ଶ୍ରଦ୍ଧୟା ପରୟା ତପ୍ତଂ ତପସ୍ତତ୍ ତ୍ରିବିଧଂ ନରୈଃ ।
ଅଫଳାକାଙ୍କ୍ଷିଭିର୍ଯୁକ୍ତୈଃ ସାତ୍ତ୍ୱିକଂ ପରିଚକ୍ଷ୍ୟତେ ।।୧୭।।
ଶ୍ରଦ୍ଧୟା - ଶ୍ରଦ୍ଧାରେ; ପରୟା - ଦିବ୍ୟ; ତପ୍ତଂ -ଅଭ୍ୟସ୍ତ; ତପଃ - ତପସ୍ୟା; ତତ୍ -ତାହା; ତ୍ରି-ବିଧଂ- ତିନିପ୍ରକାର; ନରୈଃ - ମନୁଷ୍ୟମାନଙ୍କ ଦ୍ୱାରା; ଅଫଳାକାଙ୍କ୍ଷିଭିଃ - ଫଳାସକ୍ତି ରହିତ; ଯୁକ୍ତୈଃ -ସ୍ଥିର; ସାତ୍ତ୍ୱିକଂ - ସାତ୍ତ୍ୱିକ; ପରିଚକ୍ଷ୍ୟତେ - କୁହାଯାଏ ।
BG 17.17: ଜଣେ ତପସ୍ୱୀ ଯେତେବେଳେ ପ୍ରଗାଢ଼ ଶ୍ରଦ୍ଧାର ସହିତ, କୌଣସି ଭୌତିକ ଫଳ ପ୍ରତି ପ୍ରଲୋଭିତ ନହୋଇ, ଏହି ତିନି ପ୍ରକାର ସଂଯମ ଆଚରଣ କରନ୍ତି, ତାହାକୁ ସତ୍ତ୍ୱଗୁଣୀ ତପସ୍ୟା ଭାବରେ ଅଭିହିତ କରାଯାଏ ।
ଶରୀର, ମନ ଓ ବାଣୀର ସଂଯମ ବିଷୟରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ସାତ୍ତ୍ୱିକ ସ୍ୱଭାବଯୁକ୍ତ ହୋଇ ଆଚରଣ କରାଯାଉଥିବା ସଂଯମର ଲକ୍ଷଣ ନିର୍ଦ୍ଦେଶ କରୁଛନ୍ତି । ସେ କହୁଛନ୍ତି ଯେ ତପସ୍ୟା ଆଚରଣରେ ଯେତେବେଳେ କୌଣସି ଭୌତିକ ଲାଭର ଆଶା ରହିଥାଏ, ତା’ର ପବିତ୍ରତା ନଷ୍ଟ ହୋଇଯାଏ । ଏହା ଫଳାସକ୍ତି ରହିତ ହୋଇ ନିଷ୍କାମ ଭାବରେ କରାଯିବା ଆବଶ୍ୟକ । ତା ସହିତ ଉଭୟ ସଫଳତା ଓ ବିଫଳତାରେ ଏହା ପ୍ରତି ଶ୍ରଦ୍ଧା ଅତୁଟ ରହିବା ଆବଶ୍ୟକ ଏବଂ ଆଳସ୍ୟ ଓ ଅସୁବିଧା ଯୋଗୁଁ ଏହାକୁ ତ୍ୟାଗ କରିବା ଉଚିତ ନୁହେଁ ।
ଶ୍ରଦ୍ଧୟା ପରୟା ତପ୍ତଂ ତପସ୍ତତ୍ ତ୍ରିବିଧଂ ନରୈଃ ।
ଅଫଳାକାଙ୍କ୍ଷିଭିର୍ଯୁକ୍ତୈଃ ସାତ୍ତ୍ୱିକଂ ପରିଚକ୍ଷ୍ୟତେ ।।୧୭।।
ଜଣେ ତପସ୍ୱୀ ଯେତେବେଳେ ପ୍ରଗାଢ଼ ଶ୍ରଦ୍ଧାର ସହିତ, କୌଣସି ଭୌତିକ ଫଳ ପ୍ରତି ପ୍ରଲୋଭିତ ନହୋଇ, ଏହି ତିନି ପ୍ରକାର ସଂଯମ ଆଚରଣ କରନ୍ତି, ତାହାକୁ ସତ୍ତ୍ୱଗୁଣୀ …
Sign in to save your favorite verses.
Sign Inପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily