ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରାସୁରାଃ ।
ନ ଶୌଚଂ ନାପି ଚାଚାରୋ ନ ସତ୍ୟଂ ତେଷୁ ବିଦ୍ୟତେ ।।୭।।
ପ୍ରବୃତ୍ତିଂ - ଉଚିତ୍ କର୍ମ; ଚ- ଏବଂ; ନିବୃତ୍ତିଂ - ଅନୁଚିତ୍ କର୍ମ; ଚ -ଏବଂ; ଜନାଃ -ଲୋକମାନେ; ନ-ନାହିଁ; ବିଦୁଃ -ଜାଣନ୍ତି; ଆସୁରାଃ -ଅସୁର ସ୍ୱଭାବର ବ୍ୟକ୍ତି; ନ -ନା; ଶୌଚଂ -ଶୁଚି ବା ପବିତ୍ରତା; ନ -ନା; ଅପି -ମଧ୍ୟ; ଚ-ଏବଂ; ଆଚାରଃ -ସଦାଚାର; ନ -ନା; ସତ୍ୟଂ -ସତ୍ୟ; ତେଷୁ - ସେମାନଙ୍କ ଠାରେ; ବିଦ୍ୟତେ- ଥାଏ ।
BG 16.7: କେଉଁ କର୍ମଟି ଉଚିତ ଏବଂ କେଉଁ କର୍ମ ଅନୁଚିତ, ତାହା ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଜାଣିପାରନ୍ତି ନାହିଁ । ତେଣୁ ସେମାନଙ୍କ ଠାରେ ଶୁଦ୍ଧତା, ଉତ୍ତମ ଆଚରଣ କିମ୍ବା ସତ୍ୟବାଦିତା ଆଦି ଗୁଣ ଦେଖାଯାଏ ନାହିଁ ।
ଧର୍ମ କହିଲେ ଜୀବ କଲ୍ୟାଣ ଏବଂ ଅନ୍ତଃକରଣ ଶୁଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଆଚରଣର ନିୟମକୁ ବୁଝାଇଥାଏ । ଅଧର୍ମ କହିଲେ ନିଷିଦ୍ଧ କର୍ମକୁ ବୁଝାଇଥାଏ ଯାହା ପତନର କାରଣ ହୋଇଥାଏ ଏବଂ ସମାଜର ହାନି କରିଥାଏ । ଆସୁରିକ ସ୍ୱଭାବରେ ଶାସ୍ତ୍ର ଜ୍ଞାନ ପ୍ରତି ଶ୍ରଦ୍ଧା ନ ଥାଏ । ସୁତରାଂ, ଯେଉଁମାନଙ୍କର ସ୍ୱଭାବ ଆସୁରିକ, ସେମାନେ ଠିକ୍ ଭୁଲ୍ର ବିଚାର କରିପାରନ୍ତି ନାହିଁ ।
ପାଶ୍ଚାତ୍ୟ ଦର୍ଶନର ଆଧୁନିକ ଆଭିମୁଖ୍ୟ ଏହାର ଏକ ପ୍ରକୃଷ୍ଟ ଉଦାହରଣ ଅଟେ । ପୁନର୍ଜାଗରଣ ପରେ, ଜ୍ଞାନଯୁଗୀୟ, ମାନବବାଦ, ପ୍ରତ୍ୟକ୍ଷବାଦ, ସାମ୍ୟବାଦ, ଅସ୍ତିତ୍ୱବାଦ ଏବଂ ସଂଶୟବାଦ ଆଦି ଅନେକ ଚିନ୍ତାଧାରା ମାଧ୍ୟମରେ ବିକାଶ ଲାଭ କରି ପାଶ୍ଚାତ୍ୟ ଦର୍ଶନ ଆଜି ଯେଉଁ ଯୁଗରେ ପହଞ୍ôଚଛି, ତାହାକୁ “ଉତ୍ତର ଆଧୁନିକବାଦ” ରୂପେ ଆଖ୍ୟାୟୀତ କରାଯାଇଛି । ଆଧୁନିକତାବାଦର ପ୍ରଚଳିତ ଦୃଷ୍ଟିକୋଣ ଅନୁଯାୟୀ କୌଣସି ପୂର୍ଣ୍ଣ ସତ୍ୟ ନାହିଁ । ପୂର୍ଣ୍ଣ ସତ୍ୟର ଅସ୍ତିତ୍ୱକୁ ବହୁ ଲୋକ ପ୍ରତ୍ୟାଖ୍ୟାନ କରନ୍ତି । “ସବୁକିଛି ଆପେକ୍ଷିକ”- ଏହା ଆଧୁନିକବାଦର ସ୍ଲୋଗାନ ଅଟେ । ଅନେକ ସମୟରେ ଆମେ ଏପରି ବାକ୍ୟ ଶୁଣିବାକୁ ପାଇଥାଉ, “ତାହା ତୁମ ପାଇଁ ସତ୍ୟ ହୋଇପାରେ କିନ୍ତୁ ମୋ ପାଇଁ ନୁହେଁ ।” ସତ୍ୟକୁ ଏକ ବ୍ୟକ୍ତିଗତ ଉପଲବ୍ଧି ଭାବରେ ଦେଖାଯାଇଥାଏ, ଯାହା ବ୍ୟକ୍ତିର ବ୍ୟକ୍ତିଗତ ସୀମାରେଖା ବାହାରକୁ ଯାଇପାରିବ ନାହିଁ । ଏହି ମତାମତ ନୀତିଶାସ୍ତ୍ରକୁ ବହୁତ ବେଶୀ ପ୍ରଭାବିତ କରିଥାଏ, ଯାହା ଉଚିତ୍ ଏବଂ ଅନୁଚିତ୍ ବ୍ୟବହାରର ବିବେଚନା କରିଥାଏ । ଯଦି ପୂର୍ଣ୍ଣ ସତ୍ୟ ବୋଲି କିଛି ନାହିଁ, ତେବେ ନୈତିକତା ଦୃଷ୍ଟିରୁ କୌଣସି ବ୍ୟବହାରକୁ ଆମେ ସମସ୍ତଙ୍କ ପାଇଁ ଉଚିତ୍ ବା ଅନୁଚିତ୍ କହିପାରିବା ନାହିଁ । ତେଣୁ ଲୋକେ ଯାହା କହନ୍ତି, “ଏହା ତୁମ ପାଇଁ ଠିକ୍ ହୋଇପାରେ, କିନ୍ତୁ ତା’ର ଅର୍ଥ ନୁହେଁ ଯେ ଏହା ମୋ ପାଇଁ ମଧ୍ୟ ଠିକ୍”- ତାହା ଯୁକ୍ତିସଂଗତ ଅଟେ ।
ଏପରି ଚିନ୍ତାଧାରା ଅନେକଙ୍କୁ ଅତ୍ୟନ୍ତ ଆକର୍ଷଣୀୟ ମନେ ହୋଇପାରେ, କିନ୍ତୁ ତର୍କ ଦୃଷ୍ଟିରୁ ବିଚାର କଲେ, ଏହା ଅତ୍ୟନ୍ତ ଅସଂଗତ ଏବଂ ବିନାଶକାରୀ ସିଦ୍ଧ ହୋଇଥାଏ । ଉଦାହରଣ ସ୍ୱରୂପ, କେହି ଜଣେ ଯଦି ଟ୍ରାଫିକ୍ର ନାଲି ସଙ୍କେତକୁ ଅବଜ୍ଞା କରିବା ଉଚିତ୍ ମନେକରନ୍ତି, ତେବେ ପରିଣାମ କ’ଣ ହେବ? ସେ ହୁଏତ ନିଜ ଜୀବନ ବା ଅନ୍ୟମାନଙ୍କ ଜୀବନ ପାଇଁ ବିପଦ ଡାକି ଆଣିପାରନ୍ତି । ସେହିପରି, ଯଦି କେହି ଜଣେ ନିଜ ଶତ୍ରୁକୁ ମାରିବା ପାଇଁ ଜନଗହଳିପୂର୍ଣ୍ଣ କ୍ଷେତ୍ରରେ ଆତ୍ମଘାତୀ ବମ୍ ବିସ୍ଫୋରଣ କରିବାର ମିଶନ୍କୁ ଉଚିତ୍ ମନେକରନ୍ତି, ତେବେ କ’ଣ ହେବ? ସେ ଯାହା ଉଚିତ୍ ମନେକରନ୍ତି, କୌଣସି ଦୃଷ୍ଟିକୋଣରୁ ତାହା ଉଚିତ୍ କି? ତେଣୁ ପୂର୍ଣ୍ଣ ସତ୍ୟ ବୋଲି ଯଦି କିଛି ନ ଥାନ୍ତା, ତେବେ “ସେ ଏହା କରିବା ଉଚିତ୍”, “ସେ ଏହା କରିବା ଉଚିତ୍ ନୁହେଁ”- ଏପରି ବାକ୍ୟ ଅର୍ଥହୀନ ମନେହୁଅନ୍ତା । ଆପେକ୍ଷିକ ଦୃଷ୍ଟିକୋଣରୁ ଲେକେ ଏପରି କହନ୍ତେ, “ଏହା ତୁମ ପାଇଁ ଠିକ୍ ହୋଇପାରେ, କିନ୍ତୁ ଆମ ପାଇଁ ନୁହେଁ” ଏବଂ ନୈତିକତା ଦୃଷ୍ଟିରୁ ତା’ର ପରିଣତି ଭୟାନକ ହୁଅନ୍ତା ।
ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଉଚିତ୍-ଅନୁଚିତ୍ର ବିବେଚନା କରିପାରନ୍ତି ନାହିଁ । ତେଣୁ ସେମାନଙ୍କ ଚରିତ୍ରରେ ଶୁଦ୍ଧତା, ସତ୍ୟ କିମ୍ବା ଉଚିତ୍ ଆଚରଣ ଦୃଷ୍ଟିଗୋଚର ହୋଇ ନ ଥାଏ । ପରବର୍ତ୍ତୀ ଶ୍ଲୋକରେ ସେ ଏହିପରି ବ୍ୟକ୍ତିଙ୍କର ପ୍ରମୁଖ ଦୃଷ୍ଟିକୋଣ ବିଷୟରେ ବର୍ଣ୍ଣନା କରିଛନ୍ତି ।
ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରାସୁରାଃ ।
ନ ଶୌଚଂ ନାପି ଚାଚାରୋ ନ ସତ୍ୟଂ ତେଷୁ ବିଦ୍ୟତେ ।।୭।।
କେଉଁ କର୍ମଟି ଉଚିତ ଏବଂ କେଉଁ କର୍ମ ଅନୁଚିତ, ତାହା ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଜାଣିପାରନ୍ତି ନାହିଁ । ତେଣୁ ସେମାନଙ୍କ ଠାରେ ଶୁଦ୍ଧତା, ଉତ୍ତମ ଆଚରଣ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily