ଜ୍ଞାନବିଜ୍ଞାନତୃପ୍ତାତ୍ମା କୂଟସ୍ଥୋ ବିଜିତେନ୍ଦ୍ରିୟଃ ।
ଯୁକ୍ତ ଇତ୍ୟୁଚ୍ୟତେ ଯୋଗୀ ସମଲୋଷ୍ଟ୍ରାଶ୍ମକାଞ୍ଚନଃ ।।୮।।
ଜ୍ଞାନ -ଜ୍ଞାନ; ବିଜ୍ଞାନ -ଅନୁଭୂତ ଜ୍ଞାନ; ତୃପ୍ତ -ତୃପ୍ତ; ଆତ୍ମା -ଜୀବ; କୂଟସ୍ଥଃ - ଅବିଚଳିତ; ବିଜିତ-ଇନ୍ଦ୍ରିୟଃ - ଇନ୍ଦ୍ରିୟମାନଙ୍କୁ ଜୟ କରିଥିବା ବ୍ୟକ୍ତି; ଯୁକ୍ତଃ - ଭଗବାନଙ୍କ ସହ ନିତ୍ୟଯୁକ୍ତ; ଇତି - ଏହିପରି; ଉଚ୍ୟତେ - କୁହାଯାଏ; ଯୋଗୀ - ଯୋଗୀ; ସମ-ସମଭାବାପନ୍ନ; ଲୋଷ୍ଟ୍ର - ଗୋଡି; ଅଶ୍ରୁ - ପଥର; କାଞ୍ଚନଃ -ସୁନା ।
BG 6.8: ଯେଉଁ ଯୋଗୀମାନେ ଜ୍ଞାନ ଓ ବିଚାର ଦ୍ୱାରା ସନ୍ତୁଷ୍ଟ ରହିଥାନ୍ତି ଏବଂ ଇନ୍ଦ୍ରିୟମାନଙ୍କୁ ଜୟ କରିଥାନ୍ତି, ସେମାନେ ପ୍ରତ୍ୟେକ ପରିସ୍ଥିତିରେ ଅବିଚଳିତ ରୁହନ୍ତି । ସେମାନେ ମାଟି, ପଥର ଏବଂ ସୁନା ଆଦି ସମସ୍ତ ବସ୍ତୁକୁ ସମାନ ଦୃଷ୍ଟିରେ ଦେଖନ୍ତି ।
ଜ୍ଞାନର ତାତ୍ପର୍ଯ୍ୟ ଶାବ୍ଦିକ ଜ୍ଞାନ ଅଟେ, ଯାହା ଆମେ ଗୁରୁଙ୍କ ମାଧ୍ୟମରେ ତଥା ଶାସ୍ତ୍ର ଅଧ୍ୟୟନ ଦ୍ୱାରା ପ୍ରାପ୍ତ କରିଥାଏ । ଅନୁଭବ ଦ୍ୱାରା ଯେତେବେଳେ ସେହି ଜ୍ଞାନ ଆମ ଅନ୍ତରକୁ ଉଦ୍ଭାସିତ କରେ, ଜ୍ଞାନର ସେହି ପ୍ରକାଶକୁ ବିଜ୍ଞାନ କୁହାଯାଏ । ଉଚ୍ଚକୋଟୀର ଯୋଗୀମାନଙ୍କର ବୁଦ୍ଧି ଉଭୟ ଜ୍ଞାନ ଓ ବିଜ୍ଞାନ ଦ୍ୱାରା ପରିପୁଷ୍ଟ ହୋଇଥାଏ । ଏହି ବିଜ୍ଞତାର ଆଧାରରେ, ଯୋଗୀମାନେ ସମସ୍ତ ବସ୍ତୁକୁ ମାୟାଶକ୍ତିର ରୂପାନ୍ତର ଭାବେ ଦେଖିଥାନ୍ତି । ଏପରି ଯୋଗୀମାନେ ଆକର୍ଷଣର ଆଧାରରେ ବସ୍ତୁମାନଙ୍କ ମଧ୍ୟରେ ପାର୍ଥକ୍ୟ ଦେଖନ୍ତି ନାହିଁ । ପ୍ରଜ୍ଞାଯୁକ୍ତ ଯୋଗୀ ସମସ୍ତ ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିଥାନ୍ତି । ମାୟାଶକ୍ତି ଯେହେତୁ ଭଗବାନଙ୍କର ହିଁ ଶକ୍ତି ଅଟେ, ତେଣୁ ସମସ୍ତ ମାୟିକ ବସ୍ତୁ ତାଙ୍କର ସେବା ପାଇଁ ଉଦ୍ଦିଷ୍ଟ ।
କୂଟସ୍ଥ ଶବ୍ଦର ଅଭିପ୍ରାୟ ମନକୁ ଇନ୍ଦ୍ରିୟମାନଙ୍କ ଠାରେ ମାୟିକ ବିଷୟର ସଂସ୍ପର୍ଶରେ ଉପୁଜୁଥିବା ଦୋଳାୟମାନ ଅନୁଭୂତି ଠାରୁ ଦୂରରେ ରଖିବା । ମନର ଏପରି ସ୍ଥିତି ପ୍ରାପ୍ତ କରି ବ୍ୟକ୍ତି କୌଣସି ସୁଖଦ ପରିସ୍ଥିତି ଖୋଜେ ନାହିଁ କିମ୍ବା ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଯାଏ ନାହିଁ । ବିଜିତେନ୍ଦ୍ରିୟ, ଅର୍ଥାତ୍ ଯେଉଁମାନେ ନିଜର ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିଥାଆନ୍ତି; ଯୁକ୍ତର ଅର୍ଥ ଯାହାର ମନ ସଦାସର୍ବଦା ଭଗବାନଙ୍କ ସହିତ ସଂଲଗ୍ନ ରହିଥାଏ । ଏପରି ବ୍ୟକ୍ତି ଭଗବାନଙ୍କ ଦିବ୍ୟ ଆନନ୍ଦର ଆସ୍ୱାଦନ କରି ତୃପ୍ତାତ୍ମା ହୋଇଯାଆନ୍ତି ବା ଅନୁଭାବାତ୍ମକ ଜ୍ଞାନ ଦ୍ୱାରା ପୂର୍ଣ୍ଣ ସନ୍ତୋଷ ଲାଭ କରିଥାଆନ୍ତି ।
ଜ୍ଞାନବିଜ୍ଞାନତୃପ୍ତାତ୍ମା କୂଟସ୍ଥୋ ବିଜିତେନ୍ଦ୍ରିୟଃ ।
ଯୁକ୍ତ ଇତ୍ୟୁଚ୍ୟତେ ଯୋଗୀ ସମଲୋଷ୍ଟ୍ରାଶ୍ମକାଞ୍ଚନଃ ।।୮।।
ଯେଉଁ ଯୋଗୀମାନେ ଜ୍ଞାନ ଓ ବିଚାର ଦ୍ୱାରା ସନ୍ତୁଷ୍ଟ ରହିଥାନ୍ତି ଏବଂ ଇନ୍ଦ୍ରିୟମାନଙ୍କୁ ଜୟ କରିଥାନ୍ତି, ସେମାନେ ପ୍ରତ୍ୟେକ ପରିସ୍ଥିତିରେ ଅବିଚଳିତ ରୁହନ୍ତି । ସେମାନେ ମାଟି, …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily