ସୁଖମାତ୍ୟନ୍ତିକଂ ଯତ୍ତଦ୍ବୁଦ୍ଧିଗ୍ରାହ୍ୟମତୀନ୍ଦ୍ରିୟମ୍ ।
ବେତ୍ତି ଯତ୍ର ନ ଚୈବାୟଂ ସ୍ଥିତଶ୍ଚଳତି ତତ୍ତ୍ୱତଃ ।।୨୧।।
ସୁଖଂ - ସୁଖ; ଆତ୍ୟନ୍ତିକଂ - ଅସୀମ; ଯତ୍ - ଯେଉଁଥିରେ; ତତ୍ -ତାହା; ବୁଦ୍ଧି-ବୁଦ୍ଧି; ଗ୍ରାହ୍ୟଂ- ଗ୍ରାହ୍ୟ; ଅତୀନ୍ଦ୍ରିୟଂ - ଦିବ୍ୟ; ବେତ୍ତି - ଜାଣେ; ଯତ୍ର - ଯେଉଁଠାରେ; ନ - ନୁହେଁ; ଚ- ଏବଂ; ଏବ- ନିଶ୍ଚିତଭାବେ; ଅୟଂ - ସେ, ସ୍ଥିତଃ - ଅବସ୍ଥିତ; ଚଳତି- ବିଚଳିତ ହୁଏ; ତତ୍ତ୍ୱତଃ - ଶାଶ୍ୱତ ସତ୍ୟରୁ ।
BG 6.21: ଯୋଗ ସମାଧି ରୂପକ ସେହି ଆନନ୍ଦମୟ ଅବସ୍ଥାରେ, ବ୍ୟକ୍ତି ଅସୀମ ଦିବ୍ୟାନନ୍ଦର ଅନୁଭବ କରେ, ଏବଂ ଏହି ଅବସ୍ଥାରେ ସ୍ଥିତ ହୋଇ, ବ୍ୟକ୍ତି କେବେ ବି ପରମ ସତ୍ୟଠାରୁ ବିଚ୍ୟୁତ ହୁଏ ନାହିଁ ।
ଆନନ୍ଦର କାମନା କରିବା, ଜୀବର ସହଜାତ ସ୍ୱଭାବ ଅଟେ । ଏହାର ଉଦ୍ଭବ ଏହିଠାରୁ ହୋଇଥାଏ ଯେ ଆନନ୍ଦସିନ୍ଧୁ ଭଗବାନଙ୍କର ଆମେ ସବୁ ଜୀବ କ୍ଷୁଦ୍ର ଅଂଶ ଅଟେ । ଏହାକୁ ପ୍ରତିପାଦିତ କରିବା ପାଇଁ ବେଦ ଶାସ୍ତ୍ରର ଅନେକ ଗୁଡ଼ିଏ ଉଦ୍ଧୃତାଂଶ ଶ୍ଳୋକ ୫୨୧ରେ ଉଲ୍ଲେଖ କରାଯାଇଛି । ଏଠାରେ ଅନ୍ୟ କେତେକ ଉଦ୍ଧୃତାଂଶ ଦିଆଯାଉଛି, ଯାହା ଭଗବାନଙ୍କର ଆନନ୍ଦସିନ୍ଧୁ ସ୍ୱରୂପକୁ ପ୍ରକାଶ କରିଥାଏ ।
ରସୋ ବୈ ସଃ ରସଙ୍ହ୍ୟେବାୟଂ ଲବ୍ଧ୍ୱାନନ୍ଦୀ ଭବତି (ତୈତିରୀୟ ଉପନିଷଦ ୨.୭)
“ଭଗବାନ ସ୍ୱୟଂ ଆନନ୍ଦ ଅଟନ୍ତି, ତାଙ୍କୁ ପ୍ରାପ୍ତ କରି ଜୀବ ଆନନ୍ଦମୟ ହୋଇଯାଏ ।”
ଆନନ୍ଦମୟୋଽଭ୍ୟାସାତ୍ (ବ୍ରହ୍ମସୂତ୍ର ୧.୧.୧୨)
“ଭଗବାନଙ୍କର ବାସ୍ତବିକ ସ୍ୱରୂପ ଆନନ୍ଦ ଅଟେ ।”
ସତ୍ୟ ଜ୍ଞାନାନନ୍ତାନନ୍ଦ ମାତ୍ରୈକ ରସ ମୂର୍ତୟଃ (ଭାଗବତମ୍ ୧୦.୧୩.୫୪)
“ଭଗବାନଙ୍କର ଦିବ୍ୟ ସ୍ୱରୂପ ସତ୍ୟ, ଜ୍ଞାନ ଏବଂ ଆନନ୍ଦରେ ନିର୍ମିତ ।”
ଆନନ୍ଦ ସିନ୍ଧୁ ମଧ୍ୟ ତବ ବାସା, ବିନୁ ଜାନେ କତ ମରସି ପିୟାସା । (ରାମାୟଣ)
“ଆନନ୍ଦସିନ୍ଧୁ ଭଗବାନ ତୁମ ମଧ୍ୟରେ ନିବାସ କରିଛନ୍ତି । ତାଙ୍କୁ ନ ଜାଣି, ତୁମ ଆନନ୍ଦର ତୃଷ୍ଣା ତୃପ୍ତ ହେବ କିପରି?”
