Bhagavad Gita: Chapter 11, Verse 2

ଭବାପ୍ୟୟୌ ହି ଭୂତାନାଂ ଶ୍ରୁତୌ ବିସ୍ତରଶୋ ମୟା ।
ତ୍ୱତ୍ତଃ କମଳପତ୍ରାକ୍ଷ ମାହାତ୍ମ୍ୟମପି ଚାବ୍ୟୟମ୍ ।।୨।।

ଭବ - ଆବିର୍ଭାବ; ଅପ୍ୟୟୌ - ତିରୋଭାବ; ହି - ନିଶ୍ଚିତରୂପେ; ଭୂତାନାଂ - ସମସ୍ତ ଜୀବଙ୍କର; ଶ୍ରୁତୌ - ଶୁଣିଛି; ବିସ୍ତରଶଃ - ବିସ୍ତୃତଭାବେ; ମୟା - ମୋ’ଦ୍ୱାରା; ତ୍ୱତ୍ତଃ - ଆପଣଙ୍କଠାରୁ; କମଳ -ପତ୍ରାକ୍ଷ - ହେ ପଦ୍ମଲୋଚନ; ମାôହାତ୍ମ୍ୟଂ - ମାହାତ୍ମ୍ୟ; ଅପି - ମଧ୍ୟ; ଚ - ଏବଂ; ଅବ୍ୟୟମ୍ - ଅବ୍ୟୟ ।

Translation

BG 11.2: ହେ କମଳ ଲୋଚନ! ମୁଁ ଆପଣଙ୍କଠାରୁ ବିସ୍ତୃତ ଭାବେ ସମସ୍ତ ଜୀବଙ୍କର ଆବିର୍ଭାବ ଏବଂ ତିରୋଭାବ ବିଷୟରେ ଏବଂ ତା ସହିତ ଆପଣଙ୍କର ଚିରନ୍ତନ ଐଶ୍ୱର୍ଯ୍ୟ ବିଷୟରେ ଶ୍ରବଣ କଲି ।

Commentary

ଅର୍ଜୁନ ଶ୍ରୀକୃଷ୍ଣଙ୍କ ଐଶ୍ୱର୍ଯ୍ୟର ଯଶୋଗାନ କରିଛନ୍ତି ଏବଂ ସମସ୍ତ ଭୌତିକ ଜଗତର ଆର୍ବିଭାବ ଓ ତିରୋଭାବର କାରଣ ଭାବେ ତାଙ୍କର ସର୍ବୋଚ୍ଚ ସ୍ଥିତିକୁ ସ୍ୱୀକୃତି ଦେଇଛନ୍ତି । ସେ ଶ୍ରୀକୃଷ୍ଣଙ୍କୁ କମଳ ପତ୍ରାକ୍ଷ  ସମ୍ବୋଧନ କରିଛନ୍ତି, ଅର୍ଥାତ୍ ଯାହାର ଚକ୍ଷୁଦ୍ୱୟ ପଦ୍ମଫୁଲ ପରି ବିଶାଳ, କୋମଳ, ସୁନ୍ଦର, ନମନୀୟ ଏବଂ ଉଦାର ଗୁଣଯୁକ୍ତ ଅଟେ ।

ଉପରୋକ୍ତ ଶ୍ଲୋକରେ ଅର୍ଜୁନ ଏହା କହିବାକୁ ଇଚ୍ଛା କରୁଛନ୍ତି, “ହେ ଶ୍ରୀକୃଷ୍ଣ, ମୁଁ ଆପଣଙ୍କ ଠାରୁ ଆପଣଙ୍କର ଅକ୍ଷୁର୍ଣ୍ଣ ଯଶସ୍ୱୀ ବିଭୂତି ସବୁ ଶୁଣିଲି । ଯଦିଓ ଆପଣ ସମସ୍ତଙ୍କ ମଧ୍ୟରେ ନିବାସ କରନ୍ତି, ଆପଣ ସେମାନଙ୍କର ଅବଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଯଦିଓ ଆପଣ ପରମ ନିର୍ଣ୍ଣାୟକ ଅଟନ୍ତି, ତଥାପି ଆପଣ ଅକର୍ତ୍ତା ଅଟନ୍ତି ଏବଂ ଆମ୍ଭ ମାନଙ୍କର କର୍ମ ପାଇଁ ଦାୟୀ ନୁହନ୍ତି । ଯଦିଓ ଆପଣ ଆମ୍ଭମାନଙ୍କର କର୍ମର ଫଳ ଦିଅନ୍ତି କିନ୍ତୁ ଆପଣ ସମସ୍ତଙ୍କ ପାଇଁ ନିରପେକ୍ଷ ଏବଂ ସମାନ ଅଟନ୍ତି । ଆପଣ ସର୍ବସାକ୍ଷୀ ଅଟନ୍ତି ଏବଂ ଆମର କର୍ମଫଳ ପ୍ରଦାୟକ ଅଟନ୍ତି । ତେଣୁ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଅଛି ଯେ ଆପଣ ସମସ୍ତ ପ୍ରାଣୀଙ୍କର ଉପାସ୍ୟ ଅଟନ୍ତି ।