Bhagavad Gita: Chapter 11, Verse 25

ଦଂଷ୍ଟ୍ରାକରାଳାନି ଚ ତେ ମୁଖାନି
ଦୃଷ୍‌ଟ୍ୱୈବ କାଳାନଳସନ୍ନିଭାନି ।
ଦିଶୋ ନ ଜାନେ ନ ଲଭେ ଚ ଶର୍ମ
ପ୍ରସୀଦ ଦେବେଶ ଜଗନ୍ନିବାସ । ।।୨୫।।

ଦଂଷ୍ଟ୍ରା- ଦାନ୍ତ; କରାଳାନି - ଭୟଙ୍କର; ଚ - ଏବଂ; ତେ -ଆପଣଙ୍କର; ମୁଖାନି - ମୁଖସବୁ; ଦୃଷ୍ଟ୍ୱା - ଦେଖି; ଏବ- ନିଶ୍ଚିତରୂପେ; କାଳାନଳ - ପ୍ରଳୟ ଅଗ୍ନି; ସନ୍ନିଭାନି - ସଦୃଶ; ଦିଶଃ - ଦିଗସବୁ; ନ ଜାନେ - ଜାଣେ ନାହିଁ; ନ ଲଭେ - ଲାଭ କରିପାରେ ନାହିଁ; ଚ ଶର୍ମ - ଏବଂ ଶାନ୍ତି; ପ୍ରସୀଦ - ସନ୍ତୁଷ୍ଟ ହୁଅନ୍ତି; ଦେବେଶ - ହେ ଦେବତା ମାନଙ୍କର ଈଶ; ଜଗତ୍‌-ନିବାସ- ଜଗତର ଆଶ୍ରୟସ୍ଥଳ ।

Translation

BG 11.25: ପ୍ରଳୟ କାଳର ଦାବାନଳ ସଦୃଶ, ଆପଣଙ୍କର ଭୟଙ୍କର ଦନ୍ତପଂକ୍ତିଯୁକ୍ତ ମୁହଁକୁ ଦେଖି, ମୁଁ କେଉଁଠି ଅଛି ତାହା ଭୁଲିଯାଉଛି ଏବଂ କେଉଁଠିକି ଯିବି ତାହା ବି ଜାଣିପାରୁନି । ହେ ଈଶ୍ୱରଙ୍କ ଈଶ୍ୱର, ଆପଣ ବିଶ୍ୱର ଆଶ୍ରୟ ଅଟନ୍ତି; ଦୟାକରି ମୋତେ କୃପା କରନ୍ତୁ ।

Commentary

ଅର୍ଜୁନ ଯେଉଁ ବିଶ୍ୱରୂପର ଦର୍ଶନ କରୁଛନ୍ତି, ତାହା ଭଗବାନଙ୍କର ଅନ୍ୟ ଏକ ସ୍ୱରୂପ ଅଟେ ଏବଂ ତାହା ତାଙ୍କଠାରୁ ପୃଥକ ନୁହେଁ । ତଥାପି ସେହି ଦୃଶ୍ୟ, ପୂର୍ବରୁ ଅର୍ଜୁନଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ସାଖ୍ୟଭାବର ରସକୁ ଶୁଷ୍କ କରିଦେଲା ଏବଂ ତାଙ୍କ ମନରେ ଭୟ ଉଦ୍ରେକ କଲା । ଭଗବାନଙ୍କର ଅନେକ ବିସ୍ମୟରେ ଭରା ଆଶ୍ଚର୍ଯ୍ୟଜନକ ଭାବେ ଭୟଙ୍କର ରୂପକୁ ଦେଖି, ଅର୍ଜୁନ ବର୍ତ୍ତମାନ ଭୟଭୀତ ହୋଇପଡ଼ିଛନ୍ତି ଏବଂ ଏପରି ମନେ କରୁଛନ୍ତି ଯେ ଶ୍ରୀକୃଷ୍ଣ ତାଙ୍କ ପ୍ରତି କ୍ରୋଧିତ ଅଟନ୍ତି । ତେଣୁ ସେ ତାଙ୍କର କୃପାଭିକ୍ଷା କରୁଛନ୍ତି ।