Bhagavad Gita: Chapter 18, Verse 36

ସୁଖଂ ତ୍ୱିଦାନୀଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ ।
ଅଭ୍ୟାସାଦ୍ରମତେ ଯତ୍ର ଦୁଃଖାନ୍ତଂ ଚ ନିଗଚ୍ଛତି ।।୩୬।।

ସୁଖଂ-ସୁଖ; ତୁ- କିନ୍ତୁ; ଇଦାନୀଂ-ବର୍ତ୍ତମାନ; ତ୍ରିବିଧଂ-ତିନିପ୍ରକାର; ଶୃଣୁ-ଶୁଣ; ମେ -ମୋ’ଠାରୁ; ଭରତର୍ଷଭ-ହେ ଭରତଶ୍ରେଷ୍ଠ; ଅଭ୍ୟାସାତ୍‌-ଅଭ୍ୟାସ ଦ୍ୱାରା; ରମତେ -ଆନନ୍ଦିତ ହୁଏ; ଯତ୍‌-ଯେଉଁଠାରେ; ଦୁଃଖ-ଅନ୍ତଂ-ସମସ୍ତ ଦୁଃଖ ସମାପ୍ତ ହୁଏ; ଚ-ଏବଂ; ନିଗଚ୍ଛତି-ଲାଭ କରେ ।

Translation

BG 18.36: ହେ ଅର୍ଜୁନ ! ଶରୀରଧାରୀ ଆତ୍ମା ଉପଭୋଗ କରୁଥିବା ତିନି ପ୍ରକାରର ସୁଖ, ଯାହା ସକଳ ଦୁଃଖର ଅନ୍ତ ମଧ୍ୟ କରିଥାଏ, ସେହି ବିଷୟରେ ଏବେ ମୋ’ଠାରୁ ଶୁଣ ।

Commentary

ପୂର୍ବ ଶ୍ଳୋକମାନଙ୍କରେ, ଶ୍ରୀକୃଷ୍ଣ କର୍ମର ଉପାଦାନ ବିଷୟରେ ଆଲୋଚନା କରିଥିଲେ । ତା’ପରେ ସେ କର୍ମକୁ ପ୍ରେରିତ ଏବଂ ନିୟନ୍ତ୍ରିତ କରୁଥିବା କାରକମାନଙ୍କର ବର୍ଣ୍ଣନା କଲେ । ବର୍ତ୍ତମାନ ସେ କର୍ମର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି । ସମସ୍ତ କର୍ମର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଆନନ୍ଦର ଅନ୍ୱେଷଣ । ସମସ୍ତେ ଆନନ୍ଦ କାମନା କରୁଛନ୍ତି, ତାଙ୍କର କର୍ମଦ୍ୱାରା ସେମାନେ ପରିପୂର୍ଣ୍ଣତା, ସୁଖ ଓ ସନ୍ତୋଷ ଖୋଜୁଛନ୍ତି । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମର ଉପାଦାନ ସବୁ ଭିନ୍ନ ଭିନ୍ନ ହୋଇଥିବା କାରଣରୁ ସେମାନଙ୍କ କର୍ମ ଦ୍ୱାରା ପ୍ରାପ୍ତ ହେଉଥିବା ଆନନ୍ଦର ସ୍ୱରୂପ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଶ୍ରୀକୃଷ୍ଣ ବର୍ତ୍ତମାନ ତିନି ପ୍ରକାରର ଆନନ୍ଦ ବିଷୟରେ ବର୍ଣ୍ଣନା କରୁଛନ୍ତି ।