ଅର୍ଜୁନ ଉବାଚ
ମଦନୁଗ୍ରହାୟ ପରମଂ ଗୁହ୍ୟମଧ୍ୟାତ୍ମସଂଜ୍ଞିତମ୍ ।
ଯତ୍ତ୍ୱୟୋକ୍ତଂ ବଚସ୍ତେନ ମୋହୋଽୟଂ ବିଗତୋ ମମ ।।୧।।
ଅର୍ଜୁନ ଉବାଚ - ଅର୍ଜୁନ କହିଲେ; ମତ୍-ଅନୁଗ୍ରହାୟ - ମୋ ପ୍ରତି ଅନୁଗ୍ରହ କରି; ପରମଂ - ପରମ; ଗୁହ୍ୟଂ - ଗୁପ୍ତ; ଅଧ୍ୟାତ୍ମ ସଂଜ୍ଞିତମ୍ - ଆଧ୍ୟାତ୍ମିକ ଜ୍ଞାନ; ଯତ୍ - ଯାହା; ତ୍ୱୟା - ଆପଣଙ୍କ ଦ୍ୱାରା; ଉକ୍ତଂ - କୁହାଗଲା; ବଚଃ - ବଚନ; ତେନ -ତାହାଦ୍ୱାରା; ମୋହଃ - ମୋହ; ଅୟଂ - ଏହି; ବିଗତଃ - ଦୂର ହୋଇଗଲା; ମମ - ମୋର ।
BG 11.1: ଅର୍ଜୁନ କହିଲେ: ଆପଣ କୃପା ବଶତଃ ଯେଉଁ ଅତ୍ୟନ୍ତ ଗୁପ୍ତ ଆଧ୍ୟାତ୍ମିକ ଜ୍ଞାନ ମୋତେ ପ୍ରଦାନ କଲେ, ତାହା ଶୁଣି ମୋର ମୋହ ଦୂର ହୋଇଗଲା ।
ଶ୍ରୀକୃଷ୍ଣଙ୍କର ସମସ୍ତ ଐଶ୍ୱର୍ଯ୍ୟ ଏବଂ ତାଙ୍କର ସର୍ବେଚ୍ଚ ବ୍ୟକ୍ତିତ୍ୱ ସମ୍ବନ୍ଧୀୟ ସମସ୍ତ ଜ୍ଞାନ ଶୁଣି, ଅର୍ଜୁନ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କର ସମସ୍ତ ମୋହ ଦୂର ହେବା ପରି ଅନୁଭବ କଲେ । ସେ ହୃଦୟଙ୍ଗମ କଲେ ଯେ ଶ୍ରୀକୃଷ୍ଣ କେବଳ ତାଙ୍କର ପ୍ରିୟ ସଖା ନୁହଁନ୍ତି, ସେ ପରମ ଦିବ୍ୟ ପୁରୁଷ ମଧ୍ୟ ଅଟନ୍ତି, ଯିଏକି ସଂସାରର ସମସ୍ତ ବିଭୂତିର ଆଧାର ଅଟନ୍ତି । ଏହି ଅଧ୍ୟାୟର ପ୍ରାରମ୍ଭରେ, ଶ୍ରୀକୃଷ୍ଣ କୃପା ବଶତଃ ତାଙ୍କୁ ଏପରି ଅମୂଲ୍ୟ ଜ୍ଞାନ ପ୍ରଦାନ କରିଥିବାରୁ ଅର୍ଜୁନ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଅର୍ଜୁନ ଉବାଚ
ମଦନୁଗ୍ରହାୟ ପରମଂ ଗୁହ୍ୟମଧ୍ୟାତ୍ମସଂଜ୍ଞିତମ୍ ।
ଯତ୍ତ୍ୱୟୋକ୍ତଂ ବଚସ୍ତେନ ମୋହୋଽୟଂ ବିଗତୋ ମମ ।।୧।।
ଅର୍ଜୁନ କହିଲେ: ଆପଣ କୃପା ବଶତଃ ଯେଉଁ ଅତ୍ୟନ୍ତ ଗୁପ୍ତ ଆଧ୍ୟାତ୍ମିକ ଜ୍ଞାନ ମୋତେ ପ୍ରଦାନ କଲେ, ତାହା ଶୁଣି ମୋର ମୋହ ଦୂର ହୋଇଗଲା ।
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily