ତସ୍ମାଚ୍ଛାସ୍ତ୍ରଂ ପ୍ରମାଣଂ ତେ କାର୍ଯ୍ୟାକାର୍ଯ୍ୟବ୍ୟବସ୍ଥିତୌ ।
ଜ୍ଞାତ୍ୱା ଶାସ୍ତ୍ରବିଧାନୋକ୍ତଂ କର୍ମ କର୍ତୁମିହାର୍ହସି ।।୨୪।।
ତସ୍ମାତ୍- ତେଣୁ; ଶାସ୍ତ୍ରଂ -ଶାସ୍ତ୍ର; ପ୍ରମାଣଂ-ପ୍ରମାଣ; ତେ-ତୁମର; କାର୍ଯ୍ୟ- କର୍ତ୍ତବ୍ୟ; ଅକାର୍ଯ୍ୟ -ନିଷିଦ୍ଧ କର୍ମ; ବ୍ୟବସ୍ଥିତୌ -ସ୍ଥିର କରି; ଜ୍ଞାତ୍ୱା- ଜାଣି; ଶାସ୍ତ୍ର-ଶାସ୍ତ୍ରର; ବିଧାନ- ବିଧିବିଧାନ; ଉକ୍ତଂ -ଯେପରି କୁହାଯାଇଛି; କର୍ମ -କାର୍ଯ୍ୟ; କର୍ତୁଂ - କରିବାକୁ; ଇହ - ଇହଲୋକରେ; ଅର୍ହସି- ତୁମେ କରିବା ଉଚିତ୍ ।
BG 16.24: ଅତଏବ, କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ, ତାହା ନିର୍ଣ୍ଣୟ କରିବା ପାଇଁ ଶାସ୍ତ୍ରମାନଙ୍କର ପ୍ରାଧିକରଣକୁ ସ୍ୱୀକାର କର । ଶାସ୍ତ୍ରର ନିୟମ ଏବଂ ନିର୍ଦ୍ଦେଶକୁ ବୁଝି ତଦନୁଯାୟୀ କର୍ମ କର ।
ଶ୍ରୀକୃଷ୍ଣ ବର୍ତ୍ତମାନ ଏହି ଅଧ୍ୟାୟର ଅନ୍ତିମ ନିର୍ଣ୍ଣୟ ଦେଉଛନ୍ତି । ଦିବ୍ୟ ଏବଂ ଆସୁରିକ ଗୁଣଗୁଡ଼ିକର ତୁଳନା କରି, ଆସୁରିକ ଗୁଣ କିପରି ନର୍କଗାମୀ କରାଏ, ତାହା ସେ ପ୍ରମୁଖ ଭାବେ ବର୍ଣ୍ଣନା କଲେ । ଏହିପରି ଭାବରେ, ସେ ସିଦ୍ଧି କଲେ ଯେ ଶାସ୍ତ୍ରବାଣୀକୁ ଅମାନ୍ୟ କରି କିଛି ବି ହାସଲ କରାଯାଇ ପାରିବ ନାହିଁ । ବର୍ତ୍ତମାନ ସେ ଏହି ତଥ୍ୟର ପ୍ରତିପାଦନ କରୁଛନ୍ତି ଯେ, କୌଣସି କର୍ମର ଔଚିତ୍ୟ କିମ୍ବା ଅନୌଚିତ୍ୟ ନିର୍ଣ୍ଣୟ କରିବାର ଅନ୍ତିମ ଅଧିକାରୀ ବେଦଶାସ୍ତ୍ର ଅଟନ୍ତି ।
ଅନେକ ସମୟରେ, ଯେଉଁମାନଙ୍କର ଉଦ୍ଦେଶ୍ୟ ମନ୍ଦ ନୁହେଁ ସେମାନେ ଏପରି କହୁଥିବାର ଶୁଣାଯାଏ, “ମୁଁ ନିୟମ ପ୍ରତି ଗୁରୁତ୍ୱ ଦିଏ ନାହିଁ । ମୁଁ ମୋ ହୃଦୟକୁ ଅନୁସରଣ କରି ମୋର କର୍ମ କରେ ।” ହୃଦୟର ଅନୁସରଣ କରିବା ଭଲ, କିନ୍ତୁ ତାଙ୍କ ହୃଦୟ ତାଙ୍କୁ ଭ୍ରମିତ କରିବ ନାହିଁ, ଏହା ସେ ନିଶ୍ଚିତ ଭାବରେ କହିପାରିବେ କି? ଯେପରି କୁହାଯାଇଥାଏ, “ନର୍କର ମାର୍ଗ ଭଲ ଉଦ୍ଦେଶ୍ୟରେ ତିଆରି କରାଯାଇ ଥାଏ ।” ତେଣୁ ଆମର ହୃଦୟ ଠିକ୍ ମାର୍ଗରେ ଆମକୁ ନେଉଛି କି ନାହିଁ, ତାହା ଶାସ୍ତ୍ରଦ୍ୱାରା ପରୀକ୍ଷା କରିନେବା ବିଜ୍ଞତା ଅଟେ । ମନୁ ସ୍ମୃତି କହେ;
ଭୂତଂ ଭବ୍ୟଂ ଭବିଷ୍ୟଂ ଚ ସର୍ବଂ ବେଦାତ୍ ପ୍ରସିଧ୍ୟତି (୧୨.୯୭)
“ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଯେ କୌଣସି ଆଧ୍ୟାତ୍ମିକ ସିଦ୍ଧାନ୍ତର ପ୍ରାମାଣିକତା କେବଳ ବେଦର ଆଧାରରେ ପ୍ରତିପାଦିତ ହେବା ଆବଶ୍ୟକ । ସୁତରାଂ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶାସ୍ତ୍ରର ନିର୍ଦ୍ଦେଶକୁ ବୁଝି ତଦନୁଯାୟୀ କର୍ମ କରିବାକୁ ଉପଦେଶ ଦେଇ ଏହି ଅଧ୍ୟାୟର ସମାପନ କରିଛନ୍ତି ।
ତସ୍ମାଚ୍ଛାସ୍ତ୍ରଂ ପ୍ରମାଣଂ ତେ କାର୍ଯ୍ୟାକାର୍ଯ୍ୟବ୍ୟବସ୍ଥିତୌ ।
ଜ୍ଞାତ୍ୱା ଶାସ୍ତ୍ରବିଧାନୋକ୍ତଂ କର୍ମ କର୍ତୁମିହାର୍ହସି ।।୨୪।।
ଅତଏବ, କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ, ତାହା ନିର୍ଣ୍ଣୟ କରିବା ପାଇଁ ଶାସ୍ତ୍ରମାନଙ୍କର ପ୍ରାଧିକରଣକୁ ସ୍ୱୀକାର କର । ଶାସ୍ତ୍ରର ନିୟମ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily