Bhagavad Gita: Chapter 11, Verse 51

ଅର୍ଜୁନ ଉବାଚ
ଦୃଷ୍ଟେ୍ୱଦଂ ମାନୁଷଂ ରୂପଂ ତବ ସୌମ୍ୟଂ ଜନାର୍ଦନ ।
ଇଦାନୀମସ୍ମି ସଂବତ୍ତଃ ସଚେତାଃ ପ୍ରକୃତିଂ ଗତଃ ।।୫୧।।

ଅର୍ଜୁନଃ ଉବାଚ- ଅର୍ଜୁନ କହିଲେ; ଦୃଷ୍ଟ୍ୱା- ଦେଖି; ଇଦଂ-ଏହି; ମାନୁଷଂ-ମନୁଷ୍ୟ; ରୂପଂ-ରୂପ; ତବ-ଆପଣଙ୍କର; ସୌମ୍ୟଂ- ଅତିସୁନ୍ଦର; ଜନାର୍ଦନ-ହେ ଶତ୍ରୁ ଦମନକାରୀ; ଇଦାନୀଂ-ବର୍ତ୍ତମାନ; ଅସ୍ମି- ମୁଁ ଅଟେ; ସଂବତ୍ତଃ-ସ୍ଥିର; ସଚେତାଃ-ମୋ ମନରେ; ପ୍ରକୃତିଂ-ସାଧାରଣ ସ୍ଥିତିକୁ; ଗତଃ- ପ୍ରାପ୍ତ ହେଲି ।

Translation

BG 11.51: ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ ! ଆପଣଙ୍କର ମଧୁର ମନୁଷ୍ୟ ରୂପ (ଦୁଇ ହସ୍ତଯୁକ୍ତ) ଦେଖି, ମୁଁ ମୋର ମାନସିକ ଶାନ୍ତି ଫେରି ପାଇଛି ଏବଂ ମୋ ମନ ସାଧାରଣ ସ୍ଥିତିକୁ ଆସିଯାଇଛି ।

Commentary

ଶ୍ରୀକୃଷ୍ଣଙ୍କର ଦୁଇ ଭୁଜ ବିଶିଷ୍ଟ ସୁନ୍ଦର ରୂପକୁ ଦେଖି, ଅର୍ଜୁନଙ୍କର ସଖ୍ୟଭାବର ମନୋଭାବ ପୁନଃ ଦୃଢ଼ୀଭୂତ ଏବଂ ବର୍ଦ୍ଧିତ ହେଲା । ଅର୍ଜୁନ କହୁଛନ୍ତି ଯେ ସେ ମାନସିକ ଶାନ୍ତି ଫେରିପାଇଛନ୍ତି ଏବଂ ତାଙ୍କର ସ୍ଥିତି ସାଧାରଣ ହୋଇଯାଇଛି । ପାଣ୍ଡବମାନଙ୍କ ସହିତ ଶ୍ରୀକୃଷ୍ଣଙ୍କର ଲୀଳାକୁ ଦେଖି, ଦେବର୍ଷି ନାରଦ, ଅର୍ଜୁନଙ୍କର ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିରଙ୍କୁ କହିଥିଲେ: ଗୂଢ଼ଂ ପରଂ ବ୍ରହ୍ମ ମନୁଷ୍ୟ ଲିଙ୍ଗମ୍ (ଭାଗବତମ୍ ୭.୧୫.୭୫) “ଶ୍ରୀକୃଷ୍ଣ ଆପଣଙ୍କ ଗୃହରେ ଆପଣମାନଙ୍କ ସହିତ ଜଣେ ଭାଇପରି ବାସ କରୁଛନ୍ତି ।” ଅତଏବ, ଅର୍ଜୁନ ଭଗବାନଙ୍କ ସହିତ ଜଣେ ଭାଇ ଓ ସଖା ଭାବରେ ମିଳାମିଶା କରିବାରେ ଅଭ୍ୟସ୍ତ ଥିଲେ ।