ଆମ୍ଭେମାନେ ଯୁଗ ଯୁଗ ଧରି ଆନନ୍ଦର ଅନ୍ୱେଷଣ କରୁଅଛେ । ଆମେ ଯାହା କିଛି କରିଥାଏ, ପ୍ରତ୍ୟେକ କାର୍ଯ୍ୟର ଉଦ୍ଦେଶ୍ୟ ସେହି ଆନନ୍ଦ ପ୍ରାପ୍ତି ହିଁ ଅଟେ । ସାଂସାରିକ ଭୋଗ୍ୟ ବସ୍ତୁରେ, ମନ ଓ ଇନ୍ଦ୍ରିୟ ବାସ୍ତବ ଆନନ୍ଦର ଏକ ଅସ୍ପଷ୍ଟ ଝଲକ ଦେଖିଥାଆନ୍ତି, କିନ୍ତୁ ତାହା ଭଗବାନଙ୍କ ଅସୀମ ଆନନ୍ଦର ଅଭିଳାଷୀ ଆମ ଭିତରର ଆତ୍ମାକୁ ତୃପ୍ତ କରିପାରେ ନାହିଁ ।
ମନ ଯେତେବେଳେ ଭଗବାନଙ୍କ ସହିତ ସଂଯୁକ୍ତ ହୋଇଯାଏ, ଆତ୍ମା ଭଗବାନଙ୍କର ସେହି ଦିବ୍ୟ, ଅନିର୍ବଚନୀୟ ଆନନ୍ଦର ଅନୁଭବ କରିଥାଏ । ବେଦ ଶାସ୍ତ୍ରରେ ଏହି ଅବସ୍ଥାକୁ ସମାଧି କୁହାଯାଏ । ମହର୍ଷି ପତଞ୍ଜଳି କହନ୍ତି: ସମାଧିସିଦ୍ଧିରୀଶ୍ୱର ପ୍ରଣିଧାନାତ୍ (ପତଞ୍ଜଳି ଯୋଗ ଦର୍ଶନ ୨.୪୫) “ସମାଧିରେ ସଫଳତା ପାଇଁ, ପରମେଶ୍ୱରଙ୍କର ଶରଣାଗତ ହୁଅ ।” ସମାଧିସ୍ଥ ଅବସ୍ଥାରେ, ପୂର୍ଣ୍ଣ ସନ୍ତୋଷ ଏବଂ ତୃପ୍ତି ଅନୁଭବ କରି ଆତ୍ମାର ଅନ୍ୟ କିଛି କାମନା ରହେ ନାହିଁ । ସେ ପରମ ସତ୍ୟରେ ସ୍ଥିତ ହୁଏ ଏବଂ ସେଠାରୁ କ୍ଷଣିକ ପାଇଁ ମଧ୍ୟ ବିଚ୍ୟୁତ ହୁଏ ନାହିଁ ।
ସୁଖମାତ୍ୟନ୍ତିକଂ ଯତ୍ତଦ୍ବୁଦ୍ଧିଗ୍ରାହ୍ୟମତୀନ୍ଦ୍ରିୟମ୍ ।
ବେତ୍ତି ଯତ୍ର ନ ଚୈବାୟଂ ସ୍ଥିତଶ୍ଚଳତି ତତ୍ତ୍ୱତଃ ।।୨୧।।
ଯୋଗ ସମାଧି ରୂପକ ସେହି ଆନନ୍ଦମୟ ଅବସ୍ଥାରେ, ବ୍ୟକ୍ତି ଅସୀମ ଦିବ୍ୟାନନ୍ଦର ଅନୁଭବ କରେ, ଏବଂ ଏହି ଅବସ୍ଥାରେ ସ୍ଥିତ ହୋଇ, ବ୍ୟକ୍ତି କେବେ ବି ପରମ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily