ଜେ୍ଞୟଃ ସ ନିତ୍ୟସଂନ୍ୟାସୀ ଯୋ ନ ଦ୍ୱେଷ୍ଟି ନ କାଙ୍କ୍ଷତି ।
ନିଦ୍ୱର୍ନ୍ଦେ୍ୱା ହି ମହାବାହୋ ସୁଖଂ ବନ୍ଧାତ୍ ପ୍ରମୁଚ୍ୟତେ ।।୩।।
ଜେ୍ଞୟଃ -ଜାଣିବା ଉଚିତ; ସ-ସେ; ନିତ୍ୟ-ନିତ୍ୟ; ସଂନ୍ୟାସୀ - ସନ୍ୟାସୀ; ଯଃ- ଯିଏ; ନ -ନାହିଁ; ଦ୍ୱେଷ୍ଟି - ଘୃଣାକରେ; ନ-ନାହିଁ; କାଙ୍କ୍ଷତି- କାମନା କରେ; ନିଦ୍ୱର୍ନ୍ଦ୍ୱଃ- ସମସ୍ତ ପ୍ରକାର ଦ୍ୱନ୍ଦ୍ୱରୁ ମୁକ୍ତ; ହି - ନିଶ୍ଚିତଭାବେ; ମହାବାହୋ - ହେ ପ୍ରବଳ ପରାକ୍ରମୀ; ସୁଖଂ -ସୁଖ; ବନ୍ଧାତ୍ -ବନ୍ଧନରୁ; ପ୍ରମୁଚ୍ୟତେ -ସମ୍ପୂର୍ଣ୍ଣ ମୁକ୍ତ ।
BG 5.3: ଯେଉଁ କର୍ମଯୋଗୀ କୌଣସି ବସ୍ତୁର କାମନା କରନ୍ତି ନାହିଁ ବା କାହାକୁ ଘୃଣା କରନ୍ତି ନାହିଁ, ବାସ୍ତବରେ ସେମାନେ ନିତ୍ୟ ତ୍ୟାଗୀ ଅଟନ୍ତି । ଦ୍ୱନ୍ଦ୍ୱ ମୁକ୍ତ ହୋଇ ସେମାନେ ସହଜରେ ମାୟିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି ।
କର୍ମଯୋଗୀମାନେ ତାଙ୍କର ସାଂସାରିକ କର୍ତ୍ତବ୍ୟ କରୁଥିଲେ ମଧ୍ୟ ଅନ୍ତରରେ ସଂସାର ପ୍ରତି ଉଦାସୀନ ରହିଥାଆନ୍ତି । ତେଣୁ ସେମାନେ ଭଲ ଓ ମନ୍ଦ ଉଭୟ ପରିଣାମକୁ ସମାନରୂପରେ ଭଗବାନଙ୍କର କୃପା ଭାବେ ଗ୍ରହଣ କରନ୍ତି । ଭଗବାନ ଏହି ସଂସାରର ସଂରଚନା ଏପରି ସୁନ୍ଦର ଭାବରେ କରିଛନ୍ତି ଯେ ଆମର କ୍ରମିକ ଉନ୍ନତି ପାଇଁ ଏହା ଆମକୁ ଉଭୟ ସୁଖ ଓ ଦୁଃଖର ଅନୁଭୂତି ପ୍ରଦାନ କରିଥାଏ । ସ୍ୱାଭାବିକ ଜୀବନ ଯାପନ କରିବାକୁ ଯାଇ ଆମେ ଯଦି ସମସ୍ତ ପରିସ୍ଥିତିକୁ ସ୍ୱୀକାର କରି ଆନନ୍ଦରେ ଆମର କର୍ତ୍ତବ୍ୟ କର୍ମ କରି ଚାଲିବା, ତେବେ ସଂସାର ଆମକୁ ସ୍ୱତଃ ଆଧ୍ୟାତ୍ମିକ ଉନ୍ନତି ପଥରେ ପ୍ରେରିତ କରିବ ।
ଏହି ପରିପ୍ରେକ୍ଷୀରେ ଗୋଟିଏ ସୁନ୍ଦର ଆଖ୍ୟାନର ଅବଧାରଣା କରାଯାଇପାରେ । ଖଣ୍ଡିଏ କାଠ ଜଣେ ମୂର୍ତ୍ତିକାରଙ୍କ ପାଖକୁ ଯାଇ କହିଲା, ଦୟାକରି ମୋତେ ସୁନ୍ଦର କରିଦିଅନ୍ତୁ । ମୂର୍ତ୍ତିକାର କହିଲେ, “ମୁଁ ତାହା କରିବା ପାଇଁ ପ୍ରସ୍ତୁତ । କିନ୍ତୁ ତୁମେ ସେଥିପାଇଁ ପ୍ରସ୍ତୁତ ଅଛ ତ? କାଠ ଖଣ୍ଡଟି ଉତ୍ତର ଦେଲା “ହଁ, ମୁଁ ମଧ୍ୟ ପ୍ରସ୍ତୁତ ଅଛି ।” ଶିଳ୍ପୀ ଜଣକ ତାଙ୍କର ଉପକରଣ ବାହାର କରି କାଠରେ ଖୋଦେଇ କରିବାକୁ ଆରମ୍ଭ କଲେ । କାଠଟି ଚିିତ୍କାର କରି ଉଠିଲା, “ତୁମେ ଏ କ’ଣ କରୁଛ? ଦୟାକରି ବନ୍ଦ କର, ଏହା ଅତି ଯନ୍ତ୍ରଣାଦାୟକ ଅଟେ ।” ଶିଳ୍ପୀ ବିଜ୍ଞତାର ସହିତ ଉତ୍ତର ଦେଲେ, “ଯଦି ତୁମେ ସୁନ୍ଦର ହେବାକୁ ଇଚ୍ଛା କରୁଛ, ତୁମକୁ ଏହି କଷ୍ଟ ସହ୍ୟ କରିବାକୁ ପଡ଼ିବ ।” କାଠଟି କହିଲା “ଠିକ୍ ଅଛି, ଆପଣ କରିଚାଲନ୍ତୁ, କିନ୍ତୁ ଧୀରେ ଧୀରେ କରନ୍ତୁ ।” ଶିଳ୍ପୀ ଜଣକ ତାଙ୍କର କାମ କରି ଚାଲିଲେ । କାଠଟି ତଥାପି ଚିତ୍କାର କରିବାରେ ଲାଗିଥାଏ । କିନ୍ତୁ ଶିଳ୍ପୀ ଜଣକ ତାଙ୍କ କାର୍ଯ୍ୟରୁ ନିବୃତ୍ତ ହେଲେନାହିଁ ଏବଂ କିଛିଦିନ ମଧ୍ୟରେ କାଠଟି ଏକ ସୁନ୍ଦର ମୂର୍ତ୍ତିରେ ରୂପାନ୍ତରିତ ହୋଇଗଲା ଏବଂ ମନ୍ଦିର ବେଦୀରେ ବସି ପୂଜା ପାଇବାର ଯୋଗ୍ୟ ହୋଇଗଲା ।
ସେହିପରି, ଅନନ୍ତ ଜନ୍ମରୁ ସଂସାରରେ ଆସକ୍ତ ହୋଇ ରହିଥିବା କାରଣରୁ ଆମର ହୃଦୟ ଅପରିଷ୍କୃତ ଏବଂ ଅପରିମାର୍ଜିତ ରହିଛି । ଆମେ ଯଦି ଅନ୍ତରରୁ ଶୁଦ୍ଧ ହେବା ପାଇଁ ଇଚ୍ଛା କରୁଥାଏ, ତେବେ ଆମକୁ କଷ୍ଟ ସହିବା ପାଇଁ ପ୍ରସ୍ତୁତ ରହିବାକୁ ହେବ ଏବଂ ସେହି ଶୁଦ୍ଧିକରଣ ନିମନ୍ତେ ସଂସାରକୁ ତା’ର କାର୍ଯ୍ୟ କରିବା ପାଇଁ ଛାଡି ଦେବାକୁ ପଡ଼ିବ । ତେଣୁ କର୍ମଯୋଗୀ ମାନେ ଭକ୍ତି ସହକାରେ କର୍ମ କରି, ଫଳାଫଳ ପ୍ରତି ସମଭାବାପନ୍ନ ରହି ତାଙ୍କର ମନକୁ ଭଗବାନଙ୍କ ଠାରେ ଅନୁରକ୍ତ କରିବାର ଅଭ୍ୟାସ କରନ୍ତି ।
ଜେ୍ଞୟଃ ସ ନିତ୍ୟସଂନ୍ୟାସୀ ଯୋ ନ ଦ୍ୱେଷ୍ଟି ନ କାଙ୍କ୍ଷତି ।
ନିଦ୍ୱର୍ନ୍ଦେ୍ୱା ହି ମହାବାହୋ ସୁଖଂ ବନ୍ଧାତ୍ ପ୍ରମୁଚ୍ୟତେ ।।୩।।
ଯେଉଁ କର୍ମଯୋଗୀ କୌଣସି ବସ୍ତୁର କାମନା କରନ୍ତି ନାହିଁ ବା କାହାକୁ ଘୃଣା କରନ୍ତି ନାହିଁ, ବାସ୍ତବରେ ସେମାନେ ନିତ୍ୟ ତ୍ୟାଗୀ ଅଟନ୍ତି । ଦ୍ୱନ୍ଦ୍ୱ ମୁକ୍ତ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily