Bhagavad Gita: Chapter 18, Verse 70

ଅଧ୍ୟେଷ୍ୟତେ ଚ ଯ ଇମଂ ଧର୍ମ୍ୟଂ ସଂବାଦମାବୟୋଃ ।
ଜ୍ଞାନଯଜେ୍ଞନ ତେନାହମିଷ୍ଟଃ ସ୍ୟାମିତି ମେ ମତିଃ ।।୭୦।।

ଅଧ୍ୟେଷ୍ୟତେ-ଅଧ୍ୟୟନ କରିବା; ଚ-ଏବଂ; ଯଃ-ଯିଏ; ଇମଂ-ଏହି; ଧର୍ମ୍ୟଂ-ପବିତ୍ର; ସଂବାଦମ୍‌-ସଂବାଦ; ଆବୟୋଃ-ଆମ ଦୁହିଁଙ୍କର; ଜ୍ଞାନ-ଜ୍ଞାନ; ଯଜେ୍ଞନ-ତେନ -ଜ୍ଞାନ ଯଜ୍ଞ ଦ୍ୱାରା; ଅହଂ- ମୁଁ; ଇଷ୍ଟଃ-ପୂଜିତ; ସ୍ୟାମ୍‌-ହେବି; ଇତି-ଏହା; ମେ-ମୋର; ମତିଃ-ମତ ।

Translation

BG 18.70: ମୁଁ ଘୋଷଣା କରୁଛି ଯେ ଯେଉଁମାନେ ଆମ ଦୁଇ ଜଣଙ୍କର ଏହି ପବିତ୍ର ବାର୍ତ୍ତାଳାପକୁ ଅଧ୍ୟୟନ କରିବେ, ସେମାନେ ଜ୍ଞାନ ଯଜ୍ଞ ଦ୍ୱାରା ମୋର ଉପାସନା କରିବେ (ତାଙ୍କ ବୁଦ୍ଧିଦ୍ୱାରା) । ଏହା ମୋର ମତ ଅଟେ ।

Commentary

ଶ୍ରୀକୃଷ୍ଣ ବାରମ୍ବାର ଅର୍ଜୁନଙ୍କୁ ତାଙ୍କର ବୁଦ୍ଧି ଭଗବାନଙ୍କୁ ସମର୍ପଣ କରିବାକୁ କହିଛନ୍ତି (ଶ୍ଳୋକ ୮.୭, ୧୨.୮) । ଏହାର ଅର୍ଥ ନୁହେଁ ଯେ, ଆମେ ବୁଦ୍ଧିର ଉପଯୋଗ ବନ୍ଦ କରିଦେବା; ବରଂ ଏହାର ଅର୍ଥ, ଭଗବାନଙ୍କର ଇଚ୍ଛାପୂରଣ କରିବା ପାଇଁ ଆମର ସାମର୍ଥ୍ୟ ଅନୁସାରେ ଏହାର ବିନିଯୋଗ କରିବା । ଭଗବଦ୍ ଗୀତାର ସନ୍ଦେଶରୁ ଆମେ ଭଗବାନଙ୍କର ଇଚ୍ଛା ବିଷୟରେ ଅବଗତ ହୋଇଥାଉ । ତେଣୁ ଯିଏ ଏହି ପବିତ୍ର ବାର୍ତ୍ତାଳାପ ଅଧ୍ୟୟନ କରନ୍ତି, ସେ ନିଜ ବୁଦ୍ଧି ସାହାଯ୍ୟରେ ଭଗବାନଙ୍କର ଉପାସନା କରନ୍ତି ।