ପ୍ରାପ୍ୟ ପୁଣ୍ୟକୃତାଂ ଲୋକାନୁଷିତ୍ୱା ଶାଶ୍ୱତୀଃ ସମାଃ ।
ଶୁଚୀନାଂ ଶ୍ରୀମତାଂ ଗେହେ ଯୋଗୋଭ୍ରଷ୍ଟୋଽଭିଜାୟତେ ।।୪୧।।
ଅଥବା ଯୋଗିନାମେବ କୁଳେ ଭବତି ଧୀମତାମ୍ ।
ଏତଦ୍ଧି ଦୁର୍ଲଭତରଂ ଲୋକେ ଜନ୍ମ ଯଦୀଦୃଶମ୍ ।।୪୨।।
ପ୍ରାପ୍ୟ-ପ୍ରାପ୍ତ ହୋଇ; ପୁଣ୍ୟକୃତାଂ - ପୁଣ୍ୟକର୍ମୀମାନଙ୍କର; ଲୋକାନ୍ -ଲୋକ; ଉଷିତ୍ୱା - ବାସ କରିବାପରେ; ଶାଶ୍ୱତୀଃ - ଅନେକ; ସମାଃ -ବର୍ଷ; ଶୁଚୀନାଂ- ପୁଣ୍ୟାତ୍ମା ମାନଙ୍କର; ଶ୍ରୀମତାଂ -ସମୃଦ୍ଧ ବ୍ୟକ୍ତିଙ୍କର; ଗେହେ - ଗୃହରେ; ଯୋଗଭ୍ରଷ୍ଟ -ଅକୃତକାର୍ଯ୍ୟ ଯୋଗୀ; ଅଭିଜାୟତେ - ଜନ୍ମ ଲାଭ କରେ । ଅଥବା - କିମ୍ବା; ଯୋଗିନାମ୍ - ଯୋଗୀମାନଙ୍କର; ଏବ- ନିଶ୍ଚିତଭାବେ, କୁଳେ - ପରିବାରରେ; ଭବତି-ଜନ୍ମଲାଭ କରନ୍ତି; ଧୀମତାମ୍ - ଜ୍ଞାନୀମାନଙ୍କର; ଏତତ୍ - ଏହା; ହି - ନିଶ୍ଚିତଭାବେ; ଦୁର୍ଲଭତରଂ - ଅତ୍ୟନ୍ତ ଦୁର୍ଲଭ; ଲୋକେ - ଏ ଜଗତରେ; ଜନ୍ମ -ଜନ୍ମ; ଯତ୍ - ଯାହା; ଈଦୃଶମ୍ - ଏପରି ।
BG 6.41-42: ମୃତ୍ୟୁପରେ ଅସଫଳ ଯୋଗୀଗଣ, ଧର୍ମାତ୍ମାମାନଙ୍କ ଲୋକକୁ ଯାଆନ୍ତି । ସେଠାରେ କେତେ ଯୁଗ ବାସ କରିବା ପରେ, ପୁଣିଥରେ ପୃଥିବୀ ପୃଷ୍ଠରେ ଏକ ଧାର୍ମିକ ଓ ସମୃଦ୍ଧ ପରିବାରରେ ଜନ୍ମ ନିଅନ୍ତି । କିନ୍ତୁ ସେମାନେ ଯଦି ଦୀର୍ଘ ଦିନର ସାଧନା ଦ୍ୱାରା ବୈରାଗ୍ୟ ପ୍ରାପ୍ତ କରିଥାନ୍ତି, ସେମାନେ ଦିବ୍ୟଜ୍ଞାନ ସମୃଦ୍ଧ ପରିବାରରେ ଜନ୍ମ ଗ୍ରହଣ କରନ୍ତି । ସଂସାରରେ ଏପରି ଏକ ଜନ୍ମ ଅତ୍ୟନ୍ତ ଦୁର୍ଲଭ ଅଟେ ।
ଯେଉଁ ବ୍ୟକ୍ତି ପୁଣ୍ୟ କର୍ମ ଏବଂ ବେଦ ନିର୍ଦ୍ଦେଶିତ କର୍ମଫଳ ପ୍ରଦାନକାରୀ କର୍ମ-କାଣ୍ଡ କରିଥାଆନ୍ତି, ସେମାନେ ସ୍ୱର୍ଗଲୋକ ପ୍ରାପ୍ତ କରନ୍ତି । ତେଣୁ ଜଣେ ଅକୃତକାର୍ଯ୍ୟ ଯୋଗୀ ସ୍ୱର୍ଗଲୋକକୁ କାହିଁକି ଯାଆନ୍ତି? ଏହି କାରଣରୁ ଯେ ଯୋଗର ବିପରୀତ ହେଉଛି ଭୋଗ । ଭୋଗ କାମନା ପାଇଁ ହିଁ ଜଣଙ୍କର ଯୋଗରୁ ପତନ ହୋଇଥାଏ । ତେଣୁ ଜଣେ ସମ୍ବେଦନଶୀଳ ପିତା ରୂପରେ, ପତିତ ଯୋଗୀକୁ ଭଗବାନ ତା’ର ପର ଜନ୍ମରେ ଭୋଗ କରିବାର ସୁଯୋଗ ଦିଅନ୍ତି, ଯଦ୍ୱାରା ସେ ହୃଦୟଙ୍ଗମ କରିପାରନ୍ତି ଯେ ଏହି ସବୁ ପ୍ରାପ୍ତି ନିଷ୍ଫଳ ଅଟେ ଯାହା ଚିରନ୍ତନ ଆନନ୍ଦ ପାଇଁ ଆତ୍ମାର ଅଭିଳାଷକୁ ତୃପ୍ତ କରିପାରେ ନାହିଁ । ତେଣୁ ଯୋଗଭ୍ରଷ୍ଟମାନଙ୍କୁ ବେଳେବେଳେ ଦୀର୍ଘଦିନ ପାଇଁ ସ୍ୱର୍ଗଲୋକକୁ ପଠାଇ ଦିଆଯାଇ ଥାଏ, ଏବଂ ତାପରେ ପୁନର୍ବାର ସେମାନେ ପୃଥିବୀରେ ଜନ୍ମ ଗ୍ରହଣ କରନ୍ତି ।
ସେତେବେଳେ ସେମାନଙ୍କୁ ଏପରି ପରିବାରରେ ଜନ୍ମ ଦିଆଯାଏ, ଯେଉଁଠାରେ ସେମାନେ ନିଜର ଆଧ୍ୟାତ୍ମିକ ଯାତ୍ରା ଜାରି ରଖିବାର ସୁଯୋଗ ପାଇ ଥାଆନ୍ତି । ଶୁଚୀ ଅର୍ଥ ଧାର୍ମିକ ବା ଚରିତ୍ରବାନ ବ୍ୟକ୍ତି, ଶ୍ରୀ ଅର୍ଥାତ୍ ଯେଉଁମାନେ ବୈଭବଶାଳୀ । ଅସଫଳ ଯୋଗୀମାନେ ଏକ ଧାର୍ମିକ ପରିବାରରେ ଜନ୍ମ ନିଅନ୍ତି, ଯେଉଁଠାରେ ବାଲ୍ୟାବସ୍ଥାରୁ ଆଧ୍ୟାମିôକତାକୁ ପ୍ରୋତ୍ସାହନ ମିଳିଥାଏ, କିମ୍ବା ସେ ଏକ ଧନୀକ ପରିବାରରେ ଜନ୍ମ ନିଅନ୍ତି, ଯେଉଁଠି ତାଙ୍କର ସମସ୍ତ ଶାରୀରିକ ଆବଶ୍ୟକତା ପୂର୍ଣ୍ଣ ହୁଏ ଏବଂ ତାଙ୍କୁ ବଞ୍ôଚବା ପାଇଁ ସଂଘର୍ଷ କରିବାକୁ ପଡ଼େ ନାହିଁ । ପରିବାରର ଏପରି ବାତାବରଣ, ଆଧ୍ୟାତ୍ମିକତା ପ୍ରତି ଉନ୍ମୁଖ ଜୀବକୁ ସାଧନାରେ ବ୍ରତୀ ହେବା ପାଇଁ ସୁଯୋଗ ପ୍ରଦାନ କରିଥାଏ ।
ବାତାବରଣ, ପରିସ୍ଥିତି ଏବଂ ଆମେ ଜନ୍ମ ନେଇଥିବା ପରିବାରର, ଆମ ଜୀବନର ଗତି ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ପିତାମାତାଙ୍କଠାରୁ ଆମେ ଦୈହିକ ଜନ୍ମଗତ ଗୁଣ ପାଇଥାଏ । ଏହା ଜନ୍ମଗତ ଅନୁବଂଶିକ ପ୍ରକ୍ରିୟା ଅଟେ । ତାଛଡା ଏକ ସାମାଜିକ ଆନୁବଂଶିକ ପ୍ରକ୍ରିୟା ମଧ୍ୟ ରହିଛି । ଯେଉଁ ସାମାଜିକ ବାତାବରଣରେ ଆମେ ବଢିଥାଏ, ତା’ର ଅନେକ ଗୁଡିଏ ପ୍ରଥା ଆମେ ଅନ୍ଧ ଭାବରେ ପାଳନ କରିଥାଏ । ଆମେ ନିଜକୁ ଜଣେ ଭାରତୀୟ ବା ଆମେରିକୀୟ କିମ୍ବା ବ୍ରିଟିଶ ଇତ୍ୟାଦି ଭାବରେ ବାଛି ନ ଥାଏ । ଆମ ଜନ୍ମର ଆଧାରରେ, ଆମେ ନିଜର ପରିଚୟକୁ ଗୋଟିଏ ଜାତୀୟତା ସହ ସମ୍ମିଳିତ କରିଥାଏ ଏବଂ ଅନ୍ୟ ଜାତୀୟତାର ଲୋକଙ୍କ ସହିତ ଶତ୍ରୁତା କରିବାକୁ ମଧ୍ୟ ପଛେଇ ନ ଥାଏ । ସାମାଜିକ ଆନୁବଂଶିକ ପ୍ରକ୍ରିୟାରେ, ଆମେ ନିଜ ପିତାମାତାଙ୍କ ଧର୍ମର ଅନୁସରଣ କରିବା ସ୍ୱାଭାବିକ ।
