Bhagavad Gita: Chapter 17, Verse 18

ସତ୍କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍ ।
କ୍ରିୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁବମ୍ ।।୧୮।।

ସତ୍କାରଂ -ସମ୍ମାନ; ମାନ-ଖ୍ୟାତି; ପୂଜା -ପ୍ରଶଂସା; ଅର୍ଥଂ -ଉଦ୍ଦେଶ୍ୟରେ; ତପଃ -ତପସ୍ୟା; ଦମ୍ଭେନ - ଆଡମ୍ବରପୂର୍ଣ୍ଣ ପ୍ରଦର୍ଶନ; ଚ- ମଧ୍ୟ; ଏବ-ନିଶ୍ଚିତରୂପେ; ଯତ୍‌- ଯାହା; କ୍ରିୟତେ -କରାଯାଏ; ତତ୍‌-ତାହା; ଇହ -ଏହି ସଂସାରରେ; ପ୍ରୋକ୍ତଂ -କୁହାଯାଏ; ରାଜସଂ- ରାଜସିକ; ଚଳଂ -ଅସ୍ଥିର; ଅଧ୍ରୁବମ୍ - ଅସ୍ଥାୟୀ ।

Translation

BG 17.18: ଯଶ, ଖ୍ୟାତି, ପ୍ରଶଂସା ଇତ୍ୟାଦି ପ୍ରାପ୍ତ କରିବା ପାଇଁ ଆଡ଼ମ୍ବରପୂର୍ଣ୍ଣ ଯେଉଁ ତପସ୍ୟା କରାଯାଏ, ତାହା ରାଜସିକ ଶ୍ରେଣୀଭୁକ୍ତ ଅଟେ । ଏହାର ସମସ୍ତ ଲାଭ ଅସ୍ଥିର ଏବଂ କ୍ଷଣସ୍ଥାୟୀ ଅଟେ ।

Commentary

ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ମହତ ଉଦ୍ଦେଶ୍ୟରେ ଉପଯୋଗ କରନ୍ତି ନାହିଁ । ଜଣେ ରାଜନୀତିଜ୍ଞ ଅକ୍ଲାନ୍ତ ପରିଶ୍ରମ କରି ଦିନକରେ ଅନେକ ସ୍ଥାନରେ ଭାଷଣ ଦେଇଥାନ୍ତି । ଏହା ଏକ ତପସ୍ୟା ହେଲେ ସୁଦ୍ଧା ଏହାର ଉଦ୍ଦେଶ୍ୟ ପଦବୀ ଓ ସମ୍ମାନ ଲାଭ କରିବା ଅଟେ । ସେହିପରି ଯଦି ଜଣେ ବ୍ୟକ୍ତି ସମ୍ମାନ ଓ ପ୍ରଶଂସା ପାଇବାକୁ ଆଧ୍ୟାତ୍ମିକ କର୍ମରେ ନିୟୋଜିତ ହୁଅନ୍ତି, ତେବେ ମାର୍ଗ ଭିନ୍ନ ହୋଇଥିଲେ ମଧ୍ୟ ଉଦ୍ଦେଶ୍ୟ ସେହି ଭୌତିକ ହିଁ ରହେ । ସମ୍ମାନ, ଶକ୍ତି ବା ଅନ୍ୟ କୌଣସି ଭୌତିକ ପ୍ରାପ୍ତି ଉଦ୍ଦେଶ୍ୟରେ ଯେଉଁ ତପସ୍ୟା କରାଯାଏ, ତାହା ରାଜସିକ ତପସ୍ୟା ଅଟେ ।