Bhagavad Gita: Chapter 11, Verse 21

ଅମୀ ହି ତ୍ୱାଂ ସୁରସଙ୍ଗା ବିଶନ୍ତି
କେଚିଦ୍‌ଭୀତାଃ ପ୍ରାଞ୍ଜଳୟୋ ଗୃଣନ୍ତି ।
ସ୍ୱସ୍ତିତ୍ୟୁକ୍ତ୍ୱା ମହର୍ଷିସିଦ୍ଧସଂଘାଃ
ସ୍ତୁବନ୍ତି ତ୍ୱାଂ ସ୍ତୁତିଭିଃ ପୁଷ୍କଳାଭିଃ ।।୨୧।।

ଅମୀ - ଏମାନେ; ହି - ନିଶ୍ଚିତରୂପେ, ତ୍ୱାଂ - ଆପଣଙ୍କଠାରେ; ସୁରସଙ୍ଘାଃ - ଦେବଗଣ; ବିଶନ୍ତି - ପ୍ରବେଶ କରନ୍ତି; କେଚିତ୍‌- କେତେକ; ଭୀତାଃ - ଭୟରେ; ପ୍ରାଞ୍ଜଳୟଃ -ଯୋଡ଼ ହସ୍ତରେ; ଗୁଣନ୍ତି - ସ୍ତୁତି କରନ୍ତି; ସ୍ୱସ୍ତି- ପବିତ୍ର; ଇତି - ଏହିପରି; ଉକ୍ତ୍ୱା - କହି; ମହର୍ଷି - ମହର୍ଷିଗଣ; ସିଦ୍ଧସଂଘାଃ - ସିଦ୍ଧ ପୁରୁଷଗଣ; ସ୍ତୁବନ୍ତି - ଯଶୋଗାନ କରୁଛନ୍ତି; ତ୍ୱାଂ - ଆପଣଙ୍କର;ସ୍ତୁତିଭିଃ - ପ୍ରାର୍ଥନା ସହିତ; ପୁଷ୍କଳାଭିଃ - ବୈଦିକ ମନ୍ତ୍ର ଦ୍ୱାରା ।

Translation

BG 11.21: ସ୍ୱର୍ଗର ସମସ୍ତ ଦେବତାଗଣ ଆପଣଙ୍କର ଆଶ୍ରୟ ଗ୍ରହଣ କରିବା ପାଇଁ ଆପଣଙ୍କ ମଧ୍ୟରେ ପ୍ରବେଶ କରୁଛନ୍ତି । ବିସ୍ମୟାଭିଭୂତ ହୋଇ, ସେମାନଙ୍କ ମଧ୍ୟରୁ କେତେଜଣ କରଯୋଡ଼ି ଆପଣଙ୍କର ସ୍ତୁତିଗାନ କରୁଛନ୍ତି । ମହାନ ମୁନିଋଷିଗଣ ଏବଂ ସିଦ୍ଧ ମହାପୁରୁଷଗଣ ପବିତ୍ର ମନ୍ତ୍ର ଏବଂ ପ୍ରାର୍ଥନା ଦ୍ୱାରା ଆପଣଙ୍କର ଯଶଗାନ କରୁଛନ୍ତି ।

Commentary

ଅର୍ଜୁନ ଏଠାରେ, ଶ୍ରୀକୃଷ୍ଣଙ୍କ କାଳରୂପର ଦର୍ଶନ କରୁଛନ୍ତି, ଅର୍ଥାତ୍ ତାଙ୍କର ସର୍ବଗ୍ରାସୀ କାଳ ସ୍ୱରୂପ । କାଳର କରାଳ ପ୍ରବାହ, ସ୍ୱର୍ଗର ଦେବତାମାନଙ୍କ ପରି ବଡ ବଡ ବିଭୂତିମାନଙ୍କୁ ମଧ୍ୟ ନିଜର କବଳିତ କରି ନେଇଥାଏ । ଅର୍ଜୁନ ଦେଖୁଛନ୍ତି, ସେମାନେ ବିନୟତା ପୂର୍ବକ  ଯୋଡ଼ହସ୍ତରେ ଭଗବାନଙ୍କର ବିଶ୍ୱରୂପ ମଧ୍ୟକୁ ପ୍ରବେଶ କରୁଛନ୍ତି । ସେହି ସମୟରେ ସେ ଦେଖୁଛନ୍ତି ଯେ ମୁନିଋଷିଗଣ ଏବଂ ସିଦ୍ଧ ମହାତ୍ମାମାନେ ମଧ୍ୟ ସେମାନଙ୍କର ଚିନ୍ତନ, ବାଣୀ ଏବଂ କାର୍ଯ୍ୟଦ୍ୱାରା ଭଗବାନଙ୍କର ପ୍ରଶଂସା ଗାନ କରୁଛନ୍ତି ।