Bhagavad Gita: Chapter 18, Verse 72

କଚ୍ଚିଦେତଚ୍ଛ୍ରୁତଂ ପାର୍ଥ ତ୍ୱୟୈକାଗ୍ରେଣ ଚେତସା ।
କଚ୍ଚିଦଜ୍ଞାନସମ୍ମୋହଃ ପ୍ରନଷ୍ଟସ୍ତେ ଧନଞ୍ଜୟ ।।୭୨।।

କଚ୍ଚିତ୍ -ଯଦି;ଏତତ୍ -ଏହା ଶ୍ରୁତଂ-ଶୁଣିଛ; ପାର୍ଥ- ହେ ପୃଥା ପୁତ୍ର; ତ୍ୱୟା-ତୁମ ଦ୍ୱାରା; ଏକାଗ୍ରେଣ-ଏକାଗ୍ରତାର ସହ; ଚେତସା-ମନରେ; କଚ୍ଚିତ୍‌-ଯଦି; ଅଜ୍ଞାନ-ଅଜ୍ଞାନ; ସଂମୋହଃ-ମୋହ; ପ୍ରଣଷ୍ଟଃ- ନଷ୍ଟ ହୋଇଛି; ତେ-ତୁମର; ଧନଞ୍ଜୟ- ହେ ଧନଞ୍ଜୟ ।

Translation

BG 18.72: ହେ ଅର୍ଜୁନ ! ତୁମେ ଏକାଗ୍ର ଚିତ୍ତରେ ମୋର ଉପଦେଶ ଶ୍ରବଣ କଲ କି ? ତୁମର ଅଜ୍ଞାନ ଏବଂ ଭ୍ରମ ଦୂର ହେଲା କି ?

Commentary

ଶ୍ରୀକୃଷ୍ଣ ଅର୍ଜୁନଙ୍କର ଗୁରୁ ସ୍ଥାନ ଗ୍ରହଣ କରିଛନ୍ତି । ଗୁରୁ ଯେଉଁ ଜ୍ଞାନ ପ୍ରଦାନ କଲେ ତାହା ଶିଷ୍ୟର ହୃଦ୍‌ବୋଧ ହେଲା କି ନାହିଁ, ସେ ବିଷୟରେ ପଚାରି ବୁଝିବା ଗୁରୁଙ୍କର କର୍ତ୍ତବ୍ୟ ଅଟେ । ଶ୍ରୀକୃଷ୍ଣଙ୍କର ଏହି ପ୍ରଶ୍ନ ପଚାରିବା ପଛରେ ଉଦ୍ଦେଶ୍ୟ ଥିଲା, ଯଦି ଅର୍ଜୁନ ବୁଝିପାରି ନ ଥିବେ, ତେବେ ସେ ପୁନର୍ବାର ବୁଝାଇବାକୁ ପ୍ରସ୍ତୁତ ଅଛନ୍ତି ।