ଲଭନ୍ତେ ବ୍ରହ୍ମନିର୍ବାଣମୃଷୟଃ କ୍ଷୀଣକଳ୍ମଷାଃ ।
ଛିନ୍ନଦ୍ୱୈଧା ଯତାତ୍ମାନଃ ସର୍ବଭୂତହିତେ ରତାଃ ।।୨୫।।
ଲଭନ୍ତେ - ପ୍ରାପ୍ତ ହୁଅନ୍ତି; ବ୍ରହ୍ମ ନିର୍ବାଣଂ -ମୁକ୍ତି; ଋଷୟଃ - ସାଧୁ ପୁରୁଷମାନେ; କ୍ଷୀଣ-କଳ୍ମଷାଃ - ଯେଉଁମାନଙ୍କର ସମସ୍ତ ପାପ କ୍ଷୟ ହୋଇଯାଇଥାଏ; ଛିନ୍ନ- ଛିନ୍ନ; ଦ୍ୱୈଧା - ଦ୍ୱନ୍ଦ୍ୱଭାବ; ଯତ-ଆତ୍ମାନଃ -ଯେଉଁମାନଙ୍କର ମନ ଶୃଙ୍ଖଳିତ; ସର୍ବଭୂତ- ସମସ୍ତ ଜୀବଙ୍କର; ହିତେ -ମଙ୍ଗଳ ହେତୁ; ରତାଃ - ନିଯୁକ୍ତ (ରତ) ।
BG 5.25: ଯେଉଁ ସାଧୁ ପୁରୁଷମାନଙ୍କର ପାପ କ୍ଷୟ ହୋଇଯାଇ ଥାଏ, ସଂଶୟ ଛିନ୍ନ ଏବଂ ମନ ଶୃଙ୍ଖଳିତ ହୋଇଯାଇ ଥାଏ ଏବଂ ଯେଉଁମାନେ ସମସ୍ତ ପ୍ରାଣୀଙ୍କର ମଙ୍ଗଳ ନିମନ୍ତେ ସମର୍ପିତ, ସେମାନେ ଭଗବାନଙ୍କୁ ପ୍ରାପ୍ତ କରି ମାୟିକ ସଂସାରରୁ ମୁକ୍ତ ହୋଇଯାଆନ୍ତି ।
ପୂର୍ବ ଶ୍ଲୋକରେ, ଶ୍ରୀକୃଷ୍ଣ ସେହି ମହାପୁରୁଷମାନଙ୍କ ବିଷୟରେ ଆଲୋଚନା କଲେ, ଯେଉଁମାନେ ନିଜ ଅନ୍ତରରେ ଭଗବାନଙ୍କର ସୁଖ ଅନୁଭବ କରିଥାଆନ୍ତି । ଏହି ଶ୍ଲୋକରେ ସେ ସମସ୍ତ ପ୍ରାଣୀଙ୍କର ମଙ୍ଗଳ କରୁଥିବା ମହାପୁରୁଷମାନଙ୍କ ବିଷୟରେ କହୁଛନ୍ତି । ରାମାୟଣ କହେ:
ପର ଉପକାର ବଚନ ମନ କାୟା, ସଂତ ସହଜ ସୁଭାଉ ଖଗରାୟା ।
“ଦୟା ସନ୍ଥମାନଙ୍କର ଏକ ଅନ୍ତର୍ନିହିତ ଗୁଣ ଅଟେ । ଏହାଦ୍ୱାରା ପ୍ରେରିତ ହୋଇ, ସେମାନେ ତାଙ୍କର ବାଣୀ, ମନ ଏବଂ ଶରୀରକୁ ଅନ୍ୟର ଉପକାରରେ ଲଗାନ୍ତି ।”
ମାନବ କଲ୍ୟାଣ ଏକ ପ୍ରଶଂସନୀୟ କାର୍ଯ୍ୟ ଅଟେ, କିନ୍ତୁ କେବଳ ଶାରୀରିକ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଉନ୍ନତିମୂଳକ ଯୋଜନା ସବୁ କ୍ଷଣସ୍ଥାୟୀ ଲାଭ ପ୍ରଦାନ କରିଥାଏ । ଜଣେ କ୍ଷୁଧାର୍ତ୍ତ ବ୍ୟକ୍ତିକୁ ଖାଦ୍ୟ ଦେଲେ ତାର କ୍ଷୁଧା ପ୍ରଶମିତ ହୋଇଥାଏ କିନ୍ତୁ ଚାରି ଘଣ୍ଟା ପରେ ତାକୁ ପୁଣି ଭୋକ ଲାଗିଥାଏ । ଆଧ୍ୟାତ୍ମିକ କଲ୍ୟାଣ ସମସ୍ତ ମାୟିକ ଯାତନାର ମୂଳକୁ ଯାଇଥାଏ ଏବଂ ଜୀବକୁ ଭଗବତ୍ ଚେତନାରେ ସ୍ଥିତ କରାଇବାକୁ ଉଦ୍ୟମ କରିଥାଏ । ତେଣୁ ଜଣେ ବ୍ୟକ୍ତିର ଚେତନାକୁ ଭଗବାନଙ୍କ ସହିତ ମିଳିତ କରାଇବା ପାଇଁ ସାହାଯ୍ୟ କରିବା ସର୍ବୋଚ୍ଚ କଲ୍ୟାଣକାରୀ କାର୍ଯ୍ୟ ଅଟେ । ଏହି ପ୍ରକାରର କଲ୍ୟାଣକାରୀ କର୍ମ ଶୁଦ୍ଧ ମନଯୁକ୍ତ ଉଚ୍ଚକୋଟିର ଜୀବାତ୍ମାମାନେ କରିଥାନ୍ତି । ଏହି କଲ୍ୟାଣକାରୀ କର୍ମ, ପୁନଶ୍ଚ ଭଗବାନଙ୍କର କୃପାକୁ ଆକୃଷ୍ଟ କରିଥାଏ ଏବଂ ତାଙ୍କୁ ମାର୍ଗର ଉଚ୍ଚତର ସୋପାନକୁ ନେଇଯାଇଥାଏ । ସର୍ବଶେଷରେ, ଯେତେବେଳେ ସେମାନଙ୍କର ମନ ପୂର୍ଣ୍ଣ ଶୁଦ୍ଧ ହୋଇଯାଏ ଏବଂ ସେମାନେ ଭଗବାନଙ୍କର ପୂର୍ଣ୍ଣ ଶରଣାଗତ ହୋଇଯାଆନ୍ତି, ସେମାନେ ମୁକ୍ତ ହୋଇ ଦିବ୍ୟ ଜଗତ ଓ ଦିବ୍ୟ ଧାମକୁ ଗତି କରନ୍ତି ।
ଏହି ଅଧ୍ୟାୟରେ ଏ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ କର୍ମଯୋଗର ଉଚ୍ଚ ପ୍ରଶଂସା କଲେ । ପରବର୍ତ୍ତୀ ଶ୍ଳୋକ ଗୁଡିକରେ ସେ କର୍ମ ସନ୍ୟାସୀମାନଙ୍କ ବିଷୟରେ କହୁଛନ୍ତି ଯେ ସେମାନେ ମଧ୍ୟ ସେହି ଲକ୍ଷ୍ୟକୁ ପ୍ରାପ୍ତ କରନ୍ତି ।
ଲଭନ୍ତେ ବ୍ରହ୍ମନିର୍ବାଣମୃଷୟଃ କ୍ଷୀଣକଳ୍ମଷାଃ ।
ଛିନ୍ନଦ୍ୱୈଧା ଯତାତ୍ମାନଃ ସର୍ବଭୂତହିତେ ରତାଃ ।।୨୫।।
ଯେଉଁ ସାଧୁ ପୁରୁଷମାନଙ୍କର ପାପ କ୍ଷୟ ହୋଇଯାଇ ଥାଏ, ସଂଶୟ ଛିନ୍ନ ଏବଂ ମନ ଶୃଙ୍ଖଳିତ ହୋଇଯାଇ ଥାଏ ଏବଂ ଯେଉଁମାନେ ସମସ୍ତ ପ୍ରାଣୀଙ୍କର ମଙ୍ଗଳ ନିମନ୍ତେ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily