ସମୋଽହଂ ସର୍ବଭୂତେଷୁ ନ ମେ ଦ୍ୱେଷ୍ୟୋଽସ୍ତି ନ ପ୍ରିୟଃ ।
ଯେ ଭଜନ୍ତି ତୁ ମାଂ ଭକ୍ତ୍ୟା ମୟି ତେ ତେଷୁ ଚାପ୍ୟହମ୍ ।।୨୯।।
ସମଃ - ସମାନ ଭାବରେ; ଅହଂ - ମୁଁ; ସର୍ବ-ଭୂତେଷୁ - ସମସ୍ତ ଜୀବଙ୍କ ଠାରେ; ନ - ନୁହେଁ; ମେ - ମୋର; ଦ୍ୱେଷ୍ୟଃ - ଘୃଣିତ; ଅସ୍ତି - ଅଟେ; ନ - ନୁହେଁ; ପ୍ରିୟଃ - ପ୍ରିୟ; ଯେ - ଯେଉଁମାନେ; ଭଜନ୍ତି - ଦିବ୍ୟ ସେବା କରନ୍ତି; ତୁ - ତଥାପି; ମାଂ - ମୋତେ; ଭକ୍ତ୍ୟା- ଭକ୍ତିରେ; ମୟି - ମୋତେ; ତେ - ସେମାନେ; ତେଷୁ - ସେମାନଙ୍କ ଠାରେ; ଚ - ମଧ୍ୟ; ଅପି - ନିଶ୍ଚିତଭାବରେ; ଅହଂ - ମୁଁ ।
BG 9.29: ସମସ୍ତ ପ୍ରାଣୀଙ୍କ ପ୍ରତି ମୁଁ ସମଦୃଷ୍ଟି ପୋଷଣ କରେ । ମୁଁ କାହାପ୍ରତି ଦ୍ୱେଷ କରେନାହିଁ କି ପକ୍ଷପାତ କରେ ନାହିଁ । କିନ୍ତୁ ଯେଉଁ ଭକ୍ତମାନେ ପ୍ରେମଯୁକ୍ତ ହୋଇ ମୋର ଉପାସନା କରନ୍ତି, ସେମାନେ ମୋ ଠାରେ ନିବାସ କରନ୍ତି ଏବଂ ମୁଁ ତାଙ୍କଠାରେ ନିବାସ କରେ ।
ଆମେ ସ୍ୱଭାବତଃ ବିଶ୍ୱାସ କରିଥାଏ ଯେ ଯଦି ଜଣେ ଭଗବାନ ଅଛନ୍ତି, ତେବେ ସେ ନିଶ୍ଚିତ ଭାବରେ ନ୍ୟାୟୀ ହୋଇଥିବେ ଏବଂ କେବେ ବି ଅନ୍ୟାୟୀ ହୋଇ ନ ଥିବେ । ସଂସାରରେ ଅନ୍ୟାୟର ସମ୍ମୁଖୀନ ହୋଇ ବ୍ୟକ୍ତି ଏପରି କହିବାର ଦେଖାଯାଇଥାଏ; “ହେ ଆରବପତି, ତୁମ ପାଖରେ ଅର୍ଥବଳ ଅଛି । ତୁମେ ଯାହା କରିବ, କର । ସବୁକିଛିର ସମାଧାନ ଭଗବାନ କରିବେ । ସେ ସବୁ ଦେଖୁଛନ୍ତି ଏବଂ ନିଶ୍ଚିତ ଭାବରେ ସେ ତୁମକୁ ଦଣ୍ଡ ଦେବେ । ତୁମେ ରକ୍ଷା ପାଇବ ନାହିଁ ।” ଏହା ଭଗବାନଙ୍କ ପ୍ରତି ପୂର୍ଣ୍ଣ ଶ୍ରଦ୍ଧାଯୁକ୍ତ କୌଣସି ସନ୍ଥ ମହାତ୍ମାଙ୍କର ବକ୍ତବ୍ୟ ନୁହେଁ, ଆମ୍ଭମାନଙ୍କ ପରି ସାଧାରଣ ବ୍ୟକ୍ତି ମଧ୍ୟ ବିଶ୍ୱାସ କରନ୍ତି ଯେ ଭଗବାନ ନ୍ୟାୟୀ ଅଟନ୍ତି ।
କିନ୍ତୁ ପୂର୍ବ ଶ୍ଳୋକରେ ଶ୍ରୀକୃଷ୍ଣ ଏହି ଶଙ୍କା ଉତ୍ପନ୍ନ କରିଥିଲେ ଯେ ଭଗବାନ ତାଙ୍କ ଭକ୍ତ ପ୍ରତି ପକ୍ଷପାତୀ ଅଟନ୍ତି, କାରଣ ଅନ୍ୟ ସମସ୍ତେ କର୍ମଫଳ ଭୋଗ କରୁଥିବା ବେଳେ ଭଗବାନ ତାଙ୍କ ଭକ୍ତମାନଙ୍କୁ ସେଥିରୁ ମୁକ୍ତ କରି ଦେଇଥାଆନ୍ତି । ଏହା ପକ୍ଷପାତ ବିଚାରର ଲକ୍ଷଣ ନୁହେଁ କି? ଶ୍ରୀକୃଷ୍ଣ ଏହି ବିଚାରକୁ ସ୍ପଷ୍ଟ କରିବାକୁ ଯାଇ କହୁଛନ୍ତି, ସମୋଽହଂ ଅର୍ଥାତ୍, “ ମୁଁ ସମସ୍ତଙ୍କ ପ୍ରତି ସମଭାବାପନ୍ନ ଅଟେ । କିନ୍ତୁ ମୋର ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି, ଯାହା ଅନୁସାରେ ମୁଁ ମୋର କୃପା ପ୍ରଦାନ କରିଥାଏ ।” ଏହି ନିୟମଟି ୪:୧୧ ଶ୍ଲୋକରେ ବର୍ଣ୍ଣନା କରାଯାଇଅଛି : “ଯିଏ ଯେଉଁ ଭାବରେ ଏବଂ ଯେତିକି ମାତ୍ରାରେ ମୋର ଶରଣାପନ୍ନ ହୁଅନ୍ତି, ମୁଁ ସେହି ଅନୁସାରେ ତାଙ୍କୁ ପ୍ରତିଫଳ ଦେଇଥାଏ । ହେ ପୃଥା ପୁତ୍ର! ସମସ୍ତେ ସର୍ବତୋ ଭାବରେ ମୋର ମାର୍ଗ ଅନୁସରଣ କରନ୍ତି ।”
ବୃଷ୍ଟିଧାରା ପୃଥିବୀର ସର୍ବତ୍ର ସମାନ ଭାବରେ ପଡ଼ିଥାଏ । କିନ୍ତୁ ଯେଉଁ ବିନ୍ଦୁଟି ଶସ୍ୟ କ୍ଷେତ୍ରରେ ପଡ଼ିଥାଏ ତାହା ଶସ୍ୟରେ ପରିଣତ ହୁଏ; ଯେଉଁ ବିନ୍ଦୁଟି ମରୁଭୂମିର ବବୁଲ ଉପରେ ପଡ଼େ ତାହା କଣ୍ଟାରେ ପରିଣତ ହୁଏ; ନର୍ଦ୍ଦମାରେ ପଡ଼ିଥିବା ଜଳବିନ୍ଦୁଟି ନର୍ଦ୍ଦମା ପାଲଟି ଯାଏ ଏବଂ ଶାମୁକା ଭିତରେ ପଡୁଥିବା ବିନ୍ଦୁଟି ମୁକ୍ତାରେ ରୂପାନ୍ତରିତ ହୁଏ ।
ବର୍ଷା ପକ୍ଷପାତ କରେନାହିଁ, କାରଣ ତାହା ସର୍ବତ୍ର ସମାନ ଭାବରେ କୃପା ବୃଷ୍ଟି କରିଥାଏ । ତେଣୁ ଫଳାଫଳର ବିବିଧତା ପାଇଁ ବୃଷ୍ଟିଧାରାକୁ ଦାୟୀ କରାଯାଇ ପାରିବ ନାହିଁ । ଏହା ପାତ୍ରର ଗୁଣ ଉପରେ ନିର୍ଭର କରିଥାଏ । ସେହିପରି ଭଗବାନ ଏଠାରେ କହୁଛନ୍ତି ଯେ ସେ ସମସ୍ତଙ୍କ ପ୍ରତି ସମଭାବାପନ୍ନ ଅଟନ୍ତି, ତଥାପି, ଯେଉଁମାନେ ତାଙ୍କର ଭକ୍ତି କରନ୍ତି ନାହିଁ, ସେମାନେ ତାଙ୍କ କୃପାରୁ ବଞ୍ôଚତ ରହନ୍ତି କାରଣ ତାଙ୍କ ହୃଦୟର ପାତ୍ର ଏହା ଧାରଣ କରିବା ପାଇଁ ଅନୁପଯୁକ୍ତ ଅଟେ । ତେଣୁ ଯେଉଁମାନଙ୍କର ହୃଦୟ କଳୁଷିତ, ସେମାନେ କ’ଣ କରିବେ? ଶ୍ରୀକୃଷ୍ଣ ବର୍ତ୍ତମାନ ଭକ୍ତିର ଶୁଦ୍ଧ କରିବାର ଶକ୍ତି ବିଷୟରେ ଆଲୋକପାତ କରୁଛନ୍ତି ।
ସମୋଽହଂ ସର୍ବଭୂତେଷୁ ନ ମେ ଦ୍ୱେଷ୍ୟୋଽସ୍ତି ନ ପ୍ରିୟଃ ।
ଯେ ଭଜନ୍ତି ତୁ ମାଂ ଭକ୍ତ୍ୟା ମୟି ତେ ତେଷୁ ଚାପ୍ୟହମ୍ ।।୨୯।।
ସମସ୍ତ ପ୍ରାଣୀଙ୍କ ପ୍ରତି ମୁଁ ସମଦୃଷ୍ଟି ପୋଷଣ କରେ । ମୁଁ କାହାପ୍ରତି ଦ୍ୱେଷ କରେନାହିଁ କି ପକ୍ଷପାତ କରେ ନାହିଁ । କିନ୍ତୁ ଯେଉଁ ଭକ୍ତମାନେ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily