ଯଦା ହି ନେନ୍ଦ୍ରିୟାର୍ଥେଷୁ ନ କର୍ମସ୍ୱନୁଷଜ୍ଜତେ ।
ସର୍ବସଂକଳ୍ପସଂନ୍ୟାସୀ ଯୋଗାରୂଢ଼ସ୍ତଦୋଚ୍ୟତେ ।।୪।।
ଯଦା - ଯେତେବେଳେ; ହି - ନିଶ୍ଚିତଭାବେ; ନ-ହୁଏ ନାହିଁ; ଇନ୍ଦ୍ରିୟ-ଅର୍ଥେଷୁ - ଇନ୍ଦ୍ରିୟବିଷୟରେ; ନ -ନୁହେଁ; କର୍ମସୁ - ସକାମ କର୍ମରେ; ଅନୁଷଜ୍ଜତେ - ଆସକ୍ତ ହୁଏ; ସର୍ବ-ସଂକଳ୍ପ - ସମସ୍ତ ଭୌତିକ କାମନା; ସଂନ୍ୟାସୀ - ତ୍ୟାଗୀ; ଯୋଗ-ଆରୁଢ଼ଃ - ଯୋଗାସୀନ; ତଦା- ସେତେବେଳେ; ଉଚ୍ୟତେ - କୁହାଯାଏ ।
BG 6.4: ଜଣେ ବ୍ୟକ୍ତିର ଯେତେବେଳେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ତଥା କାମ୍ୟ କର୍ମ ପ୍ରତି ଆସକ୍ତି ନ ଥାଏ, ସେ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥିବା କାରଣରୁ ତାଙ୍କୁ ଯୋଗାରୂଢ କୁହାଯାଇ ଥାଏ ।
ମନ ଯେତେବେଳେ ଯୋଗରେ ଭଗବାନଙ୍କ ସହିତ ସଂଯୁକ୍ତ ହୋଇଯାଏ, ଏହା ସଂସାରରୁ ଦୂରେଇ ଯିବା ସ୍ୱାଭାବିକ । ତେଣୁ ଜଣଙ୍କର ମନର ସ୍ଥିତିକୁ ମାପିବାର ଏକ ସହଜ ମାନଦଣ୍ଡ ହେଉଛି, ମନ କେତେଦୂର ସଂସାରଠାରୁ ବିରକ୍ତ, ତାହା ପରୀକ୍ଷା କରିବା । ଜଣେ ବ୍ୟକ୍ତିକୁ ସଂସାର ପ୍ରତି ବିମୁଖ ବୋଲି ସେତେବେଳେ ଧରାଯିବ, ଯେତେବେଳେ ସେ କୌଣସି ଭୌତିକ ବସ୍ତୁ ପାଇଁ ଲାଳାୟିତ ହେଉ ନ ଥିବ କିମ୍ବା ତାହା ପ୍ରାପ୍ତ କରିବା ପାଇଁ କୌଣସି ଉଦ୍ୟମ କରୁ ନ ଥିବ । ଏପରି ବ୍ୟକ୍ତି ଇନ୍ଦ୍ରିୟ ସୁଖ ଉପଭୋଗ ପାଇଁ କୌଣସି ପରିସ୍ଥିତି ବା ସୁଯୋଗ ଖୋଜେ ନାହିଁ । ଅନ୍ତତଃ ସେ ଇନ୍ଦ୍ରିୟ ଭୋଗର ସମସ୍ତ ଭାବନାରୁ ବିରତ ରହେ ଏବଂ ପୂର୍ବ ଉପଭୋଗର ସମସ୍ତ ସ୍ୃତିକୁ ଲୋପ କରିଦିଏ । ତାପରେ ଇନ୍ଦ୍ରିୟମାନଙ୍କର ଆବେଗରେ, ମନ ଆଉ ଆତ୍ମକୈନ୍ଦ୍ରିକ କାର୍ଯ୍ୟକଳାପ ପ୍ରତି ଉନ୍ମୁଖ ହୁଏ ନାହିଁ । ମନ ଉପରେ ଏହି ସ୍ତରର ନିୟନ୍ତ୍ରଣ ପ୍ରାପ୍ତ କରିଥିବା ବ୍ୟକ୍ତିଙ୍କୁ ଯୋଗାରୂଢ କୁହାଯିବ ।
ଯଦା ହି ନେନ୍ଦ୍ରିୟାର୍ଥେଷୁ ନ କର୍ମସ୍ୱନୁଷଜ୍ଜତେ ।
ସର୍ବସଂକଳ୍ପସଂନ୍ୟାସୀ ଯୋଗାରୂଢ଼ସ୍ତଦୋଚ୍ୟତେ ।।୪।।
ଜଣେ ବ୍ୟକ୍ତିର ଯେତେବେଳେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ତଥା କାମ୍ୟ କର୍ମ ପ୍ରତି ଆସକ୍ତି ନ ଥାଏ, ସେ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥିବା କାରଣରୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily