Bhagavad Gita: Chapter 14, Verse 8

ତମସ୍ତ୍ୱଜ୍ଞାନଜଂ ବିଦ୍ଧି ମୋହନଂ ସର୍ବଦେହିନାମ୍ ।
ପ୍ରମାଦାଲସ୍ୟନିଦ୍ରାଭିସ୍ତନ୍ନିବଧ୍ନାତି ଭାରତ ।।୮।।

ତମଃ- ତମଗୁଣ; ତୁ-କିନ୍ତୁ; ଅଜ୍ଞାନଜଂ-ଅଜ୍ଞାନତାରୁ ଜାତ; ବିଦ୍ଧି- ଜାଣ; ମୋହନଂ-ଭ୍ରମ; ସର୍ବଦେହିନାମ୍ -ସମସ୍ତ ଦେହଧାରୀଙ୍କ ପାଇଁ; ପ୍ରମାଦ- ଅବହେଳା; ଆଳସ୍ୟ -ଆଳସ୍ୟ; ନିଦ୍ରାଭିଃ-ନିଦ୍ରା; ତତ୍‌-ତାହା; ନିବଧ୍ନତି- ବାନ୍ଧେ; ଭାରତ- ହେ ଭରତ ପୁତ୍ର !

Translation

BG 14.8: ହେ ଅର୍ଜୁନ ! ତମଗୁଣ ଅଜ୍ଞାନତାରୁ ଜାତ, ଯାହା ଶରୀରସ୍ଥ ଆତ୍ମା ପାଇଁ ଭ୍ରମର କାରଣ ହୋଇଥାଏ । ଏହା ଅବହେଳା, ଆଳସ୍ୟ ଏବଂ ନିଦ୍ରା ଦ୍ୱାରା ପ୍ରାଣୀମାନଙ୍କୁ ମୋହିତ କରେ ।

Commentary

ତମୋଗୁଣ ସତ୍ତ୍ୱଗୁଣର ବିରୋଧୀ ଅଟେ । ଏହାଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ, ନିଦ୍ରା, ଆଳସ୍ୟ, ମାଦକ ଦ୍ରବ୍ୟ ସେବନ, ହିଂସା ଏବଂ ଜୁଆ ଇତ୍ୟାଦିରୁ ଆନନ୍ଦ ପାଇଥାନ୍ତି । ସେମାନେ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ କରିବାର ବିଚାର ଶକ୍ତି ହରାଇ ବସନ୍ତି । ନିଜ ଇଚ୍ଛା ପୂରଣ ପାଇଁ ସେମାନେ କୌଣସି ଅନୈତିକ କାର୍ଯ୍ୟ କରିବାକୁ ଦ୍ୱିଧାବୋଧ କରନ୍ତି ନାହିଁ । ନିଜ କର୍ତ୍ତବ୍ୟ ନିର୍ବାହ କରିବା ତାଙ୍କୁ ବୋଝ ସଦୃଶ ପ୍ରତୀତ ହୁଏ, ସେମାନେ ସେଥିରେ ଅବହେଳା ପ୍ରଦର୍ଶନ କରନ୍ତି ଏବଂ ଆଳସ୍ୟ ଓ ନିଦ୍ରା ପ୍ରତି ଆଗ୍ରହୀ ହୁଅନ୍ତି । ଏହିପରି ଭାବରେ ଅଜ୍ଞାନତା  ଜୀବକୁ ଅଜ୍ଞାନ ଅନ୍ଧକାରର ଗଭୀରକୁ ନେଇଯାଏ । ନିଜର ଆଧ୍ୟାତ୍ମିକ ପରିଚୟ, ଜୀବନର ଲକ୍ଷ୍ୟ ଏବଂ ମାନବ ଶରୀରରେ ପ୍ରାପ୍ତ ହୋଉଥିବା ଆଧ୍ୟାତ୍ମିକ ଉନ୍ନତିର ସୁଯୋଗ ଇତ୍ୟାଦି ବିଷୟର ପୂର୍ଣ୍ଣ ବିସ୍ମୃତି ହୋଇଯାଏ ।