Bhagavad Gita: Chapter 18, Verse 24

ଯତ୍ତୁ କାମେପ୍‌ସୁନା କର୍ମ ସାହଙ୍କାରେଣ ବା ପୁନଃ ।
କ୍ରିୟତେ ବହୁଳାୟାସଂ ତଦ୍ରାଜସମୁଦାହୃତମ୍ ।।୨୪।।

ଯତ୍‌-ଯାହା; ତୁ-କିନ୍ତୁ; କାମ-ଈପ୍‌ସୁନା- ସ୍ୱାର୍ଥଯୁକ୍ତ କାମନା ଦ୍ୱାରା ପ୍ରେରିତ; କର୍ମ-କର୍ମ; ସାହଙ୍କାରେଣ-ଅହଙ୍କାର ଯୁକ୍ତ; ବା-କିମ୍ବା; ପୁନଃ-ପୁନଶ୍ଚ; କ୍ରିୟତେ-କରାଯାଏ; ବହୁଳ ଆୟସଂ-ଚାପଗ୍ରସ୍ତ ହୋଇ; ତତ୍‌-ତାହା; ରାଜସମ୍‌-ରାଜସିକ; ଉଦାହୃତମ୍‌-କୁହାଯାଏ ।

Translation

BG 18.24: ଯେଉଁ କର୍ମ ସ୍ୱାର୍ଥଯୁକ୍ତ କାମନା ଦ୍ୱାରା ପ୍ରେରିତ, ଅହଂକାରଯୁକ୍ତ ହୋଇ କରାଯାଏ ଏବଂ ମାନସିକ ଚାପ ପୂର୍ଣ୍ଣ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ କର୍ମ ଅଟେ ।

Commentary

ରଜୋଗୁଣର ସ୍ୱଭାବ ଏହା ଯେ ଭୌତିକ ପ୍ରଗତି ଏବଂ ଇନ୍ଦ୍ରିୟ ସୁଖାନୁଭୂତି ପାଇଁ ଏହା ତୀବ୍ର ଆବେଗ ସୃଷ୍ଟି କରିଥାଏ । ତେଣୁ ରାଜସିକ କର୍ମ ଉଚ୍ଚ ଅଭିଳାଷ ଦ୍ୱାରା ପ୍ରେରିତ ହୋଇଥାଏ ଏବଂ ତୀବ୍ର ଉଦ୍ୟମଯୁକ୍ତ ହୋଇଥାଏ । କଠିନ ପରିଶ୍ରମ ଯୋଗୁଁ ଏହା ଅତ୍ୟଧିକ ଶାରୀରିକ ଓ ମାନସିକ କ୍ଲାନ୍ତି ଉତ୍ପନ୍ନ କରେ । ବ୍ୟବସାୟ ଜଗତ ରାଜସିକ କର୍ମର ଏକ ଉଦାହରଣ ଅଟେ । ପ୍ରଶାସନିକ ଅଧିକାରୀଗଣ ଅଧିକାଂଶ ସମୟରେ ମାନସିକ ଚାପର ଅଭିଯୋଗ କରିଥାନ୍ତି । ଏହାର କାରଣ ସେମାନଙ୍କର କର୍ମ ସାଧାରଣତଃ ଅହଂକାର ଏବଂ କ୍ଷମତା, ସମ୍ମାନ ଓ ଧନର ଅସ୍ୱାଭାବିକ ଅଭିଳାଷ ଦ୍ୱାରା ପ୍ରେରିତ ହୋଇଥାଏ । ରାଜନୈତିକ ନେତାମାନଙ୍କର ପ୍ରଚେଷ୍ଟା, ଅତ୍ୟଧିକ ଆଶଙ୍କାଗ୍ରସ୍ତ ଅଭିଭାବକ ଏବଂ ବ୍ୟବସାୟୀମାନେ ମଧ୍ୟ ରାଜସିକ ଗୁଣଯୁକ୍ତ କର୍ମର ଉପଯୁକ୍ତ ଉଦାହରଣ ଅଟନ୍ତି ।