ସର୍ବଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ବଚଃ ।
ଇଷ୍ଟୋଽସି ମେ ଦୃଢ଼ମିତି ତତୋ ବକ୍ଷ୍ୟାମି ତେ ହିତମ୍ ।।୬୪।।
ସର୍ବଗୁହ୍ୟତମଂ-ସର୍ବାଧିକ ଗୁପ୍ତ; ଭୂୟଃ-ପୁନର୍ବାର; ଶୃଣୁ-ଶୁଣ; ମେ-ମୋ ଠାରୁ; ପରମଂ-ପରମ; ବଚଃ-ଉପଦେଶ; ଇଷ୍ଟଃ ଅସି- ତୁମେ ମୋର ଅତିପ୍ରିୟ; ମେ-ମୋର; ଦୃଢ଼ଂ-ଅତ୍ୟନ୍ତ; ଇତି-ଏହିପରି; ତତଃ-ତେଣୁ; ବକ୍ଷ୍ୟାମି- ମୁଁ କହିବି; ତେ -ତୁମର;ହିତମ୍-ମଙ୍ଗଳ ପାଇଁ ।
BG 18.64: ସର୍ବାଧିକ ଗୁପ୍ତଜ୍ଞାନ ଭାବରେ ଶ୍ରେଷ୍ଠ ଉପଦେଶ ପୁନର୍ବାର ମୋ ଠାରୁ ଶୁଣ । ତୁମର ମଙ୍ଗଳ ପାଇଁ ମୁଁ ଏହାର ଉନ୍ମୋଚନ ତୁମ ସମ୍ମୁଖରେ କରୁଛି, କାରଣ ତୁମେ ମୋର ଅତ୍ୟନ୍ତ ପ୍ରିୟ ଅଟ ।
ଜଣେ ଶିକ୍ଷକ ଅତ୍ୟନ୍ତ ଗୁଢ଼ ଜ୍ଞାନ ଜାଣିଥାଇ ପାରନ୍ତି, କିନ୍ତୁ ସେ ଏହାକୁ ଛାତ୍ରମାନଙ୍କ ନିକଟରେ ପ୍ରକାଶ କରି ନ ପାରନ୍ତି । ତାହା ପ୍ରଦାନ କରିବା ପୂର୍ବରୁ ସେ ଅନେକ ବିଷୟର ଅନୁଧ୍ୟାନ କରିଥାନ୍ତି, ଯେପରିକି, ଛାତ୍ର ଏହା ଗ୍ରହଣ କରିବାକୁ ପ୍ରସ୍ତୁତ କି ନାହିଁ, ସେ ବୁଝିପାରିବେ କି ନାହିଁ, ଏହାର ଉପକାର କ’ଣ ଇତ୍ୟାଦି । ଭଗବଦ୍ ଗୀତାର ପ୍ରାରମ୍ଭରେ, ଅର୍ଜୁନ ସମ୍ମୁଖୀନ ହେଉଥିବା ସମସ୍ୟା ଦ୍ୱାରା ବିଚଳିତ ହୋଇପଡ଼ିଛନ୍ତି ଏବଂ ଶ୍ରୀକୃଷ୍ଣଙ୍କୁ ମାର୍ଗଦର୍ଶନ ପାଇଁ ଅନୁରୋଧ କରିଛନ୍ତି । ଶ୍ରୀକୃଷ୍ଣ ଅତି ଯତ୍ନର ସହିତ ସୁବିଚାରିତ ଶୈଳୀରେ, ଅଠରଗୋଟି ଅଧ୍ୟାୟ ମାଧ୍ୟମରେ, ଧୀରେ ଧୀରେ ତାଙ୍କର ଧୀଶକ୍ତିକୁ ଜ୍ଞାନସିକ୍ତ କରିଛନ୍ତି । ଅର୍ଜୁନ ସେହିସବୁ ଉପଦେଶକୁ ଅତି ସୁନ୍ଦର ଭାବରେ ଗ୍ରହଣ କରୁଥିବାର ଦେଖି, ଶ୍ରୀକୃଷ୍ଣଙ୍କର ବିଶ୍ୱାସ ଉତ୍ପନ୍ନ ହୋଇଛି ଯେ ଅର୍ଜୁନ ଏହି ଅନ୍ତିମ ଏବଂ ଗୁଢ଼ତମ ଜ୍ଞାନକୁ ମଧ୍ୟ ହୃଦ୍ବୋଧ କରିପାରିବେ । ପୁଣି ସେ କହୁଛନ୍ତି, ଇଷ୍ଟୋଽସି ମେ ଦୃଢ଼ମିତି, ଅର୍ଥାତ୍, “ମୁଁ ଏହା ତୁମକୁ କହୁଛି କାରଣ ତୁମେ ମୋର ଅତି ପ୍ରିୟ ସଖା ଅଟ । ମୁଁ ତୁମ ପାଇଁ ଅତି ବେଶୀ ଚିନ୍ତିତ ଏବଂ ଆନ୍ତରିକ ଭାବରେ ମୁଁ ତୁମର ମଙ୍ଗଳ କାମନା କରେ ।”
ସର୍ବଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ବଚଃ ।
ଇଷ୍ଟୋଽସି ମେ ଦୃଢ଼ମିତି ତତୋ ବକ୍ଷ୍ୟାମି ତେ ହିତମ୍ ।।୬୪।।
ସର୍ବାଧିକ ଗୁପ୍ତଜ୍ଞାନ ଭାବରେ ଶ୍ରେଷ୍ଠ ଉପଦେଶ ପୁନର୍ବାର ମୋ ଠାରୁ ଶୁଣ । ତୁମର ମଙ୍ଗଳ ପାଇଁ ମୁଁ ଏହାର ଉନ୍ମୋଚନ ତୁମ ସମ୍ମୁଖରେ କରୁଛି, କାରଣ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily