Bhagavad Gita: Chapter 11, Verse 28-29

ଯଥା ନଦୀନାଂ ବହବୋଽମ୍ବୁବେଗାଃ
ସମୁଦ୍ରମେବାଭିମୁଖା ଦ୍ରବନ୍ତି ।
ତଥା ତବାମୀ ନରଲୋକବୀରା
ବିଶନ୍ତି ବକ୍ତ୍ରାଣ୍ୟଭିବିଜ୍ୱଳନ୍ତି ।।୨୮।।
ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା
ବିଶନ୍ତି ନାଶାୟ ସମୃଦ୍ଧବେଗାଃ ।
ତଥୈବ ନାଶାୟ ବିଶନ୍ତି ଲୋକା-
ସ୍ତବାପି ବକ୍ତ୍ରାଣି ସମୃଦ୍ଧବେଗାଃ ।।୨୯।।

ଯଥା - ଯେପରି, ନଦୀନାଂ - ନଦୀମାନେ; ବହବଃ - ଅନେକ; ଅମ୍ବୁ-ବେଗାଃ - ଜଳ-ତରଙ୍ଗ; ସମୁଦ୍ରମ୍ - ସମୁଦ୍ର; ଏବ - ନିଶ୍ଚିତଭାବେ; ଅଭିମୁଖାଃ - ଅଭିମୁଖରେ; ଦ୍ରବନ୍ତି - ପ୍ରବାହିତ ହେଉଛନ୍ତି; ତଥା - ସେହିପରି; ତବ-ଆପଣଙ୍କର; ଅମୀ - ଏହିସବୁ; ନରଲୋକବୀରା - ମନୁଷ୍ୟ ଲୋକର ରାଜା; ବିଶନ୍ତି - ପ୍ରବେଶ କରୁଛନ୍ତି; ବକ୍ତ୍ରାଣି - ମୁଖ ମଧ୍ୟକୁ; ଅଭିବିଜ୍ୱଳନ୍ତି - ପ୍ରଜ୍ୱଳିତ; ଯଥା-ଯେପରି; ପ୍ରଦୀପ୍ତଂ - ପ୍ରଦୀପ୍ତ; ଜ୍ୱଳନଂ- ଅଗ୍ନି; ପତଙ୍ଗା - ପତଙ୍ଗମାନେ; ବିଶନ୍ତି -ପ୍ରବେଶ କରନ୍ତି; ନାଶାୟ - ବିନାଶ ହେବାକୁ; ସମୃଦ୍ଧ-ପୂର୍ଣ୍ଣ; ବେଗାଃ - ବେଗ; ତଥା ଏବ - ସେହିପରି; ନାଶାୟ - ବିନାଶ ହେବାକୁ; ବିଶନ୍ତି - ପ୍ରବେଶ କରନ୍ତି; ଲୋକାଃ - ଲୋକମାନେ; ତବ- ଆପଣଙ୍କର; ଅପି -ମଧ୍ୟ; ବକ୍ତ୍ରାଣି - ମୁଖମଧ୍ୟରେ; ସମୃଦ୍ଧବେଗାଃ - ପୂର୍ଣ୍ଣ ବେଗରେ ।

Translation

BG 11.28-29: ନଦୀର ତରଙ୍ଗମାନେ କ୍ଷୀପ୍ର ଗତିରେ ସାଗର ଅଭିମୁଖେ ପ୍ରବାହିତ ହେଲା ପରି, ଏହି ସମସ୍ତ ବିଖ୍ୟାତ ଯୋଦ୍ଧାଗଣ ଆପଣଙ୍କ ଜ୍ୱଳନ୍ତ ମୁଖ ମଧ୍ୟକୁ ପ୍ରବେଶ କରୁଛନ୍ତି । ଯେପରି ପତଙ୍ଗମାନେ ତୀବ୍ରଗତିରେ ଅଗ୍ନି ମଧ୍ୟକୁ ଝାସ ଦେଇ ମୃତ୍ୟୁବରଣ କରନ୍ତି, ସେହିପରି ଏହି ସୈନ୍ୟବାହିନୀ ଆପଣଙ୍କ ମୁଖ ମଧ୍ୟକୁ ତୀବ୍ର ଗତିରେ ପ୍ରବେଶ କରୁଛନ୍ତି ।

Commentary

ଅନେକ ବିଖ୍ୟାତ ରାଜା ଏବଂ ଯୋଦ୍ଧାଗଣ, ତାଙ୍କର କର୍ତ୍ତବ୍ୟ ଦୃଷ୍ଟିରୁ ଦୁଇ ପକ୍ଷରୁ ଯୁଦ୍ଧ କରି, ରଣକ୍ଷେତ୍ରରେ ତାଙ୍କର ପ୍ରାଣତ୍ୟାଗ କରିଥିଲେ । ଅର୍ଜୁନ ଏହାକୁ, ନଦୀର ତରଙ୍ଗ ସବୁ ସ୍ୱେଚ୍ଛାପୂର୍ବକ ସାଗରରେ ମିଶିବା ସହିତ ତୁଳନା କରିଛନ୍ତି । ଏପରି ଅନେକ ବ୍ୟକ୍ତି ମଧ୍ୟ ଥିଲେ ଯେଉଁମାନେ ଲୋଭ ଓ ନିଜ ସ୍ୱାର୍ଥ ଦୃଷ୍ଟିରୁ ଯୁଦ୍ଧ କରୁଥିଲେ । ଅର୍ଜୁନ ଏହାକୁ ଅଜ୍ଞାନତା ବଶତଃ ପତଙ୍ଗମାନେ ଦାହକ ଅଗ୍ନି ପ୍ରତି ଆକୃଷ୍ଟ ହେବା ସହିତ ତୁଳନା କରୁଛନ୍ତି । କିନ୍ତୁ ଉଭୟ କ୍ଷେତ୍ରରେ ସେମାନେ ତାଙ୍କର ଆସନ୍ନ ମୃତ୍ୟୁ ଦିଗରେ ଧାବମାନ ହେଉଛନ୍ତି ।