Bhagavad Gita: Chapter 17, Verse 26-27

ସଦ୍‌ଭାବେ ସାଧୁଭାବେ ଚ ସଦିତ୍ୟେତତ୍ ପ୍ରଯୁଜ୍ୟତେ ।
ପ୍ରଶସ୍ତେ କର୍ମଣି ତଥା ସଚ୍ଛବ୍ଦଃ ପାର୍ଥ ଯୁଜ୍ୟତେ ।।୨୬।।
ଯଜେ୍ଞ ତପସି ଦାନେ ଚ ସ୍ଥିତିଃ ସଦିତି ଚୋଚ୍ୟତେ ।।
କର୍ମ ଚୈବ ତଦର୍ଥୀୟଂ ସଦିତ୍ୟେବାଭିଧୀୟତେ ।।୨୭।।

ସତ୍‌-ଭାବେ- ଶାଶ୍ୱତ ଅସ୍ତିତ୍ୱ ଏବଂ ସତ୍ ଭାବନାରେ; ସାଧୁ ଭାବେ - ପବିତ୍ର ଭାବନାରେ; ଚ-ମଧ୍ୟ; ସତ୍‌- ‘ସତ୍‌’ ଶବ୍ଦାଂଶ; ଇତି - ଏହିପରି; ଏତତ୍ -ଏହା; ପ୍ରଯୁଜ୍ୟତେ - ବ୍ୟବହୃତ ହୁଏ; ପ୍ରଶସ୍ତେ -ପବିତ୍ର; କର୍ମଣି - କର୍ମରେ; ତଥା -ମଧ୍ୟ; ସଚ୍ଛବ୍ଦ -ସତ୍ ଶବ୍ଦ; ପାର୍ଥ - ହେ ପୃଥାପୁତ୍ର!; ଯୁଜ୍ୟତେ - ବ୍ୟବହୃତ ହୁଏ; ଯଜେ୍ଞ- ଯଜ୍ଞରେ; ତପସି - ତପସ୍ୟାରେ; ଦାନେ - ଦାନରେ; ଚ-ଏବଂ; ସ୍ଥିତିଃ - ସ୍ଥିତ ରହେ; ସତ୍‌- ‘ସତ୍‌’ ଶବ୍ଦାଂଶ; ଇତି- ଏହିପରି; ଚ-ଏବଂ; ଉଚ୍ୟତେ -ଉଚ୍ଚାରଣ କରାଯାଏ; କର୍ମ -କର୍ମ; ଚ- ଏବଂ; ଏବ- ନିଶ୍ଚିତଭାବ; ତତ୍‌-ଅର୍ଥୀୟଂ -ସେହି ଉଦ୍ଦେଶ୍ୟରେ; ସତ୍‌- ‘ସତ୍‌’ ଶବ୍ଦାଂଶ; ଇତି - ଏହିପରି; ଏବ-ନିଶ୍ଚିତଭାବେ; ଅଭିଧୀୟତେ - ବର୍ଣ୍ଣନା କରାଯାଇଛି ।

Translation

BG 17.26-27: ସତ୍ ଶବ୍ଦର ଅର୍ଥ ଚିରନ୍ତନ ଅସ୍ତିତ୍ୱ ଏବଂ ସତ୍ୟ । ହେ ଅର୍ଜୁନ! ଏହା ଏକ ପବିତ୍ର କର୍ମକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଯଜ୍ଞ, ତପ ଏବଂ ଦାନରେ ସ୍ଥିତ ହେବାକୁ ମଧ୍ୟ ‘ସତ୍‌’ ଶବ୍ଦ ଦ୍ୱାରା ବର୍ଣ୍ଣନା କରାଯାଇଥାଏ । ତେଣୁ ସେହି ଉଦ୍ଦେଶ୍ୟରେ କରାଯାଉଥିବା ସମସ୍ତ କର୍ମ ‘ସତ୍‌’ ନାମରେ ଅଭିହିତ ହୁଏ ।

Commentary

ବର୍ତ୍ତମାନ ପବିତ୍ର ଶବ୍ଦ ‘ସତ୍‌’ କୁ ଶ୍ରୀକୃଷ୍ଣ ମହିମାନ୍ୱିତ କରିଛନ୍ତି । ଏହି ସତ୍ ଶବ୍ଦଟି ଅନେକ ଅର୍ଥ ବୋଧକ ଅଟେ ଏବଂ ଉପରୋକ୍ତ ଦୁଇଟି ଶ୍ଲୋକରେ ତନ୍ମଧ୍ୟରୁ କେତୋଟି ଅର୍ଥର ବର୍ଣ୍ଣନା କରିଛି । ସତ୍‌ର ବ୍ୟବହାର ଶାଶ୍ୱତ କଲ୍ୟାଣ ଏବଂ ସଦ୍‌ଗୁଣ ଅର୍ଥରେ କରାଯାଇ ଥାଏ । ତା ସହିତ ଯଜ୍ଞ, ତପ ଏବଂ ଦାନ ଇତ୍ୟାଦି ପବିତ୍ର କର୍ମକୁ ମଧ୍ୟ ସତ୍ ଭାବରେ ବର୍ଣ୍ଣନା କରାଯାଏ । ସତ୍‌ର ଏହା ମଧ୍ୟ ଅର୍ଥ ଅଟେ ଯେ ଯାହା ସର୍ବଦା ରହିଅଛି ଅର୍ଥାତ୍ ଏକ ଚିରନ୍ତନ ସତ୍ୟ । ଶ୍ରୀମଦ୍ ଭାଗବତମ୍ କହେ:

ସତ୍ୟ-ବ୍ରତଂ ସତ୍ୟ-ପରଂ ତ୍ରି-ସତ୍ୟଂ
ସତ୍ୟସ୍ୟ ଯୋନିଂ ନିହିତଂ ଚ ସତ୍ୟେ
ସତ୍ୟସ୍ୟ ସତ୍ୟଂ ଋତ-ସତ୍ୟ-ନେତ୍ରଂ
ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନାଃ (୧୦.୨.୨୬)

“ହେ ଈଶ୍ୱର, ଆପଣ ସତ୍ୟ ସଙ୍କଳ୍ପ ଅଟନ୍ତି, ଆପଣ କେବଳ ଅନ୍ତିମ ସତ୍ୟ ନୁହନ୍ତି, ଆପଣ ବ୍ରହ୍ମାଣ୍ଡୀୟ ପରିପ୍ରକାଶର ତିନି ପର୍ଯ୍ୟାୟର ସତ୍ୟ ଅଟନ୍ତି- ସୃଷ୍ଟି, ପାଳନ ଏବଂ ବିଲୟ । ଆପଣ ସମସ୍ତ ସତ୍ୟର ଉତ୍ପତ୍ତି ତଥା ଆପଣ ତାର ଅନ୍ତ ଅଟନ୍ତି । ଆପଣ ସମସ୍ତ ସତ୍ୟର ମୂଳତତ୍ତ୍ୱ ଅଟନ୍ତି ଏବଂ ଆପଣ ସେହି ଚକ୍ଷୁ ଅଟନ୍ତି ଯଦ୍ୱାରା ସତ୍ୟକୁ ଦେଖାଯାଇପାରିବ । ହେ ସତ୍ ସ୍ୱରୂପ, ପରମ ଅନ୍ତିମ ସତ୍ୟ! ଆମ୍ଭେମାନେ ଆପଣଙ୍କର ଶରଣାଗତ ହେଉଛୁ । ଦୟାକରି ଆମର ରକ୍ଷା କରନ୍ତୁ ।”