Bhagavad Gita: Chapter 17, Verse 22

ଅଦେଶକାଳେ ଯଦ୍ଦାନମପାତ୍ରେଭ୍ୟଶ୍ଚ ଦୀୟତେ ।
ଅସତ୍‌କୃତମବଜ୍ଞାତଂ ତତ୍ତାମସମୁଦାହୃତମ୍ ।।୨୨।।

ଅଦେଶ -ଅନୁପଯୁକ୍ତ ସ୍ଥାନରେ; କାଳେ - ଅନୁଚିତ୍ ସମୟରେ; ଯତ୍ -ଯାହା; ଦାନଂ-ଦାନ; ଅପାତ୍ରେଭ୍ୟଃ - ଅଯୋଗ୍ୟ ବ୍ୟକ୍ତିକୁ; ଚ-ଏବଂ; ଦୀୟତେ -ଦିଆଯାଏ; ଅସତ୍‌-କୃତମ୍ -ଅସମ୍ମାନରେ; ଅବଜ୍ଞାତଂ -ଅବଜ୍ଞା ପୂର୍ବକ; ତତ୍ -ତାହା; ତାମସଂ-ତାମସିକ; ଉଦାହୃତମ୍ -କୁହାଯାଏ ।

Translation

BG 17.22: ଯେଉଁ ଦାନ ଅନୁପଯୁକ୍ତ ସ୍ଥାନରେ, ଅସମୟରେ, ଅସତ୍ ପ୍ରାତ୍ରରେ ଅସମ୍ମାନ ପ୍ରଦର୍ଶନ ପୂର୍ବକ ବା ଅପମାନ ସୂଚକ ଭାବେ ଦିଆଯାଇଥାଏ, ତାହାକୁ ତାମସିକ ଶ୍ରେଣୀଭୁକ୍ତ କରାଯାଇଛି ।

Commentary

ଅଜ୍ଞାନର ବଶବର୍ତ୍ତୀ ହୋଇ ଯେଉଁ ଦାନ କରାଯାଇ ଥାଏ, ସେଥିରେ ସ୍ଥାନ, କାଳ ପାତ୍ର, କିମ୍ବା ମନୋଭାବର ବିବେଚନା କରାଯାଇ ନ ଥାଏ । ତଦ୍ୱାରା କୌଣସି ଉପକାର ସାଧିତ ହୋଇ ନ ଥାଏ । ଉଦାହରଣ ସ୍ୱରୂପ, ଦାନ ଯଦି ଜଣେ ମଦ୍ୟପକୁ ଦିଆଯାଏ, ସେ ନିଶାସକ୍ତ ହୋଇ କୌଣସି ହତ୍ୟାକାଣ୍ଡ ଘଟାଇପାରେ । କର୍ମର ନିୟମ ଅନୁସାରେ ସେ ହତ୍ୟାକାରୀ ନିଶ୍ଚିତ ଦଣ୍ଡ ପାଇବ, କିନ୍ତୁ ତାକୁ ଦାନ ଦେଇଥିବା ବ୍ୟକ୍ତି ମଧ୍ୟ ସେହି ଅପରାଧ ପାଇଁ ଦଣ୍ଡିତ ହେବ । ଏହା ଅନ-ଅଧିକାରୀ ବ୍ୟକ୍ତିଙ୍କୁ ଅଜ୍ଞାନତା ବଶତଃ ଦିଆଯାଉଥିବା ଦାନର ଏକ ଉଦାହରଣ ଅଟେ ।