Bhagavad Gita: Chapter 13, Verse 4

ତତ୍ କ୍ଷେତ୍ରଂ ଯଚ୍ଚ ଯାଦୃକ୍‌ଚ ଯଦ୍‌ବିକାରି ଯତଶ୍ଚ ଯତ୍ ।
ସ ଚ ଯୋ ଯତ୍‌ପ୍ରଭାବଶ୍ଚ ତତ୍‌ସମାସେନ ମେ ଶୃଣୁ ।।୪।।

ତତ୍ - ତାହା; କ୍ଷେତ୍ରଂ -କ୍ଷେତ୍ର (କର୍ମକ୍ଷେତ୍ର); ଯତ୍ -ଯାହା, ଚ -ଏବଂ; ଯାଦୃକ୍ -ଏହାର ସ୍ୱଭାବ; ଚ-ଏବଂ; ଯତ୍‌-ବିକାରି -ଏଥିରେ କିପରି ପରିବର୍ତ୍ତନ ହୁଏ; ଯତଃ -କେଉଁଠାରୁ; ଚ-ମଧ୍ୟ;ଯତ୍ -କ’ଣ;ସ- ସେ;ଚ- ମଧ୍ୟ; ଯଃ -କିଏ; ଯତ୍‌-ପ୍ରଭାବଃ -ତାଙ୍କର ଶକ୍ତି କ’ଣ;ଚ -ଏବଂ; ତତ୍‌-ତାହା; ସମାସେନ- ସାରାଂଶ ଭାବରେ; ମେ-ମୋ’ଠାରୁ; ଶୃଣୁ -ବୁଝ ।

Translation

BG 13.4: ସାବଧାନ ହୋଇ ଶୁଣ, ସେହି କ୍ଷେତ୍ର କ’ଣ ଏବଂ ତାର ସ୍ୱଭାବ କ’ଣ, ସେ ବିଷୟରେ ମୁଁ ତୁମକୁ କହିବାକୁ ଯାଉଛି । ଏହା ମଧ୍ୟରେ ପରିବର୍ତ୍ତନ କିପରି ହୁଏ, ଏହାର ଉତ୍ପତ୍ତି କେଉଁଠୁ ହୋଇଛି, କର୍ମ କ୍ଷେତ୍ରର ଜ୍ଞାତା କିଏ ଏବଂ ତାଙ୍କର ଶକ୍ତି ସବୁ କ’ଣ - ମୁଁ ଏହି ସବୁ ବିଷୟରେ ମଧ୍ୟ ବର୍ଣ୍ଣନା କରିବି ।

Commentary

ବର୍ତ୍ତମାନ ଶ୍ରୀକୃଷ୍ଣ ନିଜେ ଅନେକ ପ୍ରଶ୍ନ ଉପସ୍ଥାପନ କରିଛନ୍ତି ଏବଂ ଅର୍ଜୁନଙ୍କୁ ସବାଧାନତା ପୂର୍ବକ ଏହାର ଉତ୍ତର ଶୁଣିବାକୁ କହୁଛନ୍ତି ।