Bhagavad Gita: Chapter 11, Verse 22

ରୁଦ୍ରାଦିତ୍ୟା ବସବୋ ଯେ ଚ ସାଧ୍ୟା
ବିଶ୍ୱେଽଶ୍ୱିନୌ ମରୁତଶ୍ଚୋଷ୍ମପାଶ୍ଚ ।
ଗନ୍ଧର୍ବଯକ୍ଷାସୁରସିଦ୍ଧସଂଘା
ବୀକ୍ଷନ୍ତେ ତ୍ୱାଂ ବିସ୍ମିତାଶ୍ଚୈବ ସର୍ବେ । ।।୨୨।।

ରୁଦ୍ର - ଭଗବାନ ଶିବଙ୍କର ଏକ ରୂପ; ଆଦିତ୍ୟଃ - ଆଦିତ୍ୟଗଣ; ବସବଃ - ବସୁଗଣ; ଯେ - ଏମାନେ; ଚ - ଏବଂ; ସାଧ୍ୟାଃ - ସାଧ୍ୟଗଣ; ବିଶ୍ୱେ - ବିଶ୍ୱଦେବଗଣ; ଅଶ୍ୱିନୌ - ଅଶ୍ୱିନୀ କୁମାରଦ୍ୱୟ; ମରୁତଃ - ମରୁତଗଣ; ଚ - ଏବଂ; ଉଷ୍ମପାଃ - ପିତୃପୁରୁଷଗଣ; ଚ- ଏବଂ ଗନ୍ଧର୍ବ - ଗନ୍ଧର୍ବଗଣ; ଯକ୍ଷ -ଯକ୍ଷଗଣ; ଅସୁର- ଅସୁରଗଣ; ସିଦ୍ଧ ସଂଘାଃ - ସିଦ୍ଧଗଣ; ବୀକ୍ଷନ୍ତେ - ଦେଖୁଛନ୍ତି; ତ୍ୱାଂ - ଆପଣଙ୍କୁ, ବିସ୍ମିତାଃ - ଆଶ୍ଚର୍ଯ୍ୟହୋଇ; ଚ - ଏବଂ; ଏବ - ନିଶ୍ଚିତରୂପେ; ସର୍ବେ - ସମସ୍ତେ ।

Translation

BG 11.22: ରୁଦ୍ରଗଣ, ଆଦିତ୍ୟଗଣ, ବସୁଗଣ, ସଧ୍ୟାଗଣ, ବିଶ୍ୱଦେବଗଣ, ଅଶ୍ୱିନି କୁମାର ଦ୍ୱୟ, ମରୁତଗଣ, ପୂର୍ବଜଗଣ, ଗର୍ଦ୍ଧବଗଣ, ଯକ୍ଷଗଣ, ଅସୁରଗଣ ଏବଂ ସିଦ୍ଧଗଣ ସମସ୍ତେ ବିସ୍ମିତ ହୋଇ ଆପଣଙ୍କର ଅବଲୋକନ କରୁଛନ୍ତି ।

Commentary

ଏହି ସବୁ ବ୍ୟକ୍ତିତ୍ୱ ସେମାନଙ୍କର ପଦବୀ ଭଗବାନଙ୍କ ଶକ୍ତିଦ୍ୱାରା ପ୍ରାପ୍ତ କରିଥାନ୍ତି ଏବଂ ସୃଷ୍ଟିର ନିୟମ ଅନୁସାରେ ମର୍ଯ୍ୟାଦାର ସହିତ ତାଙ୍କର କାର୍ଯ୍ୟ  ନିର୍ବାହ କରିଥାନ୍ତି । ସୁତରାଂ, ସେମାନେ ସମସ୍ତେ ମଧ୍ୟ ଭଗବାନଙ୍କର ବିଶ୍ୱରୂପକୁ ବିସ୍ମିତ ହୋଇ ଅବଲୋକନ କରୁଛନ୍ତି ।