନାହାଁନ୍ତି । ଅତଏବ, “ଭଗବାନ ନିରାକାର ଅଟନ୍ତି” କହିବା ଏକ ଅସମ୍ପୂର୍ଣ୍ଣ ବକ୍ତବ୍ୟ ଅଟେ । ଅନ୍ୟ ପକ୍ଷରେ “ଭଗବାନ ସାକାର ରୂପରେ ରହନ୍ତି” କହିବା ମଧ୍ୟ ଆଂଶିକ ସତ୍ୟ ଅଟେ । ସର୍ବଶକ୍ତିମାନ ଭଗବାନଙ୍କ ଦିବ୍ୟ ସ୍ୱରୂପର ଉଭୟ ଦିଗ ରହିଛି - ସାକାର ରୂପ ତଥା ନିରାକାର ରୂପ । ବୃହଦାରଣ୍ୟକ ଉପନିଷଦ କହେ:
ଦ୍ୱେ ବାବ ବ୍ରହ୍ମଣୋ ରୂପେ ମୂର୍ତଂ ଚୈବ ଅମୂର୍ତଂ ଚ (୨, ୩, ୧)
“ଭଗବାନ ଉଭୟ ପ୍ରକାରରେ ଆବିର୍ଭୂତ ହୁଅନ୍ତି - ନିରାକାର ବ୍ରହ୍ମ ଏବଂ ସାକାର ଭଗବାନ ।” ଉଭୟ ତାଙ୍କ ବ୍ୟକ୍ତିତ୍ୱର ପରିପ୍ରକାଶ ଅଟେ ।
ବାସ୍ତବରେ, ଆତ୍ମାର ମଧ୍ୟ ଏହି ଦୁଇଟି ଅବସ୍ଥିତି ଅଛି । ଏହା ନିରାକାର, ତେଣୁ ମୃତ୍ୟୁ ସମୟରେ ଶରୀର ତ୍ୟାଗ କରିବା ସମୟରେ ଦୃଷ୍ଟିଗୋଚର ହୋଇ ନ ଥାଏ । ତଥାପି ଏହା ଏକ ଶରୀର ଧାରଣ କରିଥାଏ ଏବଂ କେବଳ ଥରେ ନୁହେଁ ଅସଂଖ୍ୟ ଥର ଗୋଟିଏ ଜନ୍ମରୁ ଅନ୍ୟ ଜନ୍ମକୁ ଗତି କରିଥାଏ । ଯଦି ଗୋଟିଏ କ୍ଷୁଦ୍ର ଆତ୍ମା ଶରୀର ଧାରଣ କରିପାରୁଛି, ତା’ହେଲେ ସର୍ବଶକ୍ତିମାନ ଭଗବାନ କ’ଣ ଶରୀର ଧାରଣ କରିପାରିବେ ନାହିଁ? କ’ଣ ଭଗବାନ ଏକଥା କହୁଛନ୍ତି ଯେ “ମୋର ସାକାର ରୂପ ଧାରଣ କରିବାର ଶକ୍ତି ନାହିଁ, ତେଣୁ ମୁଁ ଏକ ନିରାକାର ଜ୍ୟୋତି ମାତ୍ର ରହିବି”? ନିର୍ଦ୍ଦୋଷ ଏବଂ ପରିପୂର୍ଣ୍ଣ ହେବା ପାଇଁ, ସେ ଉଭୟ ସାକାର ଓ ନିରାକାର ହେବା ଆବଶ୍ୟକ ।
ପାର୍ଥକ୍ୟ ଏହା ଯେ ଆମର ରୂପ ଜଡ଼ ଶକ୍ତି ମାୟା ଦ୍ୱାରା ନିର୍ମିତ, ଭଗବାନଙ୍କର ରୂପ ତାଙ୍କର ଦିବ୍ୟଶକ୍ତି ଯୋଗମାୟା ଦ୍ୱାରା ସୃଷ୍ଟି ହୋଇଥାଏ । ତେଣୁ ଏହା ଦିବ୍ୟ ଏବଂ ମାୟିକ ଦୋଷରହିତ ଅଟେ । ଏହାର ବର୍ଣ୍ଣନା ପଦ୍ମପୁରାଣରେ ଅତି ସୁନ୍ଦର ଭାବରେ କରାଯାଇଛି ।
ଯସ୍ତୁ ନିର୍ଗୁଣ ଇତ୍ୟୁକ୍ତଃ ଶାସ୍ତ୍ରେଷୁ ଜଗଦୀଶ୍ୱରଃ
ପ୍ରାକୃତୈର୍ହେୟ ସଂଯୁକ୍ତୈର୍ଗୁଣୈର୍ହୀନତ୍ୱମୁଚ୍ୟତେ
“ଯେଉଁଠାରେ ବେଦଶାସ୍ତ୍ର ଏପରି କହିଥାଆନ୍ତି ଯେ ଭଗବାନଙ୍କର ରୂପ ନାହିଁ, ତାହାର ତାତ୍ପର୍ଯ୍ୟ ତାଙ୍କର ରୂପ ମାୟା ଦୋଷ ରହିତ ଅଟେ, ବରଂ ତାହା ଏକ ଦିବ୍ୟ ରୂପ ଅଟେ ।”
ଅଜୋଽପି ସନ୍ନବ୍ୟୟାତ୍ମା ଭୂତାନାମୀଶ୍ୱରୋଽପି ସନ୍ ।
ପ୍ରକୃତିଂ ସ୍ୱାମଧିଷ୍ଠାୟ ସମ୍ଭବାମ୍ୟାତ୍ମମାୟୟା ।।୬।।
ଯଦିଓ ମୁଁ ଅଜନ୍ମା, ସମସ୍ତ ପ୍ରାଣୀଙ୍କର ଅଧୀଶ୍ୱର ଏବଂ ଅବିନାଶୀ ଗୁଣ ସମ୍ପନ୍ନ ଅଟେ, ତଥାପି ମୁଁ ମୋର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସଂସାରରେ ଆବିର୍ଭାବ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily