Bhagavad Gita: Chapter 18, Verse 76

ରାଜନ୍ ସଂସ୍ମୃତ୍ୟ ସଂସ୍ମୃତ୍ୟ ସଂବାଦମିମମଦ୍ଭୁତମ୍ ।
କେଶବାର୍ଜୁନୟୋଃ ପୁଣ୍ୟଂ ହୃଷ୍ୟାମି ଚ ମୁହୁର୍ମୁହୁଃ ।।୭୬।।

ରାଜନ୍‌-ହେ ରାଜନ୍‌; ସଂସ୍କୃତ୍ୟ ସଂସ୍କୃତ୍ୟ -ବାରମ୍ବାର ସ୍ମରଣ କରି; ସଂବାଦଂ-ସଂବାଦ; ଇମଂ-ଏହି; ଅଦ୍ଭୁତମ୍‌-ଅଦ୍ଭୁତ; କେଶବ- ଭଗବାନ୍ ଶ୍ରୀକୃଷ୍ଣ; ଅର୍ଜୁନୟୋଃ-ଅର୍ଜୁନଙ୍କର; ପୁଣ୍ୟଂ-ପୁଣ୍ୟ; ହୃଷ୍ୟାମି-ହର୍ଷିତ ହେଉଛି; ଚ-ଏବଂ; ମୁହୁଃ-ମୁହୁଃ- ବାରମ୍ବାର ।

Translation

BG 18.76: ହେ ରାଜନ୍ ! ପରମାତ୍ମା ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କର ଅତି ଉତ୍କୃଷ୍ଟ ଓ ଅଦ୍ଭୁତ ବାର୍ତ୍ତାଳାପର ସ୍ମୃତିଚାରଣ କରି, ମୁଁ ବାରମ୍ବାର ବିଭୋର ହୋଇଯାଉଛି ।

Commentary

ଦିବ୍ୟ ଅନୁଭୂତିର ଆନନ୍ଦ ସମସ୍ତ ପ୍ରକାରର ଭୌତିକ ସୁଖଠାରୁ, ଅତ୍ୟଧିକ ରୋମାଂଚକାରୀ ଏବଂ ସନ୍ତୋଷଜନକ ଅଟେ । ସଞ୍ଜୟ ଏପରି ଆନନ୍ଦକୁ ଉପଭୋଗ କରୁଛନ୍ତି ଏବଂ ତାଙ୍କ ଅନୁଭୂତି ଅନ୍ଧ ଧୃତରାଷ୍ଟ୍ରଙ୍କୁ ଜଣାଉଛନ୍ତି । ସେହି ଅଦ୍ଭୁତ କଥୋପକଥନକୁ ବାରମ୍ବାର ସ୍ମରଣ କରି, ସେ ଦିବ୍ୟାନନ୍ଦ ଅନୁଭବ କରୁଛନ୍ତି । ଏହା, ଶାସ୍ତ୍ର ଜ୍ଞାନର ଗାରିମା ଏବଂ ସଞ୍ଜୟ ଦର୍ଶନ କରିଥିବା ଲୀଳାର ଦିବ୍ୟତାକୁ ସୂଚୀତ କରୁଅଛି ।