Bhagavad Gita: Chapter 10, Verse 30

ପ୍ରହ୍ଲାଦଶ୍ଚାସ୍ମି ଦୈତ୍ୟାନାଂ କାଳଃ କଳୟତାମହମ୍ ।
ମୃଗାଣାଂ ଚ ମୃଗେନ୍ଦ୍ରୋଽହଂ ବୈନତେୟଶ୍ଚ ପକ୍ଷିଣାମ୍ ।।୩୦।।

ପ୍ରହ୍ଲାଦଃ - ପ୍ରହ୍ଲାଦ; ଚ - ଏବଂ; ଅସ୍ମି - ଅଟେ; ଦୈତ୍ୟାନାଂ- ଦୈତ୍ୟମାନଙ୍କ ମଧ୍ୟରେ; କାଳଃ - ସମୟ; କଳୟତାଂ- ନିୟନ୍ତ୍ରଣକାରୀମାନଙ୍କ ମଧ୍ୟରେ; ଅହଂ-ମୁଁ; ମୃଗାଣାଂ- ପ୍ରାଣୀମାନଙ୍କ ମଧ୍ୟରେ; ଚ-ଏବଂ; ମୃଗେନ୍ଦ୍ରଃ - ସିଂହ; ଅହଂ-ମୁଁ; ବୈନତେୟଃ - ଗରୁଡ଼; ଚ -ଏବଂ; ପକ୍ଷିଣାମ୍ - ପକ୍ଷୀମାନଙ୍କ ମଧ୍ୟରେ ।

Translation

BG 10.30: ଦୈତ୍ୟମାନଙ୍କ ମଧ୍ୟରେ ମୁଁ ପ୍ରହ୍ଲାଦ ଅଟେ; ନିୟନ୍ତ୍ରଣକାରୀ ମାନଙ୍କ ମଧ୍ୟରେ ମୁଁ କାଳ ଅଟେ । ପଶୁମାନଙ୍କ ମଧ୍ୟରେ ମୁଁ ସିଂହ ଏବଂ ପକ୍ଷୀମାନଙ୍କ ମଧ୍ୟରେ ମୁଁ ଗରୁଡ଼ ଅଟେ ।

Commentary

ପରାକ୍ରମଶାଳୀ ଦୈତ୍ୟରାଜ ହିରଣ୍ୟ-କଶିପୁଙ୍କ ପୁତ୍ର ଭାବରେ ପ୍ରହ୍ଲାଦ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ସେ ଭଗବାନ ବିଷ୍ଣୁଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଥିଲେ । ତେଣୁ ଦୈତ୍ୟମାନଙ୍କ ମଧ୍ୟରେ ପ୍ରହ୍ଲାଦ ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟନ୍ତି । ସମୟ ବା କାଳ ସର୍ବଶ୍ରେଷ୍ଠ ନିୟାମକ ଅଟନ୍ତି, ଯାହା ବ୍ରହ୍ମାଣ୍ଡର ସର୍ବେର୍ାଚ୍ଚ ଶକ୍ତିଶାଳୀ ତତ୍ତ୍ୱକୁ ମଧ୍ୟ କ୍ଷୟ କରିଦିଏ ।

ସିଂହ ଜଙ୍ଗଲର ରାଜା ଅଟେ ଏବଂ ପଶୁମାନଙ୍କ ମଧ୍ୟରେ ସିଂହ ଠାରେ ଭଗବାନଙ୍କର ଶକ୍ତି ପ୍ରତିଫଳିତ ହୋଇଥାଏ । ଗରୁଡ଼ ଭଗବାନ ବିଷ୍ଣୁଙ୍କର ଦିବ୍ୟ ବିମାନ ଅଟେ ଏବଂ ପକ୍ଷୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ ।