Bhagavad Gita: Chapter 10, Verse 41

ଯଦ୍ୟଦ୍‌ବିଭୂତିମତ୍‌ସତ୍ତ୍ୱଂ ଶ୍ରୀମଦୂର୍ଜିତମେବ ବା ।
ତତ୍ତଦେବାବଗଚ୍ଛ ତ୍ୱଂ ମମ ତେଜୋଂଽଶସମ୍ଭବମ୍ ।।୪୧।।

ଯତ୍ ଯତ୍ - ଯାହା ଯାହା; ବିଭୂତିମତ୍ - ଐଶ୍ୱର୍ଯ୍ୟ ଯୁକ୍ତ; ସତ୍ତ୍ୱଂ - ବସ୍ତୁ ଅଛି; ଶ୍ରୀମଦ୍ - ସୁନ୍ଦର, ଉର୍ଜିତମ୍ - ଗୌରବମୟ; ଏବ - ନିଶ୍ଚିତଭାବେ; ବା -କିମ୍ବା; ତତ୍ ତତ୍ - ସେ ସବୁ; ଏବ - ନିଶ୍ଚିତଭାବେ; ଅବଗଚ୍ଛ - ଜାଣିରଖ; ତ୍ୱଂ -ତୁମେ ମମ- ମୋର; ତେଜଃ - ତେଜ; ଅଂଶ- ଅଂଶ; ସମ୍ଭବମ୍ - ଜାତ ।

Translation

BG 10.41: ତୁମେ ଯେଉଁ ସବୁ ଐଶ୍ୱର୍ଯ୍ୟଯୁକ୍ତ, ସୁନ୍ଦର ଏବଂ ଗୌରବମୟ ବସ୍ତୁ ଦେଖୁଛ, ଜାଣିରଖ ଯେ ତାହା ମୋ ତେଜର ଅଂଶରୁ ଜାତ ଅଟେ ।

Commentary

ଶବ୍ଦଯନ୍ତ୍ର (ସ୍ପିକର) ମଧ୍ୟରେ ବିଦ୍ୟୁତ୍ ଶକ୍ତିର ପ୍ରବାହ ଯୋଗୁଁ ଶବ୍ଦ ଉତ୍ପନ୍ନ ହୋଇଥାଏ । କିନ୍ତୁ ଯେଉଁମାନେ ଭିତର ରହସ୍ୟକୁ ଜାଣି ନ ଥା’ନ୍ତି, ସେମାନେ ଭାବନ୍ତି ଶବ୍ଦ ଶବ୍ଦଯନ୍ତ୍ରରୁ ଉତ୍ପନ୍ନ ହେଉଛି । ସେହିପରି ଯେଉଁଠି ବି ଆମେ କିଛି ଆଶ୍ଚର୍ଯ୍ୟଜନକ ବସ୍ତୁ ଦେଖିଥାଏ, ଯାହା ଆମର ଧ୍ୟାନ ଆକର୍ଷଣ କରେ, ଆମକୁ ଭାବବିହ୍ୱଳ କରେ, ଶାନ୍ତି ପ୍ରଦାନ କରେ, ଆମେ ଜାଣିବା ଉଚିତ ଯେ ସେସବୁ ଭଗବାନଙ୍କ ଐଶ୍ୱର୍ଯ୍ୟର ଝଲକ ଅଟେ । ସେ ଶକ୍ତିର ଭଣ୍ଡାର ଅଟନ୍ତି, ଯେଉଁଠାରୁ ସମସ୍ତ ଜୀବ ଓ ବସ୍ତୁ ତାଙ୍କର ଶକ୍ତି ପ୍ରାପ୍ତ କରିଥାଆନ୍ତି । ଅତଏବ,ସକଳ ଶକ୍ତିର ଉତ୍ସ ଭଗବାନଙ୍କୁ ଆମେ ଆମର ଉପାସନାର କେନ୍ଦ୍ର କରିବା ଉଚିତ ।