Bhagavad Gita: Chapter 1, Verse 15

ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ ।
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ ।।୧୫।।

ପାଞ୍ଚଜନ୍ୟଂ-ପାଞ୍ଚଜନ୍ୟ ନାମକ ଶଙ୍ଖ; ହୃଷୀକେଶଃ-ହୃଷୀକେଶ (ଶ୍ରୀକୃଷ୍ଣ, ଯିଏ ମନ ଏବଂ ଇନ୍ଦ୍ରିୟମାନଙ୍କର ନିୟନ୍ତ୍ରଣ କରନ୍ତି); ଦେବଦତ୍ତଂ-ଦେବଦତ୍ତ ନାମକ ଶଙ୍ଖ; ଧନଞ୍ଜୟଃ-ଧନଞ୍ଜୟ (ଅର୍ଜୁନ, ଯେ ଜିଣିକରି ଧନ ଆଣିଥିଲେ); ପୌଣ୍ଡ୍ରଂ-ପୌଣ୍ଡ୍ର ନାମକ ଶଙ୍ଖ; ଦଧ୍ମୌ-ବଜାଇଲେ; ମହାଶଙ୍ଖଂ-ଅତି ଭୟଙ୍କର ଶଙ୍ଖ; ଭୀମକର୍ମା-ଯେ କି ଅତି ଭୟଙ୍କର କର୍ମ କରେ; ବୃକୋଦରଃ- ଯିଏ ଅତି ବେଶୀ ଭୋଜନ କରନ୍ତି (ଭୀମ) ।

Translation

BG 1.15: ହୃଷିକେଶ ତାଙ୍କର ପଞ୍ଚଜନ୍ୟ ନାମକ ଶଙ୍ଖ ବଜାଇଲେ ଏବଂ ଅର୍ଜୁନ ତାଙ୍କର ଦେବଦତ୍ତ ନାମକ ଶଙ୍ଖ ବଜାଇଲେ । ଅତ୍ୟନ୍ତ ଖାଦ୍ୟ ପ୍ରିୟ ଓ କଷ୍ଟସାଧ୍ୟ କାର୍ଯ୍ୟ ସମ୍ପନ୍ନ କରୁଥିବା ଭୀମ ମଧ୍ୟ ତାଙ୍କର ପୌଣ୍ଡ୍ର ନାମକ ଶକ୍ତିଶାଳୀ ଶଙ୍ଖ ବଜାଇଲେ ।

Commentary

“ହୃଷିକେଶ” ଶବ୍ଦଟି ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି, ଯାହାର ଅର୍ଥ ମନ ଓ ବୁଦ୍ଧିର ନିୟନ୍ତ୍ରଣ କର୍ତ୍ତା । ସେ ସମସ୍ତଙ୍କର ମନ-ବୁଦ୍ଧି ତଥା ନିଜ ମନ-ବୁଦ୍ଧିର ମଧ୍ୟ ଅନ୍ତିମ ନିୟନ୍ତା ଅଟନ୍ତି । ସେ ପୃଥିବୀ ପୃଷ୍ଠରେ ଅଦ୍ଭୁତ ଲୀଳା କରୁଥିବା ସମୟରେ ମଧ୍ୟ ନିଜ ମନ ଓ ବୁଦ୍ଧି ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିଥାନ୍ତି ।

Watch Swamiji Explain This Verse