Bhagavad Gita: Chapter 1, Verse 29-31

ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ ।।୨୯।।
ଗାଣ୍ଡୀବଂ ସ୍ରଂସତେ ହସ୍ତାତ୍‌ତ୍ୱକ୍‌ଚୈ ବ ପରିଦହ୍ୟେତେ ।
ନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚ ମେ ମନଃ ।।୩୦।।
ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ ।
ନ ଚ ଶ୍ରେୟୋଽନୁପଶ୍ୟାମି ହତ୍ୱା ସ୍ୱଜନମାହବେ ।।୩୧।।

ବେପଥୁଶ୍ଚ-ଶରୀରକମ୍ପନ; ଚ-ଏବଂ; ଶରୀରେ-ଶରୀରରେ; ମେ-ମୋର; ରୋମହର୍ଷଃ-ରୋମାଞ୍ଚ ହେବା; ଚ-ମଧ୍ୟ; ଜାୟତେ-ହେଉଛି; ଗାଣ୍ଡୀବଂ-ଅର୍ଜୁନଙ୍କର ଧନୁ; ସ୍ରଂସତେ-ଖସିଯାଉଛି; ହସ୍ତାତ୍‌-ହାତରୁ; ତ୍ୱକ୍‌-ଚର୍ମ; ଚ-ଏବଂ; ଏବ-ନିଶ୍ଚିତଭାବେ; ପରିଦହ୍ୟତେ-ଜ୍ୱଳନ ହେଉଛି; ନ-ନୁହେଁ; ଚ-ଏବଂ; ଶକ୍ନୋମି-ସକ୍ଷମ ହେବା; ଅବସ୍ଥାତୁଂ-ସ୍ଥିର ରହିବାକୁ; ଭ୍ରମତି ଇବ-ଭ୍ରମିତ ହେବା ପରି; ଚ-ଏବଂ; ମେ-ମୋର; ମନଃ-ମନ; ନିମିତ୍ତାନି-ସଂକେତ; ଚ-ଏବଂ; ପଶ୍ୟାମି-ମୁଁ ଦେଖିପାରୁଛି; ବିପରୀତାନି-ଠିକ୍ ବିପରୀତ; କେଶବ-ହେ କେଶୀଦୈତ୍ୟର ହତ୍ୟାକାରୀ ଶ୍ରୀକୃଷ୍ଣ; ନ-ନୁହେଁ; ଚ-ମଧ୍ୟ; ଶ୍ରେୟଃ-ଉତ୍ତମ; ଅନୁପଶ୍ୟାମି-ମୁଁ ଦେଖୁଛି; ହତ୍ୱା-ବିନାଶକରି; ସ୍ୱଜନମ୍‌-ସ୍ୱଜନବନ୍ଧୁମାନଙ୍କୁ; ଆହବେ-ଯୁଦ୍ଧରେ ।

Translation

BG 1.29-31: ମୋର ସମସ୍ତ ଶରୀରରେ କମ୍ପନ ଏବଂ ରୋମାଞ୍ଚ ଜାତ ହେଉଛି । ମୋର ଗାଣ୍ଡିବ ଧନୁ ହାତରୁ ଖସି ପଡ଼ୁଛି ଏବଂ ମୋର ସମଗ୍ର ଚର୍ମରେ ପ୍ରଜ୍ୱଳନ ସୃଷ୍ଟି ହେଉଅଛି । ମୋର ବୁଦ୍ଧି ବ୍ୟାକୁଳ ହେଉଛି ଏବଂ ଦ୍ୱନ୍ଦ୍ୱରେ ଭ୍ରମିତ ହେଉଛି; ମୁଁ ଆଉ ନିଜକୁ ସ୍ଥିର ରଖିପାରୁନି । ହେ କେଶୀ ଅସୁରର ହନ୍ତା ଶ୍ରୀକୃଷ୍ଣ! ମୁଁ କେବଳ ଦୁର୍ଭାଗ୍ୟର ପୂର୍ବାଭାସ ଦେଖିବାକୁ ପାଉଛି । ଏହି ଯୁଦ୍ଧରେ ନିଜର ଆତ୍ମୀୟମାନଙ୍କୁ ହତ୍ୟା କରି କୌଣସି ସୁଫଳ ମିଳିବାର କଳ୍ପନା ମୁଁ କରି ପାରୁନାହିଁ ।

Commentary

ଯୁଦ୍ଧର ପରିଣତି ବିଷୟରେ ଚିନ୍ତା କରି ଅର୍ଜୁନ ବ୍ୟସ୍ତ ଏବଂ ଦୁଃଖିତ ହୋଇ ଉଠୁଛନ୍ତି । ଯେଉଁ ଗାଣ୍ଡିବର ଶବ୍ଦରେ ଶକ୍ତିଶାଳୀ ଶତ୍ରୁମାନେ ଭୟଭୀତ ହୋଇପଡ଼ନ୍ତି, ତାହା ତାଙ୍କ ହାତରୁ ଖସିବାକୁ ଆରମ୍ଭ କରୁଛି । ଏହି ଯୁଦ୍ଧ କରିବା ଏକ ପାପ ଭାବି ତାଙ୍କର ବୁଦ୍ଧି ଭ୍ରମିତ ହୋଇ ଯାଉଛି । ମନର ଏହି ବିଭ୍ରାନ୍ତି ତାଙ୍କୁ ଏପରି ନିମ୍ନଗାମୀ କରିଦେଉଛି ଯେ ସେ ଭୟାବହ ଅସଫଳତା ଏବଂ ଆସନ୍ନ ଦୁଃଖଦ ପରିଣତିର ସଂକେତ ରୂପୀ ଅନ୍ଧବିଶ୍ୱାସକୁ ମଧ୍ୟ ସ୍ୱୀକାର କରୁଛନ୍ତି ।

Watch Swamiji Explain This Verse