ଅତଏବ, ଆମ ଜନ୍ମ ସ୍ଥାନ ଓ ପରିବାରର, ଆମ ଜୀବନର ଗତି ଓ ପ୍ରାପ୍ତି ଉପରେ ବହୁତ ଅଧିକ ପ୍ରଭାବ ରହିଛି । ଏହି ସ୍ଥାନ ଓ ପରିବାର ଯଦି ମନଇଚ୍ଛା ନିର୍ଣ୍ଣୟ କରାଯାଉଥାନ୍ତା, ତେବେ ସଂସାରରେ କୌଣସି ନ୍ୟାୟ ରହନ୍ତା ନାହିଁ । କିନ୍ତୁ ଭଗବାନଙ୍କ ପାଖରେ, ଆମର ଅନନ୍ତ ଜନ୍ମର ବିଚାର ଓ କର୍ମର ହିସାବ ରହିଥାଏ । କର୍ମର ନିୟମ ଅନୁଯାୟୀ, ଯୋଗଭ୍ରଷ୍ଟ ପୁରୁଷ ପୂର୍ବ ଜନ୍ମମାନଙ୍କରେ ଯେଉଁ ଆଧ୍ୟାତ୍ମିକ ସମ୍ପତ୍ତି ଅର୍ଜନ କରିଥାଆନ୍ତି, ତା’ର ଫଳ ସେ ପ୍ରାପ୍ତ କରିଥାଆନ୍ତି । ସେଥିପାଇଁ ଯେଉଁ ଯୋଗୀମାନେ ପୂର୍ବ ଜନ୍ମରେ ଯଥେଷ୍ଟ ଆଗକୁ ଯାଇ ବୈରାଗ୍ୟ ହାସଲ କରିପାରି ଥାଆନ୍ତି, ସେମାନଙ୍କୁ ସ୍ୱର୍ଗଲୋକକୁ ପ୍ରେରଣ କରାଯାଇ ନ ଥାଏ । ସେମାନଙ୍କୁ ଏକ ଆଧ୍ୟାତ୍ମିକ ଦୃଷ୍ଟିରୁ ସମୃଦ୍ଧ ପରିବାରରେ ଜନ୍ମ ପ୍ରଦାନ କରାଯାଇ ଥାଏ, ଯେଉଁ ପରିବେଶରେ ସେ ତାଙ୍କର ଯାତ୍ରା ସଫଳ କରିବାକୁ ସୁଯୋଗ ପାଇ ଥାଆନ୍ତି । ଏପରି ଏକ ଜନ୍ମ ପ୍ରାପ୍ତ କରିବା ବହୁତ ବଡ଼ ସୌଭାଗ୍ୟ ଅଟେ, କାରଣ ସେଠାରେ ପ୍ରାରମ୍ଭରୁ ହିଁ ପିତାମାତା ଶିଶୁଠାରେ ଦିବ୍ୟ ଜ୍ଞାନର ସଞ୍ଚାର କରିଥାନ୍ତି ।
ପ୍ରାପ୍ୟ ପୁଣ୍ୟକୃତାଂ ଲୋକାନୁଷିତ୍ୱା ଶାଶ୍ୱତୀଃ ସମାଃ ।
ଶୁଚୀନାଂ ଶ୍ରୀମତାଂ ଗେହେ ଯୋଗୋଭ୍ରଷ୍ଟୋଽଭିଜାୟତେ ।।୪୧।।
ଅଥବା ଯୋଗିନାମେବ କୁଳେ ଭବତି ଧୀମତାମ୍ ।
ଏତଦ୍ଧି ଦୁର୍ଲଭତରଂ ଲୋକେ ଜନ୍ମ ଯଦୀଦୃଶମ୍ ।।୪୨।।
ମୃତ୍ୟୁପରେ ଅସଫଳ ଯୋଗୀଗଣ, ଧର୍ମାତ୍ମାମାନଙ୍କ ଲୋକକୁ ଯାଆନ୍ତି । ସେଠାରେ କେତେ ଯୁଗ ବାସ କରିବା ପରେ, ପୁଣିଥରେ ପୃଥିବୀ ପୃଷ୍ଠରେ ଏକ ଧାର୍ମିକ ଓ ସମୃଦ୍ଧ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily