ନ ଦ୍ୱେଷ୍ଟ୍ୟକୁଶଳଂ କର୍ମ କୁଶଳେ ନାନୁଷଜ୍ଜତେ ।
ତ୍ୟାଗୀ ସତ୍ତ୍ୱସମାବିଷ୍ଟୋ ମେଧାବୀ ଛିନ୍ନସଂଶୟଃ ।।୧୦।।
ନ ଦ୍ୱେଷ୍ଟି- ଘୃଣା କରେନାହିଁ; ଅକୁଶଳଂ-ଅପ୍ରୀତିକର; କର୍ମ-କର୍ମ; କୁଶଳେ-ସୁଖକର; ନ ଅନୁଷଜ୍ଜତେ-ଖୋଜେ ନାହିଁ; ତ୍ୟାଗୀ-ତ୍ୟାଗୀ; ସତ୍ତ୍ୱ-ସତ୍ତ୍ୱଗୁଣ; ସମାବିଷ୍ଟଃ- ସମୃଦ୍ଧ ହୋଇ; ମେଧାବୀ-ବୁଦ୍ଧିମାନ; ଛିନ୍ନ ସଂଶୟଃ-ସଂଶୟହୀନ ।
BG 18.10: ଯେଉଁମାନେ ଅପ୍ରୀତିକର କାର୍ଯ୍ୟ ତ୍ୟାଗ କରନ୍ତି ନାହିଁ କିମ୍ବା ସୁଖକର ହୋଇଥିବା ଯୋଗୁଁ ତା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ, ସେମାନେ ପ୍ରକୃତ ତ୍ୟାଗୀ ଅଟନ୍ତି । ସେମାନେ ସତ୍ତ୍ୱ ଗୁଣ ସମ୍ପନ୍ନ, ବୁଦ୍ଧିମାନ ଏବଂ ତାଙ୍କର ସଂଶୟହୀନ ହୋଇଥାଆନ୍ତି ।
ସାତ୍ତ୍ୱିକ ଗୁଣଯୁକ୍ତ ତ୍ୟାଗୀମାନେ ଅପ୍ରୀତିକର ପରିସ୍ଥିତିକୁ କଷ୍ଟଦାୟକ ମନେ କରନ୍ତି ନାହିଁ କିମ୍ବା ସୁଖକର ପରିସ୍ଥିତି ସହିତ ମଧ୍ୟ ଆସକ୍ତ ହୁଅନ୍ତି ନାହିଁ । ସମସ୍ତ ପରିସ୍ଥିତିରେ ସେମାନେ କେବଳ ତାଙ୍କର କର୍ତ୍ତବ୍ୟ ପାଳନ କରିଥାନ୍ତି । ଯେତେବେଳେ ତାହା ସୁଚାରୁ ରୂପେ ସମ୍ପାଦିତ ହୋଇଥାଏ, ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ କିମ୍ବା ଜୀବନ କଷ୍ଟକର ହେଲେ ମଧ୍ୟ ହତାଶ ହୁଅନ୍ତି ନାହିଁ । ସେମାନେ ବାୟୁ ପ୍ରବାହରେ ଇତସ୍ତତଃ ହେଉଥିବା ଶୁଖିଲା ପତ୍ର ନୁହଁନ୍ତି, ବରଂ ସେମାନେ ସାମୁଦ୍ରିକ ଉଦ୍ଭିଦ ପରି ଅଟନ୍ତି ଯିଏ ତରଙ୍ଗର ଉତ୍ଥାନ ପତନକୁ ଶାନ୍ତ ରହି ସହ୍ୟ କରିନିଏ । ସେମାନେ କ୍ରୋଧ, ଈର୍ଷା ଓ ଆସକ୍ତି ଦ୍ୱାରା ଅଭିଭୂତ ନ ହୋଇ ତାଙ୍କ ଚତୁଃପାଶ୍ୱର୍ରେ ଘଟୁଥିବା ଘଟଣାକ୍ରମକୁ ସମଭାବାପନ୍ନ ହୋଇ ଲକ୍ଷ୍ୟ କରିଥାଆନ୍ତି । ବାଲ ଗଙ୍ଗାଧର ତିଲକ ଭଗବଦ୍ ଗୀତାର ଜଣେ ପ୍ରସିଦ୍ଧ ବିଦ୍ୱାନ ଏବଂ ଜଣେ କର୍ମଯୋଗୀ ଥିଲେ । ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ସେ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା ଥିଲେ । ଭାରତ ସ୍ୱାଧୀନ ହେବା ପରେ ତାଙ୍କୁ ଯେତେବେଳେ ପଚରା ଗଲା ସେ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ କେଉଁ ପଦବୀ ଇଚ୍ଛା କରୁଛନ୍ତି, ସେ ଉତ୍ତର ଦେଇଥିଲେ, “ଭିନ୍ନକ କଳନ ଉପରେ ଏକ ବହି ଲେଖିବା ମୋର ଲକ୍ଷ୍ୟ ଥିଲା, ମୁଁ ତାହା ପୂରଣ କରିବି ।” ଥରେ ପୋଲିସ ତାଙ୍କୁ ଅଶାନ୍ତି ଉତ୍ପନ୍ନ କରୁଥିବା ପାଇଁ ଗିରଫ କଲା । ସେ ତାଙ୍କର ଜଣେ ବନ୍ଧୁଙ୍କୁ, ସେ ଆଇନର କେଉଁ ଧାରା ଅନୁସାରେ ଗିରଫ ହୋଇଛନ୍ତି, ତାହା ଅନୁସନ୍ଧାନ କରିବାକୁ କହିଲେ । ଗୋଟିଏ ଘଣ୍ଟା ପରେ ବନ୍ଧୁଜଣଙ୍କ ଫେରି ଦେଖିଲେ, ସେ ଜେଲ ଭିତରେ ଗଭୀର ନିଦ୍ରାରେ ଶୋଇଛନ୍ତି । ଅନ୍ୟ ଏକ ସମୟରେ ଅଫିସ୍ରେ କାର୍ଯ୍ୟବ୍ୟସ୍ତ ଥିବା ସମୟରେ, ତାଙ୍କ କିରାଣୀ ଖବର ଦେଲେ ଯେ ତାଙ୍କ ବଡ଼ ପୁଅଙ୍କର ସ୍ୱାସ୍ଥ୍ୟ ଗମ୍ଭୀର ଅଟେ । ଖବର ଶୁଣି ସେ ଅଧୈର୍ଯ୍ୟ ନ ହୋଇ କିରାଣୀଙ୍କୁ ଜଣେ ଡାକ୍ତର ଡାକିବାକୁ କହିଲେ ଏବଂ ପୂର୍ବବତ୍ କାମ କରିବାରେ ଲାଗିଗଲେ । ଅଧଘଣ୍ଟା ପରେ ତାଙ୍କ ବନ୍ଧୁ ଆସି ସେହି ଖବର ଦେଲେ । ସେ କହିଲେ “ତାକୁ ଦେଖିବା ପାଇଁ ମୁଁ ଜଣେ ଡାକ୍ତରଙ୍କୁ ଡାକିଛି, ମୁଁ ଆଉ ଅଧିକ କଣ କରି ପାରିବି?” ଏହିସବୁ ଘଟଣା ଦର୍ଶାଇଥାଏ କିପରି ଭାବରେ ଅଶାନ୍ତ ପରିବେଶ ମଧ୍ୟରେ ବି ସେ ନିଜର ମାନସିକ ସନ୍ତୁଳନ ରକ୍ଷା କରିପାରୁଥିଲେ । ତାଙ୍କର ଆଭ୍ୟନ୍ତରୀଣ ସ୍ଥିରତା ଯୋଗୁଁ ସେ ତାଙ୍କର କର୍ମ କରି ପାରୁଥିଲେ । ସେ ଯଦି ମାନସିକ ରୂପରେ ବିଚଳିତ ହୋଇଥାନ୍ତେ, ସେ ଜେଲ୍ରେ ଶୋଇ ପାରି ନ ଥାନ୍ତେ କିମ୍ବା ଅଫିସରେ କାମ କରିପାରି ନ ଥାନ୍ତେ ।
ନ ଦ୍ୱେଷ୍ଟ୍ୟକୁଶଳଂ କର୍ମ କୁଶଳେ ନାନୁଷଜ୍ଜତେ ।
ତ୍ୟାଗୀ ସତ୍ତ୍ୱସମାବିଷ୍ଟୋ ମେଧାବୀ ଛିନ୍ନସଂଶୟଃ ।।୧୦।।
ଯେଉଁମାନେ ଅପ୍ରୀତିକର କାର୍ଯ୍ୟ ତ୍ୟାଗ କରନ୍ତି ନାହିଁ କିମ୍ବା ସୁଖକର ହୋଇଥିବା ଯୋଗୁଁ ତା ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ, ସେମାନେ ପ୍ରକୃତ ତ୍ୟାଗୀ ଅଟନ୍ତି …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily