Bhagavad Gita: Chapter 1, Verse 7

ଅସ୍ମାକଂ ତୁ ବିଶିଷ୍ଟା ଯେ ତାନ୍ନିବୋଧ ଦ୍ୱିଜୋତ୍ତମ ।
ନାୟକା ମମ ସୈନ୍ୟସ୍ୟ ସଂଜ୍ଞାର୍ଥଂ ତାନ୍‌ବ୍ରବୀମି ତେ ।।୭।।

ଅସ୍ମାକଂ-ଆମ୍ଭମାନଙ୍କର; ତୁ-କିନ୍ତୁ; ବିଶିଷ୍ଟାଃ-ବିଶେଷ ଶକ୍ତିଶାଳୀ; ଯେ-ଯେଉଁମାନେ; ତାନ୍‌-ସେମାନଙ୍କୁ; ନିବୋଧ-ଜାଣିରଖନ୍ତୁ; ଦ୍ୱିଜୋତ୍ତମ-ଦ୍ୱିଜ ବା (ବାହ୍ମଣ)ମାନଙ୍କ ମଧ୍ୟରେ ଶ୍ରେଷ୍ଠ; ନାୟକାଃ-ନାୟକ ବା ସେନାପତିଗଣ; ମମ-ମୋର; ସୈନ୍ୟସ୍ୟ-ସୈନ୍ୟମାନଙ୍କର; ସଂଜ୍ଞା-ଅର୍ଥଂ-ଜଣାଇବା ପାଇଁ; ତାନ୍‌-ସେମାନଙ୍କୁ; ବ୍ରବୀମି-ମୁଁ କହୁଛି; ତେ-ଆପଣଙ୍କର ।

Translation

BG 1.7: ହେ ବ୍ରାହ୍ମଣ ଶ୍ରେଷ୍ଠ! ଆମ ପକ୍ଷରେ ଥିବା ବିଶିଷ୍ଟ ଯୋଦ୍ଧା, ଯେଉଁମାନେ ଯୁଦ୍ଧକ୍ଷେତ୍ରରେ ନେତୃତ୍ୱ ନେବାରେ ପ୍ରବୀଣ, ସେମାନଙ୍କ ବିଷୟରେ ଶୁଣନ୍ତୁ । ମୁଁ ଆପଣଙ୍କୁ ସେମାନଙ୍କ ବିଷୟରେ କହୁଛି ।

Commentary

କୌରବ ସେନା ବାହନୀର ମୁଖ୍ୟ ସେନାଧ୍ୟକ୍ଷ, ଦ୍ରୋଣାଚାର୍ଯ୍ୟଙ୍କୁ ଦୁର୍ଯ୍ୟୋଧନ ଦ୍ୱିଜୋତ୍ତମ (ବ୍ରାହ୍ମଣଙ୍କ ମଧ୍ୟରେ ଶ୍ରେଷ୍ଠ) ଭାବରେ ସମ୍ବୋଧନ କରୁଛନ୍ତି । ସେ ଜାଣିଶୁଣି ଏହି ଶବ୍ଦଟି ପ୍ରୟୋଗ କରିଛନ୍ତି । ଦ୍ରୋଣାଚାର୍ଯ୍ୟ ବୃତ୍ତି ଅନୁସାରେ ପ୍ରକୃତରେ ଜଣେ ଯୋଦ୍ଧା ନ ଥିଲେ । ସେ ସାମରିକ ବିଜ୍ଞାନର ଶିକ୍ଷକ ମାତ୍ର ଥିଲେ । ଜଣେ କପଟୀ ନେତା ଭାବରେ, ଦୁର୍ଯ୍ୟୋଧନ ତାଙ୍କ ନିଜ ଧର୍ମଗୁରୁଙ୍କର ଆନୁଗତ୍ୟ ପ୍ରତି ମଧ୍ୟ ଲଜ୍ଜାହୀନ ଭାବରେ ସନ୍ଦେହ ପ୍ରକାଶ କରୁଛନ୍ତି । ଦୁର୍ଯ୍ୟୋଧନଙ୍କ କହିବାର ଅଭିପ୍ରାୟ ଥିଲା, ଯଦି ଦ୍ରୋଣାଚାର୍ଯ୍ୟ ବୀରତ୍ୱର ସହିତ ଯୁଦ୍ଧ ନ କରନ୍ତି, ତେବେ ସେ ଦୁର୍ଯ୍ୟୋଧନଙ୍କ ରାଜଭବନରେ ପରସା ଯାଉଥିବା ସୁସ୍ୱାଦ ଖାଦ୍ୟରେ ହିଁ ଆଗ୍ରହୀ ଥିବା ଜଣେ ବ୍ରାହ୍ମଣ ମାତ୍ର ଅଟନ୍ତି ।

ଏହା କହିବା ପରେ, ଦୁର୍ଯ୍ୟୋଧନ ନିଜର ଏବଂ ତାଙ୍କ ଗୁରୁଙ୍କର ସାହାସ ବଢ଼ାଇବା ପାଇଁ ତାଙ୍କ ନିଜ ପକ୍ଷରେ ଥିବା ବୀର ଯୋଦ୍ଧାମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି ।

Watch Swamiji Explain This Verse