Bhagavad Gita: Chapter 11, Verse 9

ସଞ୍ଜୟ ଉବାଚ
ଏବମୁକ୍ତ୍ୱା ତତୋ ରାଜନ୍‌ମହାଯୋଗେଶ୍ୱରୋ ହରିଃ ।
ଦର୍ଶୟାମାସ ପାର୍ଥାୟ ପରମଂ ରୂପମୈଶ୍ୱରମ୍ ।।୯।।

ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ଏବଂ - ଏହିପରି; ଉକ୍ତ୍ୱା - କହି; ତତଃ - ତତ୍ପରେ; ରାଜନ୍ - ହେ ରାଜନ୍‌!; ମହାଯୋଗେଶ୍ୱରଃ - ପରମ ଯୋଗୀ; ହରିଃ - ଶ୍ରୀକୃଷ୍ଣ; ଦର୍ଶୟାମାସ - ଦେଖାଇଲେ; ପାର୍ଥାୟ - ଅର୍ଜୁନଙ୍କୁ; ପରମଂ - ଦିବ୍ୟ; ରୂପମ୍ - ରୂପ; ଐଶ୍ୱରମ୍ - ଐଶ୍ୱର୍ଯ୍ୟ ।

Translation

BG 11.9: ସଞ୍ଜୟ କହିଲେ, ହେ ରାଜନ୍‌! ଏପରି କହି ମହାଯୋଗୀଶ୍ୱର ଶ୍ରୀକୃଷ୍ଣ ତାଙ୍କର ଦିବ୍ୟ ଐଶ୍ୱର୍ଯ୍ୟମୟ ସ୍ୱରୂପ ଅର୍ଜୁନଙ୍କୁ ଦେଖାଇଲେ ।

Commentary

ଶ୍ଲୋକ ୧୧:୪ରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ‘ଯୋଗେଶ୍ୱର’ ଭାବରେ  ସମ୍ବୋଧନ କରିଛନ୍ତି । ବର୍ତ୍ତମାନ ସଞ୍ଜୟ, ତା’ ସହିତ ଶ୍ରେଷ୍ଠତାସୂଚକ  ‘ମହାନ’ ଶବ୍ଦ ଯୋଗ କରି, ତାଙ୍କୁ “ମହାଯୋଗୀଶ୍ୱର” ଭାବରେ ସମ୍ବୋଧନ କରୁଛନ୍ତି । ବେଦବ୍ୟାସ ସଞ୍ଜୟଙ୍କୁ ଦୂରଦୃଷ୍ଟିର ବରଦାନ ଦେଇଥିଲେ । ତେଣୁ ସେ ମଧ୍ୟ, ଅର୍ଜୁନଙ୍କ ପରି, ଭଗବାନଙ୍କ ବିଶ୍ୱରୂପର ଦର୍ଶନ କରିଥିଲେ । ପରବର୍ତ୍ତୀ ଚାରିଗୋଟି ଶ୍ଲୋକରେ, ସେ ଅର୍ଜୁନ ଦର୍ଶନ କରୁଥିବା ଦୃଶ୍ୟର ବର୍ଣ୍ଣନା ଧୃତରାଷ୍ଟ୍ରଙ୍କ ସମ୍ମୁଖରେ କରୁଛନ୍ତି । ଐଶ୍ୱର୍ଯ୍ୟ ଶବ୍ଦର ଅର୍ଥ ‘ଗରିମାମୟ’ । ଭଗବାନଙ୍କର ବିଶ୍ୱରୂପ ତାଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶରେ ପରିପୂର୍ଣ୍ଣ, ଯାହା ଦର୍ଶକ ମନରେ ଭୟ, ବିସ୍ମୟ ଏବଂ ଭକ୍ତି ଉତ୍ପନ୍ନ କରିଥାଏ ।